ETV Bharat / state

ରାଷ୍ଟ୍ରୀୟ ଏକତା ଦିବସରେ ଗଣଦୌଡ଼, ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Oct 31, 2023, 10:50 PM IST

ସର୍ଦ୍ଦାର ପଟେଲଙ୍କ ୧୪୮ତମ ଜନ୍ମତିଥିରେ ତାଙ୍କ ଅବଦାନକୁ ଦେଶବାସୀଙ୍କ ସାମ୍ନାରେ ରଖିବା ପାଇଁ ଆରମ୍ଭ ହୋଇଛି ଗଣଦୌଡ଼ । ଦୌଡିଲେ ସିଆଇଏସଏଫ୍, ଏନଡିଆରଏଫ୍, ଇଣ୍ଡିଆନ କୋଷ୍ଟ ଗାର୍ଡର ଯବାନମାନଙ୍କ ସହ ହଜାର ହଜାର ଯୁବକ ଯୁବତୀ । ଅଧିକ ପଢ଼ନ୍ତୁ

ରାଷ୍ଟ୍ରୀୟ ଏକତା ଦିବସରେ ଗଣଦୌଡ଼
ରାଷ୍ଟ୍ରୀୟ ଏକତା ଦିବସରେ ଗଣଦୌଡ଼

ରାଷ୍ଟ୍ରୀୟ ଏକତା ଦିବସରେ ଗଣଦୌଡ଼

କଟକ: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପାଇଁ ଦୌଡିଲା ସାରା ଦେଶ । ସର୍ଦ୍ଦାର ପଟେଲଙ୍କ ୧୪୮ତମ ଜନ୍ମତିଥିରେ ତାଙ୍କ ଅବଦାନକୁ ଦେଶବାସୀଙ୍କ ସାମ୍ନାରେ ରଖିବା ପାଇଁ ଆରମ୍ଭ ହୋଇଛି ଏଭଳି ପ୍ରୟାସ । କଟକ କଲେଜ ଛକରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତର ଭୌଗଳିକ ଏକତା ପାଇଁ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନକୁ ବର୍ତ୍ତମାନ ଓ ଆଗାମୀ ପିଢିକୁ ଜଣାଇବା ପାଇଁ ଏଭଳି ପ୍ରୟାସ ଜାରି ରହିବ ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର ।

ସ୍ବାଧୀନତାର ଭାରତକୁ ଏକ କରିବା ପାଇଁ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପାଇଁ ଦଉଡିଲା ସାରା ଦେଶ । ଆଉ ଏଥିରୁ ବାଦ୍ ପଡିନି ଐତିହାସିକ କଟକ ସହର । ସର୍ଦ୍ଦାର ପଟେଲଙ୍କ ଦୁରଦର୍ଶୀତା କାରଣରୁ ଆଜିକାର ଭାରତରର ପରିକଳ୍ପନା ସମ୍ଭବ ହୋଇପାରିଥିଲା । ସ୍ବାଧିନୋତ୍ତର ଭାରତ ସହ ଵିଲୟକୁ ୫୬୨ଟି ରାଜ ରାଜୁଡା ଅଞ୍ଚଳ ରାଜି ହୋଇନଥିଲେ । କିଛି ଅଞ୍ଚଳ ସ୍ବାଧୀନ ରହିବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ କିଛି ଅଞ୍ଚଳ ପାକିସ୍ତାନ ସହ ରହିବାକୁ ଚାହିଁ ଥିଲେ । ତେବେ ଏହି ସବୁ ଅଞ୍ଚଳ ଭାରତର ଆଭ୍ୟନ୍ତରୀଣ ଭାଗରେ ଓ କିଛି ସୀମାଵର୍ତ୍ତି ଅଞ୍ଚଳରେ ଥିବାରୁ ସେଗୁଡ଼ିକ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ପ୍ରତି ଭବିଷ୍ୟତରେ ବିପଦ ସୃଷ୍ଟି କରିଵାର ଆଶଙ୍କା ଥିଲା । ତେଣୁ ସେ ସମୟର ଉପପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏହି ୫୬୨ଟି ଅଞ୍ଚଳକୁ ଭାରତରେ ମିଶାଇବା ପାଇଁ ଅଭିଯାନ ଆରମ୍ଭ କରିଥିଲେ ।

ଏପରିକି ହାଇଦ୍ରାବାଦ ଓ ଜୁନାଗଡ ଭଳି ଅଞ୍ଚଳକୁ ସର୍ଦ୍ଦାର ପଟେଲଙ୍କ ତତ୍ତ୍ଵାବଧାନରେ ଵଳପ୍ରୟୋଗ କରି ଭାରତରେ ବିଲୟ କରାଯାଇଥିଲ । ସର୍ଦ୍ଦାର ପଟେଲଙ୍କ ଏଭଳି ଦୃଢ ପ୍ରୟାସ ଯୋଗୁଁ ଭାରତର ଏକତା ଓ ଅଖଣ୍ଡତା ଅକ୍ଷୁର୍ଣ୍ଣ ରଖିବା ସମ୍ଭଵ ହୋଇପାରିଥିଲା। ସେହି କାରଣରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଲୌହ ମାନବ ଆକ୍ଷା ଦିଆଯାଇଥିଲା । ତାଙ୍କର ଏଭଳି ଅବଦାନକୁ ମନେପକାଇବା ପାଇଁ ଅକ୍ଟୋବର ୩୧ତାରିଖକୁ ଏକତାର ଦିବସ ଭାବେ ପାଳନ କରାଯିବା ସହ 'ଏକତା ପାଇଁ ଦୌଡ଼ ' ନାମରେ ଗଣ ଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ, ଶ୍ରଦ୍ଧାଞ୍ଜଳି ହେଲେ ରାଷ୍ଟ୍ରପତି-ଉପରାଷ୍ଟ୍ରପତି

ଆଜି ଏହି ଅବସରରେ ଐତିହାସିକ କଟକ ସହରରେ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥଲେ କେନ୍ଦ୍ର ଶିକ୍ଷା ଓ ଉଦ୍ୟମିତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହିରନଫର୍ ୟୁନିଟି ଗଣଦୌଡ କଲେଜ ଛକ ଠାରୁ ମାଛୁଆ ବଜାରସ୍ଥିତ ସହୀଦ ପାର୍କ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଗଣଦୌଡରେ ସିଆଇଏସଏଫ୍, ଏନଡିଆରଏଫ୍, ଇଣ୍ଡିଆନ କୋଷ୍ଟ ଗାର୍ଡର ଯବାନମାନଙ୍କ ସହ ହଜାର ହଜାର ଯୁବକ ଯୁବତୀ ଯୋଗ ଦେଇଥିଲେ । ସର୍ଦ୍ଦାର ପଟେଲଙ୍କ ଏଭଳି ଅବଦାନ ବର୍ତ୍ତମାନ ପିଢ଼ି ଓ ଆଗାମୀ ପିଢି ଜାଣିବା ନିହାତି ଆବଶ୍ୟକ । ତେଣୁ ଏଭଳି କାର୍ଯ୍ୟକ୍ରମ ଜରିଆରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସ୍ମୃତି ଚାରଣ କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.