ETV Bharat / state

ତୃତୀୟ ଦିନରେ ବାଲିଯାତ୍ରା: ପଡିଆ ବୁଲାକୁ ପରିବେଶ ସୁରକ୍ଷା ବାର୍ତ୍ତା ଶୁଣୁଛନ୍ତି ଲୋକେ - Enviroment saftey awareness in cuttack baliyatra

ବାଣିଜ୍ୟମେଳା ପାଇଁ ଚଳଚଞ୍ଚଳ କଟକ ସହର । ଏହି ଅବସରରେ ଛାତ୍ରଛାତ୍ରୀମାନେ ବାଲିଯାତ୍ରା ପଡିଆରେ ବିଭିନ୍ନ ପ୍ରୋଜେକ୍ଟ ମାଧ୍ୟମରେ ପରିବେଶ ସୁରକ୍ଷା ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Nov 14, 2019, 9:53 PM IST

କଟକ: ତୃତୀୟ ଦିନରେ କଟକର ଐତିହାସିକ ବାଲିଯାତ୍ରା । ଏହି ବାଣିଜ୍ୟମେଳା ପାଇଁ ଚଳଚଞ୍ଚଳ ସାରା ସହର । ଲୋକାରଣ୍ୟ ମହାନଦୀ ପଠା । ରାଜ୍ୟ ତଥା ରାଜ୍ୟ ବାହାରୁ ଏହି ମେଳା ଦେଖିବାକୁ ଜମୁଛି ଲୋକଙ୍କ ଭିଡ । ମେଳା ବୁଲିବା ସହ ଚଟପଟା ଖାଦ୍ୟ ଓ ଭଳିକି ଭଳି ଜିନିଷ କିଣୁଛନ୍ତି ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଚଳିତବର୍ଷ ବାଲିଯାତ୍ରାରେ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଶାସନର ଏହି ପ୍ରୟାସରେ କୁନି କୁନି ପିଲାମାନେ ମଧ୍ୟ ସଚେତନ ବାର୍ତ୍ତା ବାଣ୍ଟିଛନ୍ତି । ମଙ୍ଗଳବାର ଶିଶୁ ଦିବସ ସହ ୱାର୍ଲ୍ଡ ଡାଇବେଟିସ ଦିବସ । ଏହି ଅବସରରେ ଛାତ୍ରଛାତ୍ରୀମାନେ ବାଲିଯାତ୍ରା ପଡିଆରେ ବିଭିନ୍ନ ପ୍ରୋଜେକ୍ଟ ମାଧ୍ୟମରେ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି । ପ୍ଲାଷ୍ଟିକର ବହୁଳ ବ୍ୟବହାର ଏବଂ ଗଛ କାଟିବାର କୁପ୍ରଭାବ ଆଦିକୁ ବିଭିନ୍ନ ପ୍ରୋଜେକ୍ଟ ଜରିଆରେ ଦର୍ଶାଇଛନ୍ତି ଛାତ୍ରଛାତ୍ରୀ ।

ବାଲିଯାତ୍ରାର ତଳ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେଏସ ଜାଭେରୀ ଯୋଗ ଦେଇଥିଲେ । ପଥୋତ୍ସବ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ । ସେପଟେ ବାଲିଯାତ୍ରା କେବଳ ଯାତ୍ରାରେ ସୀମିତ ନାହିଁ, ଏହା ସଚେତନତାର ଏକ ମାର୍ଗ ପାଲଟିଥିବା କହିଛନ୍ତି ଜିଲ୍ଲାପାଳ ।

ଏସିଆର ସର୍ବବୃହତ ବାଣିଜ୍ୟିକ ମେଳା କଟକ ବାଲିଯାତ୍ରାରେ କେବଳ ପ୍ରୋଜେକ୍ଟ ମାଧ୍ୟମରେ ନୁହେଁ ବରଂ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପରିବେଶ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରୁଛି । ଜିଲ୍ଲାପ୍ରଶାସନ ଓ ଛାତ୍ରଛାତ୍ରୀଙ୍କ ଏହି ନିଆରା ଉଦ୍ୟମ ଲୋକଙ୍କୁ ନିଶ୍ଚୟ ସଚେତନ କରିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଐତିହାସିକ ବାଲିଯାତ୍ରାର ଆଜି ତୃତୀୟ ଦିନ।ଏହି ବାଣିଜ୍ୟମେଳା ପାଇଁ କମ୍ପୁଛି କଟକ ସହର।ରାଜ୍ୟ ତଥା ରାଜ୍ୟ ବାହାରରୁ ଦର୍ଶକଙ୍କ ଭିଡ଼ ଜମୁଛି ଏହି ଐତିହାସିକ ମେଳାରେ।ଅନେକ ଲୋକ ଏବେବି ପ୍ଲାଷ୍ଟିକ ଆଉ ପଲଥିନ ବ୍ୟବହାର କରୁଛନ୍ତି।ଫଳରେ ଦିନକୁ ଦିନ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି।ତେବେ ପରିବେଶ ପ୍ରଦୂଷଣ କୁ ରୋକିବା ଦିଗରେ ଛାତ୍ରଛାତ୍ରୀ ମାନେ ଏହି ବାଲିଯାତ୍ରା ପଡ଼ିଆରେ ସଚେତନତା ସୃଷ୍ଟି କରୁଛନ୍ତି।ବାଲିଯାତ୍ରା ରେ ବୁଲିବା ଖେଳିବା ଆଉ ଉପଭୋଗ କରିବା ପରିବର୍ତ୍ତେ କୁନି କୁନି ଛାତ୍ରଛାତ୍ରୀ ଙ୍କ ଏହି ସଚେତନତା କାର୍ଯ୍ୟକ୍ରମ କୁ ନେଇ ଆସନ୍ତୁ ଦେଖିବା ଇଟିଭି ଭାରତର ସ୍ପେସିଆଲ ରିପୋର୍ଟ .....।

