କଟକ: କଟକରେ ପୁଣି ଥରେ ନକଲି ଔଷଧ ଠାବ ହୋଇଛି । ବେଶ କିଛି ଦିନର ବ୍ୟବଧାନ ପରେ କଟକରେ ପୁଣି ଥରେ ନକଲି ଔଷଧ ଠାବ ହୋଇଛି । ପୂର୍ବରୁ ଖରାପମାନର ଅନେକ ସାମଗ୍ରୀ ବିକ୍ରି ହେଉଥିବା ଜଣା ପଡିଥିବାବେଳେ ଏବେ ନକଲି ଔଷଧ (Duplicate Medicine) କାରବାର ଅଭିଯୋଗରେ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଡ୍ରଗ କଣ୍ଟ୍ରୋଲ ବିଭାଗ(Drug control Administration raids on medicine stockists) ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।
ପ୍ରାଥମିକ ସ୍ତରରେ ଜବତ ହୋଇଥିବା ଔଷଧଗୁଡ଼ିକ କେବଳ ନକଲି ନୁହେଁ ବରଂ ବିଷାକ୍ତ ବୋଲି ସନ୍ଦେହ ପ୍ରକାଶ କରିଛି ବିଭାଗ । ଏହାର ରିପୋର୍ଟ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ଏ ନେଇ ପ୍ରତିକ୍ରିୟା ରଖିଛି କଟକ ଜିଲ୍ଲା ଡ୍ରଗିଷ୍ଟ ଆସୋସିଏସନ । ଔଷଧ ନକଲି କିମ୍ବା ଅସଲି ତାହା ଜାଣିବା ପାଇଁ ଔଷଧ ବ୍ୟବସାୟୀଙ୍କ ପାଖରେ କୌଣସି ବ୍ୟବସ୍ଥା ନାହିଁ । ବ୍ୟବସାୟୀ ମାନେ ବିଲରେ ଔଷଧ କିଣନ୍ତି ଓ ବିକ୍ରୟ କରନ୍ତି । ଯେଉଁ ବ୍ୟବସାୟୀମାନଙ୍କ ପାଖରେ ଏହି ଔଷଧଗୁଡିକ ରହିଛି ସେଗୁଡିକୁ ଫେରାଇ ଆଣିବା ପାଇଁ ସଂଘ ପକ୍ଷରୁ ମଧ୍ୟ ଉଦ୍ୟମ କରାଯାଉଥିବା କହିଛନ୍ତି କଟକ ଜିଲ୍ଲା ଡ୍ରଗିଷ୍ଟ ଆସୋସିଏସନର ସଭାପତି ଭାଗବତ ପ୍ରସାଦ ସାହୁ ।
ତେବେ ସୂଚନା ଅନୁଯାୟୀ, ଏକ ନାମିଦାମୀ କମ୍ପାନୀର ଔଷଧକୁ ନକଲି କରାଯାଉଥିବା କଥା ସାମ୍ନାକୁ ଆସିଛି । ନକଲି ଔଷଧ କାରବାର ଅଭିଯୋଗରେ ଡ୍ରଗ କଣ୍ଟ୍ରୋଲର ବିଭାଗ ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ଫଳସ୍ବରୂପ ଚଢାଉ ସମୟରେ ଜବତ ହୋଇଥିବା ଔଷଧର ନମୁନା ସଂଗ୍ରହ କରି ସେଗୁଡ଼ିକୁ ପରୀକ୍ଷା ପାଇଁ ଡ୍ରଗ କଣ୍ଟ୍ରୋଲର ବିଭାଗ ପରୀକ୍ଷାଗାରକୁ ପଠାଇଛି । ତେବେ ପ୍ରାଥମିକ ସ୍ତରରେ ଜବତ ହୋଇଥିବା ଔଷଧଗୁଡ଼ିକ କେବଳ ନକଲି ନୁହେଁ ବରଂ ବିଷାକ୍ତ ବୋଲି ସନ୍ଦେହ ପ୍ରକାଶ କରିଛି ବିଭାଗ । ତେବେ ପ୍ରାଥମିକ ସ୍ତରରେ କଟକର ମାଣିକଘୋଷ ବଜାର ଅଞ୍ଚଳରେ ଥିବା ଭି ଆର ଦୁର୍ଗା ଏଜେନ୍ସି ନାମକ ଏକ ଡିଷ୍ଟ୍ରିବ୍ଯୁଟରଙ୍କ ଜରିଆରେ କାରବାର ହୋଇଥିବା 15 ଲକ୍ଷ ଟଙ୍କାର ସନ୍ଦିଗ୍ଧ ବିଷାକ୍ତ ଔଷଧକୁ ବଜାରରୁ ପ୍ରତ୍ୟାହାର କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ନକଲି ଔଷଧ(Duplicate Medicine) କାରବାର ଅଭିଯୋଗ ପରେ ତତ୍ପର ହେଲା ଡ୍ରଗ ବିଭାଗ । ଗୁରୁବାର ଡ୍ରଗ କଣ୍ଟ୍ରୋଲ ବିଭାଗ(Drug control Administration raids on medicine stockists) ଟିମ ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଡ୍ରଗ କଣ୍ଟ୍ରୋଲଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିଛି ଚଢାଉ। ଔଷଧର ନକଲି ବ୍ରାଣ୍ଡ କରି ବିକ୍ରି କରାଯାଉଥିବା ଖବର ମିଳିବା ପରେ ସହରର ମଙ୍ଗଳାବାଗ ଓ ବାଦାମବାଡ଼ି ସମେତ ଖୋର୍ଦ୍ଧା ପରେ ଆଜି ଭୁବେଶ୍ବରରେ ଚଢାଉ କରାଯାଇଛି । କଟକ ଓ ଖୋର୍ଦ୍ଧାରେ ନକଲି ଔଷଧ ପ୍ରସ୍ତୁତିକୁ ନେଇ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଲଗାତାର ଭାବରେ ଚଢ଼ାଉ କରାଯାଉଛି (Drug control Administration raids on medicine stockists)। ରକ୍ତଚାପ ରୋଗୀଙ୍କ ପାଇଁ ବ୍ୟବହାର ହେଉଥିବା ଟେଲମା - ୪୦(Telma 40 Tablet) ଓ ଟେଲମା ଏ.ଏମ(Telma-AM Tablet)ଔଷଧର ନକଲି ବ୍ରାଣ୍ଡ କରି ବିକ୍ରି କରାଯାଉଥିବା ଖବର ମିଳିବା ପରେ ସହରର ମଙ୍ଗଳାବାଗ ଓ ବାଦାମବାଡ଼ି ସମେତ ଖୋର୍ଦ୍ଧା ପରେ ଆଜି ଭୁବନେଶ୍ବରରେ ଚଢାଉ କରାଯାଇଛି । ଚଢାଉ ସମୟରେ ଜବତ ହୋଇଥିବା ଔଷଧର ନମୁନା ସଂଗ୍ରହ କରି ସେଗୁଡ଼ିକୁ ପରୀକ୍ଷା ପାଇଁ ଡ୍ରଗ କଣ୍ଟ୍ରୋଲର ବିଭାଗ ପରୀକ୍ଷାଗାରକୁ ପଠାଇଛି । ଯଦି ନକଲି ଔଷଧ ବୋଲି ପ୍ରମାଣିତ ହୁଏ ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।
ଇଟିଭି ଭାରତ, କଟକ