ETV Bharat / state

କାଳ ସାଜିଲା ଆମ୍ବ, ହାତୀ ଆକ୍ରମଣରେ ବୃଦ୍ଧ ମୃତ

author img

By

Published : May 13, 2023, 1:39 PM IST

Updated : May 13, 2023, 1:48 PM IST

କଟକ ଆଠଗଡ଼ ରେଞ୍ଜରେ ସକାଳୁ ସକାଳୁ ଘଟିଛି ଅଘଟଣ । ଆମ୍ବ ଆଣିବାକୁ ଯାଇଥିବା ବେଳେ ଦନ୍ତା ଦଳିଦେବା ଫଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

Elephant attack in Athagarh
Elephant attack in Athagarh
କାଳ ସାଜିଲା ଆମ୍ବ, ହାତୀ ଆକ୍ରମଣରେ ବୃଦ୍ଧ ମୃତ

କଟକ: ଆମ୍ବ ପାଇଁ ଗଲା ଜୀବନ । ସକାଳୁ ସକାଳୁ ଗାଁ ପାଖରେ ଥିବା ନିଜ ଆମ୍ବ ବଗିଚାକୁ ଆମ୍ବ ଆଣିବା ପାଇଁ ଯାଇଥିଲେ ୭୨ ବର୍ଷୀୟ ବୃଦ୍ଧ । ଆମ୍ବ ବଗିଚା ପାଖରେ ଥିବା ଜଙ୍ଗଲୀ ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ। ଏଭଳି ଘଟଣା ଆଠଗଡ ବନଖଣ୍ଡ ଅନ୍ତର୍ଗତ ଆଠଗଡ ରେଞ୍ଜର ତିଗିରିଆ ଗୋକର୍ଣ୍ଣଖାଲ ଗ୍ରାମରେ ଘଟିଛି ।

ମୃତକ ଜଣକ ହେଲେ ସେହି ଗ୍ରାମର କରୁଣା କର ରାଉତ। ସକାଳୁ ନିଜ ଗ୍ରାମ ପାଖ ଆମ୍ବ ବଗିଚାକୁ ଆମ୍ବ ତୋଳି ଯାଇଥିବା ବେଳେ ଗାଁ ପାଖ ଜଙ୍ଗଲରେ ୩ ଟିକିଆ ହାତୀ ବୁଲୁଥିବା ବେଳେ ତାଙ୍କ ମଧ୍ୟରୁ ଗୋଟିକିଆ ମାଖନା ହାତୀ ସହତ ହୋଇଥିଲେ ମୁହାଁମୁହିଁ। ଘଟଣା ସ୍ଥଳରେ ଆଠଗଡ ରେଞ୍ଜର ଏବଂ ତିଗିରିଆ ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଗୋକର୍ନଖାଲ ଗ୍ରାମର କରୁଣାକର ରାଉତ ଗ୍ରାମ ନିକଟରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟାଇବା ପାଇଁ ଯାଉଥିବା ବେଳେ ଏକ ଦନ୍ତାହାତୀର ଆକ୍ରମଣର ଶିକାର ହୋଇଥିଲେ । ହାତୀଟି ତାଙ୍କୁ ଆକ୍ରମଣ କରିବାରୁ ଅକାଳରେ ତାଙ୍କର ମୃତ୍ୟୁ ଘଟିଛି ।

ଏହା ବି ପଢନ୍ତୁ- ଆମ୍ବ ହେଉଛି କାଳ: ହାତୀ ହାବୁଡରେ ପଡି ପୁଣି ଜଣେ ମହିଳା ମୃତ, ୧୦ ଦିନରେ ୫ ମଲେଣି

ତେବେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ଦେଖି ବନବିଭାଗକୁ ଖବର ଦେବାପରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଲା । ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତକ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପଟେ ବନବିଭାଗ ମୃତକ ପରିବାରକୁ ସରକାରଙ୍କ ନିୟମ ମୁତାବକ କ୍ଷତିପୂରଣ ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ସୂଚନା ଥାଉ କି ଗତ ୧ ସପ୍ତାହ ଧରି କପିଳାସ ଜଙ୍ଗଲରୁ ୧୪ଟି ହାତୀପଲ ଆଠଗଡ଼ ସଦର ରେଞ୍ଜ ତିଗିରିଆ ନିଜିଗଡରେ ଆତଙ୍କ ସୃଷ୍ଟି କରୁଛନ୍ତି । ପନିପରିବା ଫସଲ ନଷ୍ଟ କରିବା ସହିତ ଆଜି ଏକ ଅମୂଲ୍ୟ ଜୀବନ ମଧ୍ୟ ଯାଇଛି। ତୁରନ୍ତ ହାତୀପଲଙ୍କୁ କପିଳାସ ଜଙ୍ଗଲକୁ ଘଉଡାଇବା ପାଇଁ ସାଧାରଣରେ ଦାବି ହୋଇଛି ।

ସୂଚନା ଥାଉ କି ଗତକାଲି ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ମଧ୍ୟ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିଲା । ଆମ୍ବ ଗୋଟାଇବାକୁ ଗାଁ ପାଖ ତୋଟାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ମହିଳା ଜଣକ ଆମ୍ବତୋଟାକୁ ଯାଇଥିବା ବେଳେ ହଠାତ ହାତୀ ସହ ମୁହାଁମୁହିଁ ହୋଇଥିଲେ । ଏହି ଅଞ୍ଚଳରେ ହାତୀ ଆକ୍ରମଣ ବୃଦ୍ଧି ପାଇଥିବା ବେଳେ ଗତ ୧୦ ଦିନ ମଧ୍ୟରେ ୫ଜଣଙ୍କ ଜୀବନ ଯାଇଛି ।

ଇଟିଭି ଭାରତ, କଟକ

Last Updated : May 13, 2023, 1:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.