ETV Bharat / state

ହାଇକୋର୍ଟରେ ଢିଙ୍କିଆ ବିବାଦ , ଆସନ୍ତା ଏପ୍ରିଲ 7ରେ ମାମଲାର ପରବର୍ତ୍ତୀ ଶୁଣାଣି - ହାଇକୋର୍ଟରେ ଢିଙ୍କିଆ ବିବାଦ ଶୁଣାଣି

ଢ଼ିଙ୍କିଆ ପ୍ରସଙ୍ଗକୁ ନେଇ ଗତକାଲି ହାଇକୋର୍ଟରେ ଶୁଣାଣି ହୋଇଛି। ଆଡ଼ଭୋକେଟ କମିଟିର ଜନଶୁଣାଣୀ ସମୟରେ ଉପସ୍ଥିତ ହୋଇପାରିନଥିବା ସ୍ଥାନୀୟ ଜନସାଧାରଣ ଙ୍କୁ ସୁଯୋଗ ଦେବାକୁ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି। ଅଧିକ ପଢନ୍ତୁ

ହାଇକୋର୍ଟରେ  ଢିଙ୍କିଆ ବିବାଦ  , ଆସନ୍ତା ଏପ୍ରିଲ 7ରେ ମାମଲାର ପରବର୍ତ୍ତୀ ଶୁଣାଣି

author img

By

Published : Mar 12, 2022, 9:05 AM IST

କଟକ: ଢ଼ିଙ୍କିଆ ପ୍ରସଙ୍ଗକୁ ନେଇ ଗତକାଲି ହାଇକୋର୍ଟରେ ଶୁଣାଣି ହୋଇଛି। ମାମଲାର ଶୁଣାଣି କରି କୋର୍ଟ ସତ୍ୟପାଠ ଜରିଆରେ ଅଭିଯୋଗ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି। ଆଡ଼ଭୋକେଟ କମିଟିର ଜନଶୁଣାଣୀ ସମୟରେ ଉପସ୍ଥିତ ହୋଇପାରିନଥିବା ସ୍ଥାନୀୟ ଜନସାଧାରଣ ଙ୍କୁ ସୁଯୋଗ ଦେବାକୁ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି।

ଗତ 5ତାରିଖରେ ଆଡ଼ଭୋକେଟ କମିଟିର ଜନଶୁଣାଣୀ ସମୟରେ ସପକ୍ଷବାଦୀଙ୍କ ପ୍ରତିରୋଧ ଯୋଗୁ କିଛିଲୋକ ଉପସ୍ଥିତ ହୋଇପାରିନଥିଲେ ବୋଲି ଅଭିଯୋଗ ହୋଇଥିଲା। ଏସବୁକୁ ଦୃଷ୍ଟିରେ ରଖି ସତ୍ୟପାଠ ଜରିଆରେ ଅଭିଯୋଗ ପାଇଁ କୋର୍ଟ ଅନୁମତି ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁ:-ଢିଙ୍କିଆରେ ଜନଶୁଣାଣି ବେଳେ ମାରପିଟ୍ ମାମଲା, SPଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ

ଅନ୍ୟପଟେ ଗିରଫଦାରୀ ଭୟରେ ଗାଁକୁ ଫେରିପାରିନଥିବା 30ଜଣଙ୍କ ଚିଠା ଦାଖଲ କରିବାକୁ ଆବେଦନାକାରୀଙ୍କ ଓକିଲଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି । ସେହିପରି ଜାନୁଆରୀ 14ତାରିଖ ହିଂସାକାଣ୍ଡ ପରେ କେତେ ଜଣଙ୍କୁ ଗିରଫ କରାଯାଇଛି ଏବଂ କେଉଁ ଦଫାରେ ଗିରଫ କରାଯାଇଛି ସେ ନେଇ ତଥ୍ୟ ଲୋଡିଛନ୍ତି ହାଇକୋର୍ଟ। ସତ୍ୟପାଠ ଜରିଆରେ ଏହି ତଥ୍ୟ ଦେବାକୁ ଜଗତସିଂହପୁର SP ଙ୍କୁ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି। ଆସନ୍ତା ଏପ୍ରିଲ 7ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.