ETV Bharat / state

ଖାନନଗର ପ୍ରସ୍ତାବିତ ନେତାଜୀ ବସଷ୍ଟାଣ୍ଡର ସ୍ଥିତି ସମୀକ୍ଷା କଲା ଜିଲ୍ଲା ପ୍ରଶାସନ - କଟକ ଜିଲ୍ଲା ପ୍ରଶାସନ

ନେତାଜୀ ବସ୍ ଟର୍ମିନାଲ୍ ପାଇଁ କାଳୀ ମନ୍ଦିର ଉଚ୍ଛେଦ ଉପରେ ହାଇକୋର୍ଟ ଲଗେଇଥିବା ରହିତାଦେଶ ପରେ ସ୍ଥିତି ଅନୁଧ୍ୟାନ କଲା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ....

ଖାନନଗର ପ୍ରସ୍ତାବିତ ନେତାଜୀ ବସଷ୍ଟାଣ୍ଡର ସ୍ଥିତି ସମୀକ୍ଷା କଲା ଜିଲ୍ଲା ପ୍ରଶାସନ

author img

By

Published : Feb 2, 2021, 10:51 PM IST

କଟକ: ନେତାଜୀ ବସ୍ ଟର୍ମିନାଲ୍ ପାଇଁ କାଳୀ ମନ୍ଦିର ଉଚ୍ଛେଦ ଉପରେ ହାଇକୋର୍ଟ ଲଗେଇଥିବା ରହିତାଦେଶ ପରେ ସ୍ଥିତି ଅନୁଧ୍ୟାନ କଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ସୁବିଧା, ବସ୍ ଯିବା ଆସିବା ସୁବିଧା କେମିତି ସଠିକ ହୋଇପାରିବ, ସେ ନେଇ ସ୍ଥିତି ଅନୁଧ୍ୟାନ କରିଥିଲେ RDC , ଜିଲ୍ଲାପାଳ ଓ ସିଏମସି କମିଶନର । ଶ୍ମଶାନ ସହ କିଛି ଧର୍ମାନୁଷ୍ଠାନକୁ କିପରି ଅନ୍ୟତ୍ର ସ୍ଥାନରେ ସ୍ଥାନାନ୍ତରିତ କରାଯାଇ ତାର ରକ୍ଷଣାବେକ୍ଷଣା ସଠିକ ଭାବରେ କରାଯାଇପାରିବ, ତାକୁ ନେଇ ଅଧିକ ଗୁରୁତ୍ବ ଦେଇଛି ପ୍ରଶାସନ ।

ଖାନନଗର ପ୍ରସ୍ତାବିତ ନେତାଜୀ ବସଷ୍ଟାଣ୍ଡର ସ୍ଥିତି ସମୀକ୍ଷା କଲା ଜିଲ୍ଲା ପ୍ରଶାସନ

କାଳୀ ମନ୍ଦିର ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ରହିଥିବାବେଳେ କୋର୍ଟଙ୍କ ରାୟପରେ ବିଚାର କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ। ସେହିପରି ବସ୍ ଟର୍ମିନାଲ ପ୍ରକଳ୍ପ କାର୍ଯ୍ୟରେ କୌଣସି ଅସୁବିଧା ନାହିଁ । ସ୍ଥିତିବାନ ସମ୍ପତ୍ତି ଉଚ୍ଛେଦ ହେବ ନାହିଁ, ସେ ବିଷୟରେ ଜିଲ୍ଲାପାଳ ଆଲୋଚନା କରିବେ ବୋଲି କହିଛନ୍ତି । ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ପ୍ରଥମେ ସରକାରୀ ବିଦ୍ୟାଳୟକୁ ଅନ୍ୟତ୍ର ବିଦ୍ୟାଳୟରେ ମିଶ୍ରଣ କରାଯାଇ ତାକୁ ଉଚ୍ଛେଦ କରାଯାଇଛି । ଆଗାମୀ ଦିନରେ ସିଏମସି ଅଧୀନରେ ଥିବା ଅନୁଷ୍ଠାନ ଉଚ୍ଛେଦ କରାଯିବ ।

ଏହାସହ ସରକାରୀ ଜମିକୁ ଜବରଦଖଲ କରି ରହିଥିବା ଲୋକଙ୍କୁ ପ୍ରଥମେ ପ୍ୟାକେଜ ଦିଆଯାଇ ପରେ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ସିଏମସି କମିଶନର ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.