ETV Bharat / state

ଶ୍ରାବଣ ପ୍ରଥମ ସୋମବାର: ବୋଲବମ୍‌ ଧ୍ବନିରେ କମ୍ପୁଛି ଧବଳେଶ୍ବର ପୀଠ - ଶ୍ରାବଣ ପ୍ରଥମ ସୋମବାର

ଶ୍ରାବଣ ମାସର ପ୍ରଥମ ସୋମବାର ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jul 22, 2019, 12:33 PM IST

କଟକ: ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର । ମହାଦେବଙ୍କୁ ଜଳଲାଗି କରିବା ପାଇଁ ହଜାର ହଜାର କାଉଡିଆ ପୀଠରେ ଭିଡ ଜମାଇଛନ୍ତି । ଜଳଲାଗି କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଆଜି ଭୋରରୁ ଠାକୁରଙ୍କ ନୀତିକାନ୍ତି ସରିବାପରେ ବଡସିଂହାର ବେଶରେ ମହାପ୍ରଭୁଙ୍କୁ ସୁସଜ୍ଜିତ କରାଯାଇଥିଲା । ମନ୍ଦିରର ପହୁଡ ଖୋଲାଯିବା ପରେ କାଉଡିଆମାନେ ମହାପ୍ରଭୁଙ୍କ ନିକଟରେ ଜଳଲାଗି କରିଥିଲେ । ବୋଲବମ ହରହର ବମ ଧ୍ବନି ସମଗ୍ର ପୀଠକୁ ଚଳଚଞ୍ଚଳ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଭକ୍ତଙ୍କୁ ରକ୍ଷା କରିବାକୁ କଳା ବଳଦକୁ ଧଳା କରିଥିବାରୁ ଭୋଳାଶଙ୍କର ଏଠାରେ ଧବଳେଶ୍ବର ନାମରେ ପ୍ରସିଦ୍ଧ । ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳଲାଗି କଲେ ପାପ କ୍ଷୟ ସହିତ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଜି ଶ୍ରାବଣୀ ପ୍ରଥମ ସୋମବାର ଉପଲକ୍ଷେ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ପୀଠ। କଟକ ଜିଲ୍ଲା ର ଧବଳେଶ୍ବର ରେ ଲାଗିଛି ହଜାର ହଜାର କାଉଡିଆଙ୍କ ଭିଡ।ଆଜି ସକାଳୁ ସକାଳୁ ଠାକୁରଙ୍କ ସମସ୍ତ ନୀତିକାନ୍ତି ସରିବାପରେ ବଡସିଂହାର ବେଶରେ ମହାପ୍ରଭୁଙ୍କୁ ସୁସ୍ଜିତ କରିବାପରେ ପହଡ ଖୋଲାଯାଇଥିଲା।କାଉଡିଆମାନେ ମହାପ୍ରଭୁଙ୍କ ନିକଟରେ ଜଳଲାଗି କରିଥିଲେ।ବୋଲବମ ହରେବମ ଧ୍ବନୀରେ ପୀଠ ଚଳଚଞ୍ଚଳ ।କଳା ବଳଦକୁ ଧଳା କରିଥିବାରୁ ବାବା ଧବଳେଶ୍ବର ନାମରେ ପ୍ରସିଦ୍ଧ ଏବଂ ବିଶ୍ବାସ ରହିଛି ମାନସିକ କଲେ ମାନସିକ ପୂରଣ ହୋଇଥାଏ।ଶ୍ରାବଣୀ ସୋମବାର ରେ ମହାଦେବଙ୍କୁ ଜଳଲାଗି କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି।ଜଳଲାଗି କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.