ETV Bharat / state

ସିଏମସିରେ ଅନିୟମିତତା ଅଭିଯୋଗ ଆଣିଲେ ବିରୋଧୀ, ତଦନ୍ତ ପ୍ରତିଶୃତି ଦେଲେ ମେୟର - ସିଏମସିର ଏଜେନ୍ସି ପ୍ରୀତିକୁ ନେଇ ପ୍ରଶ୍ନ

ସିଏମସିର ଏଜେନ୍ସି ପ୍ରୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ କର୍ପୋରେଟର। ଏହାସହ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଛନ୍ତି ଉଭୟ ବିରୋଧୀ ଓ ଶାସକ ଦଳର କର୍ପୋରେଟର। ଅଧିକ ପଢନ୍ତୁ

corporators allege corruption
ସିଏମସି ନାଁରେ ଦୁର୍ନୀତି ଅଭିଯୋଗ
author img

By ETV Bharat Odisha Team

Published : Sep 2, 2023, 10:45 PM IST

ସିଏମସି ନାଁରେ ଦୁର୍ନୀତି ଅଭିଯୋଗ

କଟକ: ଗାଡି କିଣାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଲେ ବିରୋଧୀ। ସିଏମସିର ଏଜେନ୍ସି ପ୍ରୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ କର୍ପୋରେଟର। ଯେଉଁ ଗାଡିର ମୂଲ୍ୟ 1 ଲକ୍ଷ ୪୦ ହଜାର ଟଙ୍କା, ସିଏମସି ଏହାକୁ କ୍ରୟ ନକରି ଏକ ନିର୍ଦ୍ଦିଷ୍ଟ ଏଜେନ୍ସିକୁ ଭଡା ବାବଦରେ ମାସକୁ ୨୪ ହଜାର ଟଙ୍କା ଦେଉଛି । ଯାହାକୁ ନେଇ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଛନ୍ତି ଉଭୟ ବିରୋଧୀ ଓ ଶାସକ ଦଳର କର୍ପୋରେଟର। ତେବେ କେଉଁ ଉଦ୍ଦେଶ୍ୟରେ ଏପରି ଭଡା ଦିଆଯାଉଛି ସେନେଇ କୌଣସି ସନ୍ତୋଷ ଜନକ ଉତ୍ତର ମିଳୁନଥିବା ଅଭିଯୋଗ ହୋଇଛି।

କେବଳ ସେତିକି ନୁହେଁ, ବିଭିନ୍ନ କାର୍ଯ୍ୟରେ ସିଏମସି ଦୁର୍ନୀତି କରୁଥିବା ଅଭିଯୋଗ ହୋଇଛି। ତେବେ ମେୟର କହିଛନ୍ତି ଏହାର ତଦନ୍ତ କରାଯିବ। ହୋହଲ୍ଲା ପାଟିତୁଣ୍ଡ ଭିତରେ ଶେଷ ହୋଇଛି କଟକ ମହାନଗର ନିଗମର ୧୭ ତମ କାଉନସିଲ ବୈଠକ। ବିଭିନ୍ନ ପ୍ରକଳ୍ପ ପାଇଁ ସହରର ରାସ୍ତାକୁ ମନଇଚ୍ଛା ଖୋଳାଯିବାକୁ ନେଇ ବିଭିନ୍ନ ବିଭାଗ ଉପରେ ବର୍ଷିଛନ୍ତି 3 ଦଳ କର୍ପୋରେଟର। ଗଣେଶ ପୂଜା ପୂର୍ବରୁ ସହରର ଖାଲଖମା ରାସ୍ତା ତୁରନ୍ତ ମରାମତି କରିବାକୁ କାଉନସିଲ ବୈଠକରେ ଦାବି କରିଛନ୍ତି କର୍ପୋରେଟର। ଏହାସହ ଟ୍ୟାକ୍ସ ଆଦାୟରେ ଜାଲିଆତି, ଗାଡ଼ି କିଣାରେ ଦୁର୍ନୀତି ଭଳି ପ୍ରସଙ୍ଗ ଉଠେଇ ମେୟର ଓ କମିଶନରଙ୍କୁ ଘେରିଛନ୍ତି କର୍ପୋରେଟର।

