ETV Bharat / state

ବନ୍ୟା ଆଣିଲା ଦୁଃଖ, ପାନୀୟ ଜଳ ପାଇଁ ହନ୍ତସନ୍ତ ଲୋକେ

ବନ୍ୟା ସ୍ଥିତି ଯୋଗୁଁ ନଳକୂପ ଚାରି ପଟେ ଜମି ରହିଛି ବନ୍ୟାଜଳ । ଫଳରେ ନଳକୂପରୁ ବାହାରୁଛି ଦୂଷିତ ପାଣି । ପାଣି ଟୋପାଏ ପାଇଁ ଲୋକେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

author img

By

Published : Aug 21, 2022, 10:24 AM IST

ନଳକୂପରୁ ବାହାରୁଛି ଦୂଷିତ ପାଣି, ଟ୍ୟାଙ୍କର ପାଣି ପିଉଛନ୍ତି ଗ୍ରାମବାସୀ

କଟକ: ଛାଡୁଛି ବନ୍ୟା ପାଣି ହେଲେ ଛାଡିଯାଇଛି ଦୁର୍ଦ୍ଦଶା (flood situation in odisha)। ବନ୍ୟା କାରଣରୁ ପିଇବା ପାଣି ଦୂଷିତ ହୋଇଯାଇଛି । ଫଳରେ ଜିଲ୍ଲା ପ୍ରଶାସନ ତରଫରୁ ନିସ୍ତିପୁର ଗ୍ରାମରେ ଟ୍ୟାଙ୍କରରେ ପିଇବା ପାଣି ଯୋଗାଇ ଦିଆଯାଇଛି । ତେଣୁ ପାଣି ପାଇଁ ସ୍ଥାନୀୟ ଲୋକଙ୍କର ଲମ୍ବା ଲାଇନ ଦେଖିବାକୁ ମିଳିଥିଲା ।

ମହାନଦୀରେ ଆସିଥିବା ବଡବନ୍ୟା କାରଣରୁ ଜଳମଗ୍ନ ହୋଇଥିଲା ବହୁ ତଳି ଅଞ୍ଚଳ । ଧିରେ ଧିରେ ମହାନଦୀ ଓ କାଠଯୋଡ଼ିରେ ହ୍ରାସ ପାଇବାରେ ବନ୍ୟାଜଳ । ହେଲେ ଅନେକ ଅଞ୍ଚଳରେ ଏବେବି ଜମି ରହିଛି ଦୂଷିତ ପାଣି । ଫଳରେ ଅନେକ ସମସ୍ୟାର ଶିକାର ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ବିଶେଷକରି ପିଇବା ପାଣି ପାଇଁ ବାଙ୍କି ଅଞ୍ଚଳରେ ବଡ଼ ସମସ୍ୟା ସୃଷ୍ଟି ହୋଇଛି ।

ନଳକୂପ ଚାରି ପଟେ ବନ୍ୟା ଜଳ ଜମି ରହିବାରୁ ସେଥିରୁ ଦୂଷିତ ପାଣି ବାହାରୁଛି । ଯାହାକୁ ପିଇଲେ ଅନେକ ରୋଗ ହେବାର ସମ୍ଭାବନା ରହିଛି । ବାଧ୍ୟହୋଇ ଲୋକ ମାନେ ଏହି ପାଣିକୁ ଛାଣି ପିଉଛନ୍ତି । ମାତ୍ର ଏହି ଦିନେ ଦୁଇ ଦିନ ହେବ ପ୍ରଶାସନ ପକ୍ଷରୁ ପାଣି ଟ୍ୟାଙ୍କରରେ ପିଇବା ପାଣି ଯୋଗାଇ ଦିଆଯାଉଛି । କିନ୍ତୁ ଆବଶ୍ୟକତା ଅନୁଯାୟୀ ପିଇବା ପାଣି ମିଳୁନଥିବାରୁ ନିସ୍ତିପୁର ଗ୍ରାମର ଲୋକମାନେ ଟ୍ୟାଙ୍କରରୁ ପାଣି ରଖିବା ପାଇଁ ଟ୍ୟାଙ୍କର ପାଖରେ ଲମ୍ବା ଲାଇନ ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.