ETV Bharat / state

ନକଲି ଔଷଧ ଜବତ ଘଟଣା, ସିବିଆଇ ତଦନ୍ତ ଦାବି

author img

By

Published : Jun 15, 2021, 7:50 PM IST

ନକଲି କୋଭିଡ ଔଷଧ କାରବାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ଜୋର ଧରିଲା ସିବିଆଇ ତଦନ୍ତ ଦାବି । ସିବିଆଇ ତଦନ୍ତ ଦାବି କଲେ ଆଇନ ବିଶାରଦ । ଅଧିକ ପଢନ୍ତୁ....

ନକଲି ଔଷଧ ଜବତ ଘଟଣା, ସିବିଆଇ ତଦନ୍ତ ଦାବି
ନକଲି ଔଷଧ ଜବତ ଘଟଣା, ସିବିଆଇ ତଦନ୍ତ ଦାବି

କଟକ : ନକଲି କୋଭିଡ ଔଷଧ କାରବାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ ବା (STF) ଗଠନ କରିବା ସହ ଏହି ମାମଲାର ଅନୁସନ୍ଧାନ ଡ୍ରକ କଣ୍ଟ୍ରୋଲରଙ୍କ ସହଯୋଗ ନିଆଯିବ ବୋଲି ସୂଚନା ମିଳିଛି । ତେବେ ଏହି ଘଟଣା ତଦନ୍ତକୁ ସିବିଆଇ ଦ୍ବାରା କରାଇବା ପାଇଁ ମଧ୍ୟ ମତ ପ୍ରକାଶ ପାଇଛି ।

ନକଲି ଔଷଧ ଜବତ ଘଟଣା, ସିବିଆଇ ତଦନ୍ତ ଦାବି

ଏହି ମାମଲାରେ କଟକ କନିକା ଛକସ୍ଥିତ ଔଷଧ ବିତରଣ ସଂସ୍ଥା "ମେଡିଲିଓଡ ମଡିକାମେଣ୍ଟ" ମୁଖ୍ୟ ଶିବ ଜେନାଙ୍କ ନାଁ ସାମ୍ନାକୁ ଆସିଥିଲେ ମଧ୍ୟ ଏହି ରାକେଟ ରାଜ୍ୟ ତଥା ରାଜ୍ୟ ବାହାରର ବଡ଼ ବଡ଼ ଅସାଧୁ ବ୍ୟବସାୟୀ ସମ୍ପୃକ୍ତି ଥିବା କୁହାଯାଉଛି । ତେବେ ଗୋଟିଏ ପଟେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହେବାକୁ ଯାଉଥିବାବେଳେ ସିବିଆଇ ଦ୍ବାରା ଏହାର ଅନୁସନ୍ଧାନ ହେବା ଉଚିତ ବୋଲି ମତ ଦେଇଛନ୍ତି ଆଇନ ବିସାରଦ ।

ଏହି ନିକଲି ଔଷଧ ଉତ୍ପାଦନ ରାଜ୍ୟ ବାହାରେ ହେଉଥିବା ଏବଂ ଏହାର ଚେର ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଓ ମହାରାଷ୍ଟ୍ର ପର୍ଯ୍ୟନ୍ତ ଲମ୍ବିଥିବାରୁ କେନ୍ଦ୍ର ସରକାର ମଧ୍ୟ ଏହାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି ବିଜେଡି ସାଂସଦ ସୁବାଷ ସିଂ। ସେପଟେ ଏଥିରେ ଆନ୍ତଃରାଜ୍ୟ ରାକେଟ ସମ୍ପୃକ୍ତ ଥିବାରୁ ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମତବ୍ୟକ୍ତ କରିଛନ୍ତି ଆଇନ ବିସାରଦ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.