ETV Bharat / state

ସତୀଚଉରା ଶ୍ମଶାନରେ ଦାଦାଙ୍କ ରାଜ, ବଟି ମାଗିକୁ ଯାଇ କୋଭିଡ ଯୋଦ୍ଧାଙ୍କୁ ଆକ୍ରମଣ - ସତୀଚଉରା ଶ୍ମସାନରେ ଦାଦାଙ୍କ ରାଜ

ସତୀଚଉରା ଶ୍ମଶାନରେ କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମରଶରୀର ଦାହରେ ନିୟୋଜିତ ଥିବା ଏକ ଜନୈକ ଯୁବକଙ୍କୁ ବଟି ମାଗିବା ଆଧାରରେ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଦାଦା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସତୀଚଉରା ଶ୍ମସାନରେ ଦାଦାଙ୍କ ରାଜ, ବଟି ମାଗିକୁ ଯାଇ କୋଭିଡ ଯୋଦ୍ଧାଙ୍କୁ ଆକ୍ରମଣ

author img

By

Published : Oct 29, 2020, 9:26 PM IST

କଟକ: ପୁଣି ଆସିଲା ବଟି ମଗାର ଦୃଶ୍ୟ । କିନ୍ତୁ ଏଥର ଟିକେ ଭିନ୍ନ ଢଙ୍ଗରେ । ସତୀଚଉରା ଶ୍ମଶାନରେ କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମରଶରୀର ଦାହରେ ନିୟୋଜିତ ଥିବା ଏକ ଜନୈକ ଯୁବକଙ୍କୁ ବଟି ମାଗିବା ଆଧାରରେ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଦାଦା । ଯାହା ଫଳରେ ଘଟଣାସ୍ଥଳରେ ଅଚେତ ହୋଇଯାଇଥିଲା ସେ । କିଏ ଏପରି କାଣ୍ଡ ଭିଆଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନଥିଲା ବେଳେ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସତୀଚଉରା ଶ୍ମସାନରେ ଦାଦାଙ୍କ ରାଜ, ବଟି ମାଗିକୁ ଯାଇ କୋଭିଡ ଯୋଦ୍ଧାଙ୍କୁ ଆକ୍ରମଣ
ସତୀଚଉରା ଶ୍ମସାନରେ ଦାଦାଙ୍କ ରାଜ, ବଟି ମାଗିକୁ ଯାଇ କୋଭିଡ ଯୋଦ୍ଧାଙ୍କୁ ଆକ୍ରମଣ

ତେବେ ଏହି ଘଟଣା ଘଟିବା ପରେ ପୋଲିସ ପାଇଁ ପୁଣି ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି ଦାଦା । ଆକ୍ରମଣର ଶିକାର ହୋଇଥିବା ପ୍ରମୋଦ ଦାସ ଓରଫ ଗୁଡୁକୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେପଟେ କୋଭିଡ ମୃତକଙ୍କ ଦାହରେ ନିୟୋଜିତ ବ୍ୟକ୍ତିର ଅବସ୍ଥା ଦେଖିଲେ ଜଣାପଡୁଛି, ସରକାର ଓ କମିଶନରେଟ ପୋଲିସ କେତେ ମାତ୍ରାରେ କୋଭିଡ ଯୋଦ୍ଧାଙ୍କୁ ସୁରକ୍ଷା ଦେବାରେ ସମର୍ଥ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.