ETV Bharat / state

କଟକରେ ତିନି ଅଙ୍କରୁ ଦୁଇ ଅଙ୍କକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କଟକ ମହାନଗର ନିଗମରେ ଆଜି ୯୩ କୋରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ତିନି ଅଙ୍କରୁ ଦୁଇ ଅଙ୍କକୁ ଖସୁଛି ଆକ୍ରାନ୍ତଙ୍କ ସଂଖ୍ୟା ।

author img

By

Published : Oct 5, 2020, 7:55 PM IST

decreasing corana positive cases in cuttack
କଟକରେ ତିନି ଅଙ୍କରୁ ଦୁଇ ଅଙ୍କକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କଟକ: ଦିନକୁ ଦିନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ହେଲେ କଟକରେ ଦିନକୁ ତିନି ଅଙ୍କ ପଜିଟିଭ ବାହାରୁଥିବାବେଳେ ଆଜି ପଜିଟିଭ ସଂଖ୍ୟା ଦୁଇ ଅଙ୍କକୁ ଖସିଛି ।

କଟକ ମହାନଗର ନିଗମରେ ଆଜି ୯୩ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ ୨୩ ଜଣ ହୋମକ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ଶିକ୍ଷାନୁଷ୍ଠାନ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଏଥି ସହ ୪୬ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି ।

ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୨ ହଜାର ୮୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୦ ହଜାର ୮୯୪ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୫୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୮୬୯ ଜଣ ବିିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.