କଟକ: କୋରୋନା ସ୍ଥିତିକୁ ନେଇ ଡିଜିଙ୍କ ସମୀକ୍ଷା । ମଙ୍ଗଳବାର ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସମସ୍ତ ରେଞ୍ଜ ଆଇଜି, ଡ଼ିଆଇଜି ଓ କୋଭିଡ-19 ର କାୟାରେ ଥିବା ଜିଲ୍ଲାମାନଙ୍କର ଆରକ୍ଷୀ ଅଧିକ୍ଷକଙ୍କ ସହ କରିଛନ୍ତି ଗୁରୁତ୍ବପୂର୍ଣ୍ଣ ଆଲୋଚନା । ବିଶେଷକରି ମାତ୍ରାଧିକ କୋରୋନା ସଂକ୍ରମଣ ଜିଲ୍ଲାକୁ କିପରି ଭାବେ ଅଧିକ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇ ପାରିବ ।
![ଡିଜିଙ୍କ କୋରୋନା ସମୀକ୍ଷା, ସୁରକ୍ଷା ବଳୟ ହେବ ଆହୁରୀ କଡାକଡି](https://etvbharatimages.akamaized.net/etvbharat/prod-images/od-ctc-03-policedgmeeting-dry-7204966_12052020190622_1205f_1589290582_87.jpg)
ବିଶେଷକରି କୋରୋନା ଚିକିତ୍ସା ପାଇଁ ନିର୍ମାଣ ହୋଇଥିବା ଅସ୍ଥାୟୀ ଶିବିରକୁ ସୁରକ୍ଷା ପ୍ରଦାନ ଏହାଛଡା ଦୂରରୁ ଚାଳିଚାଲି ଫେରୁଥିବା ବ୍ୟକ୍ତିଙ୍କୁ ବସର ଵ୍ୟଵସ୍ଥା ପ୍ରସଙ୍ଗ । ଏହାସହ ସବୁଠୁ ଗୁରୁତର କଥା ଯେ କିପରି କ୍ଷତିଗ୍ରସ୍ଥ ଜିଲ୍ଲାର ପ୍ରବେଶ ପଥକୁ ସୁରକ୍ଷା କବଚ ମଧ୍ୟରେ ରଖଯିବା ସେନେଇ ହୋଇଥିଲା ଗୁରୁତ୍ବପୂର୍ଣ୍ଣ ଆଲୋଚନା ।
![ଡିଜିଙ୍କ କୋରୋନା ସମୀକ୍ଷା, ସୁରକ୍ଷା ବଳୟ ହେବ ଆହୁରୀ କଡାକଡି](https://etvbharatimages.akamaized.net/etvbharat/prod-images/od-ctc-03-policedgmeeting-dry-7204966_12052020190622_1205f_1589290582_656.jpg)
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