ETV Bharat / state

ଆତିଥ୍ୟର ଅର୍ଥ ନୁହେଁ ସବୁ ସହିବୁ: ଡିଜି

ସଙ୍ଗରୋଧ କେନ୍ଦ୍ରରେ ସାମାଜିକ ଦୂରତ୍ବ ଆଇନକୁ ଅବମାନନା ଓ ଟିକଟକରେ ଭିଡିଓ ଅପଲୋଡ଼ ଅଭିଯୋଗରେ 6 ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏନେଇ ଡିଜି ପ୍ରତିକ୍ରିୟା ରଖିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆତିଥ୍ୟ ର ଅର୍ଥ ନୁହେଁ ସବୁ ସହ୍ୟ କରିବୁ : ଡିଜି

author img

By

Published : May 4, 2020, 8:51 PM IST

କଟକ: ଭଦ୍ରକ ଜିଲା ତିହିଡି ଥାନା ଅନ୍ତର୍ଗତ ଭାତପଡା ସଙ୍ଗରୋଧ କେନ୍ଦ୍ରରେ ସାମାଜିକ ଦୂରତ୍ବ ଆଇନକୁ ଅବମାନନା ଓ ଟିକଟକରେ ଭିଡିଓ ଅପଲୋଡ଼ ଅଭିଯୋଗରେ 6 ଜଣଙ୍କ ବିରୋଧରେ ସ୍ଥାନୀୟ ଥାନାରେ ମାମଲା ରୁଜୁ ହୋଇଛି ।

ତେବେ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ବର ସହ ନେଇଛନ୍ତି ପୋଲିସ ଡିଜି ଅଭୟ । ଏକ ଟ୍ବିଟ ମାଧ୍ୟମରେ କହିଛନ୍ତି ଯେ କୋଭିଡ-19 ସମ୍ପର୍କିତ କୌଣସି ଆଚରଣ ଯାହା ଅନ୍ୟ ମାନଙ୍କ ସୁରକ୍ଷାକୁ ବିପଦ ଆଡ଼କୁ ଟାଣି ନେବ ତାହାକୁ ଅତ୍ୟନ୍ତ ଦୃଢ଼ତାର ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ବାହାର ରାଜ୍ୟରୁ ଆସିଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି ଆମର ଆତିଥ୍ୟର ଅର୍ଥ ନୁହେଁ ଯେ ଆମେ ତାଙ୍କର ଭୁଲ ଆଚରଣକୁ ସହ୍ୟ କରିବୁ । ରାଜ୍ୟ ବାହାରୁ ଫେରିଥିବା ବ୍ୟକ୍ତି ମାନେ ସଙ୍ଗରୋଧରେ ଥିବା ସମୟରେ ସମସ୍ତ ନିୟମକୁ ଭଲ ଭାବେ ମାନିବା ଦରକାର ବୋଲି ସ୍ପଷ୍ଟ କରିଛନ୍ତି ଡିଜି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.