ନିଆଳି: ନିଆଳିରେ ବ୍ୟାପିଲା କୋରୋନା । ୨୦୨୨ ଜାନୁଆରୀ ପ୍ରଥମ ସପ୍ତାହରେ 11 କୋରୋନା ଆକ୍ରାନ୍ତ ଚିହ୍ନଟ । କୋରୋନାର ତୃତୀୟ ଲହର ଝଟକାରେ ଜାନୁୟାରୀ ପ୍ରଥମ ସପ୍ତାହରେ କୋରୋନାର ତୃତୀୟ ଲହରୀରେ ୧୧ ଜଣ ବ୍ୟକ୍ତି କୋରୋନାରେ ଆକ୍ରାନ୍ତ ହୋଇଥିବା ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ନବୀନ ଦାଶ ସୂଚନା ଦେଇଛନ୍ତି ।
ଏହି ଏଗାର କୋରୋନା ଆକ୍ରାନ୍ତ ହୋମ କ୍ବାରେନଣ୍ଟାଇନରେ ଅଛନ୍ତି । ତେବେ ଏହି ସଂଖ୍ୟା ଆଗକୁ ନ ବଢିବ ଏହି ଗ୍ୟାରେଣ୍ଟି କିଏ ଦେବ । ତେବେ ପ୍ରଥମ ଓ ଦ୍ବିତୀୟ ଲହରୀ ସମୟରେ ନିଆଳି ଅଞ୍ଚଳରେ ୨୧୦୮ ଜଣ କରୋନା ଆକ୍ରାନ୍ତ ହୋଇଥିଲେ। ଏବଂ ଏମାନଙ୍କ ମଧ୍ୟରୁ ୩୪ ଜଣ ମୃତ୍ୟୁବରଣ କରିଥିଲେ। ତେବେ ତୃତୀୟ ଲହରରୁ ବଞ୍ଚିବା ପାଇଁ କ'ଣ ସବୁ ଉପାୟ ଅବଲମ୍ବନ କରିବାକୁ ପଡ଼ିବ ଏନେଇ ଅଧିକ ସୂଚନା ଦେଇଛନ୍ତି ଡାକ୍ତର ନବୀନ ଦାଶ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