ETV Bharat / state

ରାଜ୍ୟରେ MSME ଉଦ୍ୟୋଗୀ ହେବେ ଲାଭବନ, ପ୍ରତି ଜିଲ୍ଲାରେ ହେବ ଶିଳ୍ପ ପ୍ରତିଷ୍ଠାନ

author img

By

Published : Mar 5, 2023, 6:17 PM IST

ଆଜିଠାରୁ MSME ବିଭାଗ ପକ୍ଷରୁ ଉଦ୍ୟୋଗୀ ସପ୍ତାହ ପାଳନ ହେଉଛି । ଯୁବପିଢ଼ିଙ୍କୁ ସଫଳ ଉଦ୍ୟୋଗରେ ପରିଣତ କରିବାକୁ ଆରମ୍ଭ ହେବ ଯୋଜନା । ଅଧିକ ପଢ଼ନ୍ତୁ

ଉଦ୍ୟୋଗୀ ସପ୍ତାହ ପାଳନ
entrepreneurs week 2023
ରାଜ୍ୟରେ MSME ଉଦ୍ୟୋଗୀ ହେବେ ଲାଭବନ

କଟକ: ରାଜ୍ୟରେ ଉଦ୍ୟୋଗୀ ହେବେ ଲାଭବନ । ସବୁ ଜିଲ୍ଲାରେ ଶିଳ୍ପର ହେବ ବିକାଶ । MSME ଜରିଆରେ ନୂଆନୂଆ ଶିଳ୍ପ ପ୍ରତିଷ୍ଠାନ ଗଢି ଉଠିବ । ଏନେଇ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ ପରେ ପରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ରାଜ୍ୟର 30ଟି ଜିଲ୍ଲା ମଧ୍ୟରେ ପ୍ରତ୍ୟେକ ଜିଲ୍ଲାରେ କେଉଁକେଉଁ ଶିଳ୍ପନୁଷ୍ଠାନ ନିର୍ମାଣ କଲେ ତାହାର ଚାହିଦା ବଢିବ ଏବଂ ବଜାର ଘାଟରେ ଉତ୍ପାଦନର ଚାହିଦା ବୃଦ୍ଧି ପାଇବ ସେନେଇ ମଧ୍ୟ ଆଲୋଚନା ହୋଇଛି । ଏହାଦ୍ବାରା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରାଯିବ । ସେମାନଙ୍କୁ ନୂଆ ଯୋଜନା ଯୋଗାଇ ଦିଆଯିବ ।

ଏହା ମଧ୍ୟ ପଢ଼ନ୍ତୁ: ସରକାରଙ୍କ ଫୋକସରେ ସ୍ବାସ୍ଥ୍ୟକ୍ଷେତ୍ର, ଟିକା ଯୋଗାଣ ଓ ରକ୍ତ ସଂଗ୍ରହ ପାଇଁ କିଣିଲେ ଭ୍ରାମ୍ୟମାଣ ଯାନ

ମହିଳାଙ୍କଠାରୁ ଆରମ୍ଭ କରି ଯୁବକ ସମସ୍ତଙ୍କୁ ସଫଳ ଉଦ୍ୟୋଗୀରେ ପରିଣତ କରିବାକୁ MSME ବିଭାଗ ତରଫରୁ ଉଦ୍ୟୋଗୀ ସପ୍ତାହ ପାଳନ ହେଉଛି । ଆଜି(ରବିବାର)ଠାରୁ ଆରମ୍ଭ ହେଉଥିବା ଏହି ଉଦ୍ୟୋଗୀ ସପ୍ତାହ ଅବସରରେ କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସଭା ଆୟୋଜିତ ହୋଇଥିଲା । ଏଥିରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏନେଇ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, "ଓଡିଶାର ଯୁବପିଢି ଉଦ୍ୟୋଗୀ ହେବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ଓଡ଼ିଶାର ଅଭିଭାବକମାନେ ନିଜର ସନ୍ତାନକୁ ସରକାରୀ କିମ୍ବା ବେସରକାରୀ ଚାକିରି କରାଇବାକୁ ବେଶ ପସନ୍ଦ କରନ୍ତି । ତେଣୁ ଏଠାରେ ଯୁବ ଉଦ୍ୟୋଗୀଙ୍କର ବେଶ ଅଭାବ ରହିଛି । ସରକାର ଉଦ୍ୟୋଗ ଭିର୍ତ୍ତିଭୂମି ବିକାଶ କଲେ କେବଳ ବିଦେଶୀ ବ୍ୟବସାୟୀମାନେ ଲାଭବାନ ହେବେ, ମାତ୍ର ଆମ ଯୁବପିଢ଼ି ଏଥିରୁ ସିଧାସଳଖ ଲାଭବାନ ହେବା ବହୁ କଷ୍ଟସାଧ୍ୟ ।"

ଏହା ମଧ୍ୟ ପଢ଼ନ୍ତୁ: ପ୍ରତିଷ୍ଠା ହେବ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ; ବିଶ୍ୱବିଦ୍ୟାଳୟ ଅଧୀନକୁ ଆସିବେ ୧୫୦ରୁ ଅଧିକ କଲେଜ

ତେଣୁ ଓଡ଼ିଶାରେ ଉଦ୍ୟୋଗ ପ୍ରତି ଯୁବପୀଢ଼ିଙ୍କୁ ଆକୃଷ୍ଟ କରିବା ସହିତ ସେମାନଙ୍କୁ ଅଧିକ ପ୍ରୋତ୍ସାହିତ କରିବାକୁ ମନ୍ତ୍ରୀ ବିଭାଗକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଶାସନ ସଚିବ ସଫଳ ଉଦ୍ୟୋଗୀମାନଙ୍କର କାହାଣୀଙ୍କୁ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଯୁବବର୍ଗଙ୍କୁ ଦେଖାଇ ସେମାନଙ୍କୁ ଉଦ୍ୟୋଗରେ ସାମିଲ କରିବାକୁ ଆହ୍ବାନ ଦେଇଛନ୍ତି । ତେବେ ଏହି ଯୋଜନା ଆଗାମୀ ଦିନରେ ନିଶ୍ଚୟ ସଫଳ ହେବ ଓ ରାଜ୍ୟକୁ ବିକାଶର ଆଉ ଏକ ପାଦ ଆଗକୁ ନେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.