ETV Bharat / state

ଲିଜା ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଗିରଫ ଦାବିରେ ଅନଶନରେ ବସିଲେ ପରିବାର ଓ ଗ୍ରାମବାସୀ - କଟକ

ଗତ ଫେବୃଆରୀ ୧୩ ତାରିଖରେ ହୋଇଥିବା ଲିଜା ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବିରେ ଚୌଦ୍ବାର ଥାନା ସମ୍ମୁଖରେ ଅନଶନ।  ଲିଜାର ପରିବାର ସମେତ ଗ୍ରାମବାସୀ ଅନଶନରେ ବସିବା ସହ ହତ୍ୟାକାରୀଙ୍କୁ ଗିରଫ କରିବା ଦାବିରେ ଆନ୍ଦୋଳନ ଜାରି ରହିଛି। ଯେ ପର୍ଯ୍ୟନ୍ତ ଅଭିଯୁକ୍ତକୁ ପୋଲିସ ଗିରଫ ନ କରିଛି, ସେ ପର୍ଯ୍ୟନ୍ତ ଅନଶନରେ ବସିବେ ବୋଲି ଅନଶନକାରୀ ଚେତାବନୀ ଦେଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Mar 9, 2019, 4:40 AM IST

କଟକ: ଗତ ଫେବୃଆରୀ ୧୩ ତାରିଖରେ ହୋଇଥିବା ଲିଜା ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବିରେ ଚୌଦ୍ବାର ଥାନା ସମ୍ମୁଖରେ ଅନଶନ। ଲିଜାର ପରିବାର ସମେତ ଗ୍ରାମବାସୀ ଅନଶନରେ ବସିବା ସହ ହତ୍ୟାକାରୀଙ୍କୁ ଗିରଫ କରିବା ଦାବିରେ ଆନ୍ଦୋଳନ ଜାରି ରହିଛି। ଯେ ପର୍ଯ୍ୟନ୍ତ ଅଭିଯୁକ୍ତକୁ ପୋଲିସ ଗିରଫ ନ କରିଛି, ସେ ପର୍ଯ୍ୟନ୍ତ ଅନଶନରେ ବସିବେ ବୋଲି ଅନଶନକାରୀ ଚେତାବନୀ ଦେଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଅନ୍ୟପଟେ ପୋଲିସ ନିକଟରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସୂଚନା ଅନୁସାରେ ଚୌଦ୍ବାର ଥାନା ଅନ୍ତର୍ଗତ ବଡ ସାମନ୍ତରାପୁର ପଞ୍ଚାୟତ ଖଟୁଆସାହିର ଲିଜା ଚୌଦ୍ବାର ଅଞ୍ଚଳରେ ଥିବା ଘରୋଇ କଲେଜରେ ଚାକିରୀ କରିଥିଲେ। ସେଠାରେ ତାଙ୍କୁ ସେହି କଲେଜର ଜଣେ କର୍ମଚାରୀ ଏକତରଫା ପ୍ରେମ କରୁଥିଲେ ।

ଏହାକୁ ନେଇ କର୍ମଚାରୀ ଜଣଙ୍କ ବିଭିନ୍ନ ସମୟରେ ଲିଜାକୁ ମାନସିକ ନିର୍ଯାତନା ଦେଇ ଆସୁଥିବା ଲିଜାଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି। ମାତ୍ର ଲିଜା କର୍ମଚାରୀର ଏଭଳି ବ୍ୟବହାରରେ ଅତିଷ୍ଠ ହୋଇ ଦୀର୍ଘ ଛମାସ ହେବ ଚାକିରୀ ଛାଡ଼ି ଘରେ ରହୁଥିଲେ।

ତଥାପି କର୍ମଚାରୀ ଜଣଙ୍କର ପ୍ରେମ ନିଶା ଛାଡ଼ି ନ ଥିଲା। ବାରମ୍ବାର କର୍ମଚାରୀ ଜଣଙ୍କ ଲିଜାର ଘରକୁ ଆସୁଥିଲେ। ଘଟଣାଦିନ (ଫେବୃଆରୀ ୧୩) ମଧ୍ୟାହ୍ନରେ ଘରେ କେହି ନ ଥିବାର ସୁଯୋଗ ନେଇ ସେ ଲିଜା ସହିତ ଦୁର୍ବ୍ୟବହାର କରିବା ସହିତ ତାକୁ ମାରି ଟାଙ୍ଗି ଦେଇଥିବା ପରିବାର ଲୋକ ସନ୍ଦେହ କରିଥିଲେ।

ଏ ନେଇ ପରିବାର ଲୋକ ଚୌଦ୍ବାର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ମାତ୍ର ଦୀର୍ଘ ୨୫ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତା ଦେଖି ପରିବାର ଲୋକଙ୍କ ସମେତ ଗ୍ରାମର ବହୁ ପୁରୁଷ ଓ ମହିଳା ଥାନା ସମ୍ମୁଖରେ ଅନଶନରେ ବସିଛନ୍ତି। ଯେ ପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରାଯାଇନାହିଁ, ସେ ପର୍ଯ୍ୟନ୍ତ ଅନଶନସ୍ଥଳରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

କଟକରୁ ନାରାୟଣ ସାହୁ, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.