ETV Bharat / state

ରେଳ ଷ୍ଟେସନରୁ ବେଆଇନ ଟଙ୍କା ଜବତ ଘଟଣା, ତଦନ୍ତ କରିବ ED

କଟକ ରେଳ ଷ୍ଟେସନରୁ 24 ଲକ୍ଷ 50 ହଜାର ଟଙ୍କା ଜବତ ହେବା ଘଟଣାରେ ଆରମ୍ଭ ହୋଇଛି ତନାଘନା । ପ୍ରଥମେ ଆରପିଏଫ ଓ ଆୟକର ବିଭାଗ ପରେ ଏବେ ଛାନଭିନ ଆରମ୍ଭ କରିଛି ED । ଅଧିକ ପଢନ୍ତୁ

author img

By

Published : Dec 10, 2021, 8:21 AM IST

ରେଳ ଷ୍ଟେସନରୁ ବେଆଇନ ଟଙ୍କା ଜବତ: ତଦନ୍ତ ଭାର ନେଲା ED

କଟକ: କଟକ ରେଳଷ୍ଟେସନରୁ 24 ଲକ୍ଷ 50 ହଜାର ଟଙ୍କା ଜବତ ହେବା ଘଟଣାରେ ଆରମ୍ଭ ହୋଇଛି ତନାଘନା । ପ୍ରଥମେ ଆରପିଏଫ ଓ ଆୟକର ବିଭାଗ ପରେ ଏବେ ଛାନଭିନ ଆରମ୍ଭ କରିଛି ED । ସେପଟେ ଭୁବନେଶ୍ବରରେ ନିୟମିତ ବ୍ୟବଧାନରେ ଟ୍ରେନ ଯୋଗେ ଟଙ୍କା ପଠାଯାଉଥିବା ଏବଂ ଧରା ପଡ଼ିଥିବା ଅଭିଯୁକ୍ତ ଅରୁଣ ସାହୁ ଗତ ଦୁଇବର୍ଷ ଧରି ଏହି କାର୍ଯ୍ୟ କରୁଥିବା ଏହି ଘଟଣାର ତଦନ୍ତରୁ ସ୍ପଷ୍ଟ ହୋଇଛି ।

ରାଜଧାନୀ ଏକ୍ସପ୍ରେସରୁ ନଗଦ 24 ଲକ୍ଷ 50 ହଜାର ଟଙ୍କା ଜବତ ଘଟଣାର ତଦନ୍ତରୁ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ବିଶେଷ କରି ବଜାରରୁ ପୁରୁଣା ନୋଟଗୁଡ଼ିକୁ କମିଶନ ଆଧାରରେ ସଂଗ୍ରହ କରି ସେଗୁଡ଼ିକୁ ବ୍ୟାଙ୍କରେ ଜମା କରିବା, ଏହା ବଦଳରେ ବ୍ୟାଙ୍କରୁ କେବଳ 10 ଟଙ୍କିଆ ଓ 20 ଟଙ୍କିଆ ନୂଆ ନୋଟ ବଣ୍ଡଲ ହାସଲ କରିବା ଏବଂ ସେହି ଟଙ୍କାକୁ ରାଜ୍ୟ ବାହାରକୁ ଚାଲାଣ କରିବା ନେଇ ଚାଲିଥିବା ଏକ ଅଭିନବ ବ୍ୟବସାୟ ବାବଦରେ ଆରପିଏଫ ତଦନ୍ତରୁ ଜଣାପଡ଼ିଛି ।

ତେବେ ବୁଧବାର ଦିନ ଧରାପଡ଼ିଥିବା ଟଙ୍କା ଭୁବନେଶ୍ବରରେ ରହି ଏହି ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀଙ୍କର ଏବଂ ସମ୍ପୃକ୍ତ ବ୍ୟବସାୟୀ ଏହି ଟଙ୍କାକୁ ଦିଲ୍ଲୀର ଆଉ ଜଣେ ବ୍ୟବସାୟୀଙ୍କ ନିକଟକୁ ପଠାଉଥିଲା । ଆଉ ଦିଲ୍ଲୀର ସେହି ବ୍ୟବସାୟୀ ଶହଶହ ନୂଆ ନୋଟକୁ ବ୍ୟବାହର କରି ଲକ୍ଷାଧିକ ଟଙ୍କାର ମାଳା ପ୍ରସ୍ତୁତ କରି ଏହାକୁ ବଡ଼ ବଡ଼ ବିବାହ କାର୍ଯ୍ୟକ୍ରମର ଆୟୋଜନ କରୁଥିବା ଗ୍ରାହକ ମାନଙ୍କୁ ପ୍ରଦାନ କରୁଥିବା କଥା ମଧ୍ୟ ସାମନାକୁ ଆସିଛି ।

ବୁଧବାର ଦିନ ଟଙ୍କା ଜବତ କରିବା ପରେ ଆରପିଏଫ ଏହି ମାମଲାକୁ ଆୟକର ବିଭାଗକୁ ହସ୍ତାନ୍ତର କରିଛି ଏବଂ ଆୟକର ବିଭାଗ ଟଙ୍କା ସହ ଏହାକୁ ନେଇ ଟ୍ରେନରେ ଯାତ୍ରା କରୁଥିବା ଅରୁଣ ସ୍ବାଇଁକୁ ନିଜ ସାଥୀରେ ମୁଖ୍ୟାଳୟକୁ ନେଇ ତଦନ୍ତ ଆରମ୍ଭ କରିଛି । ଆୟକର ବିଭାଗରୁ ମିଳିଥିବା ସୂଚନା ମୁତାବକ ବେଆଇନ ଭାବେ ଏହି ଟଙ୍କା କାରବାର କରୁଥିବା ଭୁବନେଶ୍ବରର ସମ୍ପୃକ୍ତ ବ୍ୟବସାୟୀଙ୍କୁ ନୋଟିସ କରାଯାଇଥିଲା । ହେଲେ ସେ ବିଭାଗ ସମ୍ମୁଖରେ ହାଜର ନହେବାରୁ ଜବତ ହୋଇଥିବା ଟଙ୍କାକୁ ରିଜର୍ଭ ବ୍ୟାଙ୍କରେ ଜମା କରି ଦିଆଯାଇଛି । ଏହା ବ୍ୟତିତ ଏହି ଘଟଣାରେ ବେଆଇନ ଅର୍ଥ କାରବାର କଥା ସାମ୍ନାକୁ ଆସିବା ପରେ ଇଡି ମଧ୍ୟ ଏହି ଏହାର ଚାନବିନ ଆରମ୍ଭ କରୁଥିବା ଜଣା ପଡ଼ିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.