ଗଣେଶ ପୂଜା ପୂର୍ବରୁ କାମ ଶେଷ କରିବାକୁ ବି ଚେତାବନୀ ଦେଇଛନ୍ତି କର୍ପୋରେଟର। ଏଭଳି କିଛି ପ୍ରସଙ୍ଗକୁ ନେଇ କଟକ ମହାନଗର ନିଗମ କାର୍ଯ୍ୟାଳୟରେ ଆଜି ଶେଷ ହୋଇଛି ୧୭ ତମ କାଉନସିଲ ବୈଠକ। ଏହି 3 ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ 3 ଦଳର କର୍ପୋରେଟର ପ୍ରଶ୍ନବାଣରେ ଘାଇଲା ହୋଇଛନ୍ତି ସିଏମସି ମେୟର, କମିଶନର ଓ ବିଭାଗୀୟ ଅଧିକାରୀ। ବିଜେପି କର୍ପୋରେଟର ଗଗନ ଓଝା କହିଛନ୍ତି, "ଯିଏ ଯେତେବେଳେ ଆସିଲା ରାସ୍ତା ଖୋଳି କାମ କରି ଚାଲିଗଲା। ହେଲେ ଉକ୍ତ ରାସ୍ତାକୁ ଆଉ ପୂର୍ବ ପରି ନିର୍ମାଣ କଲାନାହିଁ।"

ଏହା ବି ପଢନ୍ତୁ...କଟକରେ ମୁକୁଳା ରହିବନି ସବ ଡ୍ରେନ୍‌, ଯିବନି ଆଉ ଜୀବନ

ସେହିପରି "ହୋଲ୍ଡିଂ ଟ୍ୟାକ୍ସ ସଂଗ୍ରହ ଓ ଟ୍ୟାକ୍ସ ଆଦାୟରେ ଜାଲିଆତି ଭଳି ପ୍ରସଙ୍ଗ ଉଠେଇଛନ୍ତି 3 ଦଳର କର୍ପୋରେଟର। କେବଳ ଏତିକି ନୁହେଁ, ସିଏମସି ଅଧିକାରୀ କେଉଁ ଗାଡ଼ି ବ୍ୟବହାର କରୁଛନ୍ତି, କେତେ ଟଙ୍କା ଏଥିପାଇଁ ଖର୍ଚ୍ଚ କରାଯାଉଛି, ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ବ୍ୟାଟେରୀ ଚାଳିତ ଗାଡ଼ିକୁ ନୂଆ ନ କିଣି କାହିଁକି ଭଡ଼ାରେ ଆଣି ସିଏମସି ପଇସା ଅପଚୟ କରାଯାଉଛି?" ବୋଲି ପ୍ରଶ୍ନ କରିଛନ୍ତି ଉଭୟ ବିଜେଡ଼ି ଓ କଂଗ୍ରେସ କର୍ପୋରେଟର।

ଅନ୍ୟପଟେ ମେୟର ସୁବାସ ସିଂ କହିଛନ୍ତି, "ଗଣେଶ ପୂଜା ପୂର୍ବରୁ ସହରରେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିଥିବା ରାସ୍ତା କାମ ଶୀଘ୍ର ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ସମୟରେ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁଁ ବିପର୍ଯ୍ୟସ୍ତ ରାସ୍ତାଘାଟ ଭଳି ସମସ୍ୟା ଉପୁଜିଛି। ଏହାର ସମାଧାନ କରିବା ଦିଗରେ କାର୍ଯ୍ୟ କରାଯାଉଛି। ତେବେ ଯେଉଁ ଅଭିଯୋଗ ଆସିଛି ସେଗୁଡିକ ତଦନ୍ତ କରାଯିବ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.