କଟକ: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଆସନ୍ତା 19 ତାରିଖରେ ଓଡିଶା ବନ୍ଦକୁ ସମର୍ଥନ କରାଇବା ପାଇଁ ରେଭେନ୍ସା ବିଶ୍ଵବିଦ୍ୟାଳୟ କୂଳପତିଙ୍କୁ ଭେଟିଲେ ରୁଚିକାଙ୍କ ମା’ । ଗୋଟିଏ ପଟେ ପୋଲିସ, ରୁଚିକା ମୃତ୍ୟ ମାମଲାରେ ଏଯାବତ କୌଣସି ସୁରାକ ପାଇନଥିଲା ବେଳେ ଛାତ୍ରଛାତ୍ରୀ ମାନେ ଆସନ୍ତା ବନ୍ଦ ଡାକରାକୁ ସମର୍ଥନ କରିବେ । ଯାହାଦ୍ବାରା ରୁଚିକାଙ୍କୁ ନ୍ୟାୟ ମିଳି ପାରିବ ବୋଲି କହିଛନ୍ତି ରୁଚିକାଙ୍କ ମା’ ।
ରେଭେନ୍ସା ସମେତ କଟକର ଅନନ୍ୟା କଲେଜ ବୁଲି ସମର୍ଥନ ଲୋଡିଛନ୍ତି ରୁଚିକାଙ୍କ ମା’ ବିଦ୍ୟୁତପ୍ରଭା ମହାନ୍ତି । ଏହାସହ କଲେଜ ମାନଙ୍କରେ କିଭଳି ରାଗିଂକୁ ରୋକାଯାଇ ପାରିବ, ତାହା ଉପରେ କଲେଜ କର୍ତ୍ତୃପକ୍ଷଙ୍କ ସହ ଅଲୋଚନା କରିଛନ୍ତି ରୁଚିକାଙ୍କ ମା’।
ଇଟିଭି ଭାରତ, କଟକ