ETV Bharat / state

Etv Bharat Journalist Attacked ! ବେଆଇନ ନିର୍ମାଣ କାର୍ଯ୍ୟ ନେଇ ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ

ବେଆଇନ କାର୍ଯ୍ୟ ସମ୍ପର୍କରେ ଖବର ସଂଗ୍ରହ ସମୟରେ ଇଟିଭି ଭାରତ ନିଆଳି ସାମ୍ବାଦିକଙ୍କୁ ଆକ୍ରମଣ ! ପରେ ଭୁଲ ସ୍ୱୀକାର କଲେ ଆକ୍ରମଣକାରୀ । ଅଧିକ ପଢନ୍ତୁ

ବେଆଇନ କାର୍ଯ୍ୟ ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ

author img

By

Published : Jun 11, 2022, 9:28 PM IST

Updated : Jun 11, 2022, 9:47 PM IST

ନିଆଳି: ବେଆଇନ କାର୍ଯ୍ୟ ସମ୍ପର୍କରେ ଖବର ସଂଗ୍ରହ ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ! ଫୁଲନଖରା-ନିଆଳି ରାସ୍ତାର ଓଲଟପୁର ଥାନା ସଳେଇ ବେଦପୁର ଠାରେ ଏକ ରାସ୍ତା ନିର୍ମାଣକୁ ନେଇ ଦେଖା ଦେଇଛି ବିବାଦ । ଅଡଶପୁର ସଳେଇ ଲୋକଙ୍କ ଅଭିଯୋଗ କ୍ରମେ ଖବର ସଂଗ୍ରହ ପାଇଁ ବିଭିନ୍ନ ଗଣମାଧ୍ୟମ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସଳେଇ ବେଦ ଠାରେ ଶ୍ମଶାନ ଓ ପ୍ରାଚୀ ନଦୀ ଉପରେ ଏକ ରାସ୍ତା ନିର୍ମାଣ କରୁଛନ୍ତି ଅଡଶପୁର ଅଞ୍ଚଳର ଜନୈକ ବ୍ୟକ୍ତି ।

ବେଆଇନ ନିର୍ମାଣ କାର୍ଯ୍ୟ ନେଇ ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ

ଏହି ବେଆଇନ କାର୍ଯ୍ୟ ସମ୍ପର୍କରେ କଣ୍ଟାପଡ଼ା ତହସିଲଦାର ଓ ପ୍ରାଚୀ ଡିଭିଜନ ନିକଟରେ ଅଭିଯୋଗ ହୋଇଛି । ଆଜି(ଶନିବାର) କାର୍ଯ୍ୟ ଚାଲିଥିବା ସମୟରେ ଘଟଣା ସ୍ଥଳରେ ପାଟିତୁଣ୍ଡ ହୋ-ହାଲ୍ଲା ହେବାରୁ କାର୍ଯ୍ୟକୁ ବିରୋଧ କରାଯାଥିଲା । ଏ ସମ୍ପର୍କରେ ଇଟିଭି ଭାରତ ପ୍ରତିନିଧି ଖବର ସଂଗ୍ରହ ପାଇଁ ପହଞ୍ଚିଥିଲେ । ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ନେବା ସହ ରାସ୍ତା କାର୍ଯ୍ୟ କରୁଥିବା ଜନୈକ ବ୍ୟକ୍ତିଙ୍କ ପ୍ରତିକ୍ରିୟା ନେବା ସମୟରେ ଆମ ପ୍ରତିନିଧି, ଉମେଶ ଚନ୍ଦ୍ର ମଲ୍ଲିକ (ନିଆଳି)ଙ୍କୁ ପ୍ରତିକ୍ରିୟା ଦେବା ବଦଳରେ ବିରୋଧ ଓ ଆକ୍ରମଣ କରାଯାଇଥିଲା ।

ପରେ କିଛି ସ୍ଥାନୀୟ ଲୋକଙ୍କ ବିରୋଧ ପରେ ଆକ୍ରମଣକାରୀ ନିଜ ଭୁଲ ସ୍ବୀକାର କରିବା ସହ ଗଣମାଧ୍ୟମକୁ କରିଥିବା ଆଚରଣ ନେଇ କ୍ଷମା ମାଗିଥିଲେ ।‌ ସଳେଇ ବେଦ ପୁର ରାସ୍ତା ନିର୍ମାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

ଇଟିଭି ଭାରତ, ନିଆଳି

Last Updated : Jun 11, 2022, 9:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.