ETV Bharat / state

ବ୍ୟାଙ୍କରେ ତାଲା ପକାଇଲେ ଜମାକାରୀ, ହଡପ ଟଙ୍କା ଫେରସ୍ତ ଦାବି - Depositors protest in front of bank

ବ୍ୟାଙ୍କରେ ତାଲା ପକାଇ ଧାରଣାରେ ବସିଲେ ଜମାକାରୀ । ଜମାଟଙ୍କା ଫେରସ୍ତ ନକେଲେ ବ୍ୟାଙ୍କରେ ତାଲା ପକାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବାକୁ ଚେତାବନୀ । ଅଧିକ ପଢନ୍ତୁ

ହଡପ ଟଙ୍କା ଫେରସ୍ତ ଦାବି
ହଡପ ଟଙ୍କା ଫେରସ୍ତ ଦାବି
author img

By ETV Bharat Odisha Team

Published : Sep 15, 2023, 8:49 PM IST

ବ୍ୟାଙ୍କରେ ତାଲା ପକାଇ ଧାରଣାରେ ବସିଲେ ଜମାକାରୀ

ନିଆଳି: ବ୍ୟାଙ୍କ ଜମା ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆଣିଲେ ଜମାକରୀ । ଜମା ଟଙ୍କା ଫେରସ୍ତ ଦାବିରେ ବ୍ୟାଙ୍କରେ ତାଲା ପକାଇ ଧାରଣାରେ ବସିଲେ । ବ୍ୟାଙ୍କ ଟଙ୍କା ନଫେରାଇବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ୟାଙ୍କରେ ତାଲା ପକାଇବାକୁ ଚେତାବନୀ ଦେଲେ ଗ୍ରାମବାସୀ । ଏପରି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ନିଆଳି ଥାନା ପହଙ୍ଗା ଶାଖାରେ ।

ଜାମକାରୀ ଭାରତୀ ବିଶ୍ବାଳ କହିଛନ୍ତି, "ଜମାକାରୀଙ୍କ ହଡ଼ପ କରିଛି ବ୍ୟାଙ୍କ । ଟଙ୍କା ଫେରସ୍ତ ନଦେବା ପର୍ଯ୍ୟନ୍ତ ଏହି ଧାରଣ ଜାରି ରହିବ । ପହଙ୍ଗା ଶାଖାରେ ମ୍ୟାନେଜର ପ୍ରାୟ 5ଶହ ଜମାକାରୀଙ୍କ ଖାତାରୁ ଦେଢ଼ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ କରିଛନ୍ତି । 2ବର୍ଷ ଧରି ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନାକେଦମ ହେଲୁଣି । କିନ୍ତୁ ପ୍ରତିଶ୍ରୃତି ପରେ ପ୍ରତିଶ୍ରୁତି ଦେଇ ଠକି ଚାଲିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ।‌ ଶେଷରେ ବାଧ୍ୟ ହୋଇ ବ୍ୟାଙ୍କ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଛୁ । ଟଙ୍କା ଫେରସ୍ତ ନଦେବା ପର୍ଯ୍ୟନ୍ତ ବ୍ୟାଙ୍କର ସମସ୍ତ କାର୍ଯ୍ୟବନ୍ଦ ରହିବ ।"

ବ୍ଯାଙ୍କ ଅଧିକାରୀ ଆଶିଷ କୁମାର ନାୟକ କହିଛନ୍ତି, "ବ୍ୟାଙ୍କରେ କୌଣସି ତ୍ରୁଟି କାରଣରୁ ଜମାକରୀ ତାଙ୍କ ଅର୍ଥକୁ ଉଠାଇ ପାରୁ ନାହାନ୍ତି । ଖୁବଶୀଘ୍ର ଏହାର ସମାଧାନ କରାଯିବ । ଟଙ୍କା ହେରଫେରକୁ ନେଇ ଆସିଥିବା ଅଭିଯୋଗ ଉପରେ ମଧ୍ୟ ତଦନ୍ତ କରାଯିବ ।" ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅନେକ ବୁଝାସୁଝା ପରେ ମଧ୍ୟ ହଡ଼ପ ଟଙ୍କା ଫେରସ୍ତ ନପାଇବା ପର୍ଯ୍ୟନ୍ତ ବ୍ୟାଙ୍କରେ ତାଲା ପକାଇ ଧାରଣା ଜାରି ରଖିବେ ବୋଲି ଜମାକାରୀ ଚେତାବନୀ ଦେଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ କିଛି ବର୍ଷ ତଳେ ପହଙ୍ଗା ଓ ଆଖପାଖ ଅଞ୍ଚଳର ଶତାଧିକ ଜମାକାରୀମାନେ ବିଭିନ୍ନ କାମ କରିବା ପହଙ୍ଗାସ୍ଥିତ ଓଡ଼ିଶା ଗ୍ରାମ୍ଯ ବ୍ୟାଙ୍କରେ ଭବିଷ୍ୟତ ପାଇଁ ଟଙ୍କା ଜମା ରଖିଥିଲେ । ପରବର୍ତ୍ତୀ କାଳରେ ଜମାକାରୀ ଜମା ଖାତା ଯାଞ୍ଚ କରିବା ପରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ । ଗତ ବର୍ଷ ବ୍ୟାଙ୍କ ସମ୍ମୁଖରେ ଜମାକାରୀମାନଙ୍କ ପକ୍ଷରୁ ଧାରଣା ଦେବା ସହିତ ଟଙ୍କା ଫେରସ୍ତ ପାଇଁ ଦାବି କରିଥିଲେ। ଏହି ଘଟଣାର ତଦନ୍ତ ପାଇଁ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷଙ୍କ ଜମାକାରୀଙ୍କଠାରୁ ଅଭିଯୋଗ ଗ୍ରହଣ କରିବା ସହିତ ତଦନ୍ତ କରି ଟଙ୍କା ଫେରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତିକୁ ଏକ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଟଙ୍କା ଫେରସ୍ତ ନପାଇବାରୁ ବ୍ୟାଙ୍କ ସମ୍ମୁଖରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.