Body:(ଭିଓ -୧) ବାଲିଯାତ୍ରା କହିଲେ ଅନେକ କେବଳ ଖାଇବା, କିଣିବା ଆଉ ବୁଲିବା ଆଦି ବୁଝିଥାଆନ୍ତି।କିନ୍ତୁ ବାଲିଯାତ୍ରା ର ଢାଞ୍ଚା ବଦଳାଇଛନ୍ତି କୁନି କୁନି ଛାତ୍ରଛାତ୍ରୀ।ବାଲିଯାତ୍ରା ପଡ଼ିଆରେ ବିଭିନ୍ନ ପ୍ରୋଜେକ୍ଟ ମାଧ୍ୟମରେ ପରିବେଶ ର ସୁରକ୍ଷା ପାଇଁ ସଚେତନ ସୃଷ୍ଟି କରିଛନ୍ତି ଛାତ୍ରଛାତ୍ରୀ।ପ୍ଲାଷ୍ଟିକ ବ୍ୟବହାର ,ଗଛ କାଟିବାର ପ୍ରଭାବ ଆଦି କୁ ବିଭିନ୍ନ ପ୍ରୋଜେକ୍ଟ ମାଧ୍ୟମରେ ସଚେତନ କରାଇଛନ୍ତି ଛାତ୍ରଛାତ୍ରୀ।କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା ଏହି ପଥଉତ୍ସବ କାର୍ଯ୍ୟକ୍ରମ ରେ ଏଭଳି ବାର୍ତ୍ତା ଦେଇ ଅନ୍ୟମାନଙ୍କୁ ସଚେତନ କରାଇଛନ୍ତି ଛାତ୍ରଛାତ୍ରୀ।

ବାଇଟ - ଅଙ୍କିତା ପ୍ରିୟଦର୍ଶିନୀ ,ଛାତ୍ରୀ।
ବାଇଟ - ସିମ୍ରନ ,ଛାତ୍ରୀ।

(ଭିଓ -୨) ଆଜି ଶିଶୁ ଦିବସ ସହ ୱାର୍ଲଡ଼ ଡାଇବେଟିସ ଦିବସ ପଡ଼ୁଥିବାରୁ ଲୋକମାନଙ୍କ ମଧ୍ୟରେ ଏଭଳି ପ୍ରୟାସ ଅନେକଙ୍କୁ ସଚେତନ କରାଇବ।ଏହି ପଥଉତ୍ସବ ମାଧ୍ୟମରେ ଅନେକ ଲୋକ ସଚେତନ ହେବେ।ବାଲିଯାତ୍ରାର ତଳ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଓଡିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ କେଏସ ଜାଭେରୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ତେବେ ବାଲିଯାତ୍ରାରେ ଏହିଭଳି ସଚେତନ କାର୍ଯ୍ୟକ୍ରମ ଆହୁରି କରାଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି।

ବାଇଟ - ଭବାନୀ ଶଙ୍କର ଚୟିନୀ,କଟକ ଜିଲ୍ଲାପାଳ।

Conclusion:କେବଳ ପ୍ରୋଜେକ୍ଟ ମାଧ୍ୟମରେ ନୁହେଁ ବରଂ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଏଭଳି ସଚେତନତା କାର୍ଯ୍ୟକ୍ରମ କରୁଛି କଟକ ଜିଲ୍ଲା ପ୍ରଶାସନ।ଯାହାକି ଚଳିତ ବର୍ଷ ପ୍ରଥମ ଥର ପାଇଁ କରାଯାଉଛି।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.