ETV Bharat / state

ସାତବାଟିଆ ନିକଟରୁ ଉଦ୍ଧାର ହେଲା ଦନ୍ତାହାତୀ ମୃତଦେହ - tusker deadbody rescued from satabatia

ମୁଣ୍ଡଳି ବ୍ୟାରେଜରୁ ମହାନଦୀ ପାଣିରେ ନିଖୋଜ ଥିବା ହାତୀର ମୃତଦେହକୁ ଜଗତପୁର ନିକଟ ସାତବାଟିଆ ନିକଟରେ ଠାବ କରାଯାଇଛି । ଗତକାଲି ଯୋବ୍ରା ବ୍ୟାରେଜରେ ହାତୀ ମୃତଦେହ ଲାଗି ରହିଥିଲା । ଅଧିକ ପଢ଼ନ୍ତୁ...

ସାତବାଟିଆ ନିକଟରୁ ଉଦ୍ଧାର ହେଲା ଦନ୍ତାହାତୀ ମୃତଦେହ

author img

By

Published : Sep 27, 2021, 9:08 PM IST

କଟକ: ମୁଣ୍ଡଳି ବ୍ୟାରେଜରୁ ମହାନଦୀ ପାଣିରେ ନିଖୋଜ ଥିବା ହାତୀର ମୃତଦେହକୁ ଜଗତପୁର ନିକଟ ସାତବାଟିଆ ନିକଟରେ ଠାବ କରାଯାଇଛି । ଗତକାଲି(ରବିବାର) ଯୋବ୍ରା ବ୍ୟାରେଜରେ ହାତୀ ମୃତଦେହ ଲାଗି ରହିଥିଲା । ଏହାପରେ ମୃତଦେହ ଉଦ୍ଧାର କରିବା ପାଇଁ ବ୍ୟାରେଜର ଫାଟକକୁ ଖୋଲି ଦିଆଯାଇଥିଲା।

ସାତବାଟିଆ ନିକଟରୁ ଉଦ୍ଧାର ହେଲା ଦନ୍ତାହାତୀ ମୃତଦେହ

ହାତୀର ମୃତଦେହ ଜୋବ୍ରା ବ୍ୟାରେଜ୍‌ରୁ ଭାସି ଆସି ସାତବାଟିଆ ନିକଟରେ ଲାଗିଥିଲା। ଏହାକୁ ନେଇ ବନ ବିଭାଗକୁ ସୂଚନା ଦିଆଯାଇଥିଲା । ଆଜି(ସୋମବାର) ନଦୀପଠାରେ ଲାଗି ଥିବା ହାତୀର ମୃତଦେହକୁ ଦେଶୀ ଡଙ୍ଗା ସାହାଯ୍ୟରେ କୂଳକୁ ଅଣାଯାଇଥିଲା । ସେଠାରେ ହାତୀର ପୋଷ୍ଟମର୍ଟମ କରିବା ସହ ହାତୀ ମୃତ୍ୟୁର ତଦନ୍ତ ଆରମ୍ଭ କରିଛି ବନ ବିଭାଗ । 3 ଦିନ ତଳେ ମୁଣ୍ଡଳି ବ୍ୟାରେଜରେ ଫସି ରହିଥିଲା ଏହି ଦନ୍ତାହାତୀ । ହାତୀକୁ ଉଦ୍ଧାର କରିବା ଉଦ୍ୟମବେଳେ ଓଡ୍ରାଫ ଟିମ୍‌ର ଜଣେ ସଦସ୍ୟ ଓ ଜଣେ ସୁପରିଚିତ ଗଣମାଧ୍ୟମ ପ୍ରତିନିଧିଙ୍କ ଅକାଳ ମୃତ୍ୟୁ ହୋଇଥିଲା ।

ହାତୀକୁ ଉଦ୍ଧାର କରିବା ପ୍ରୟାସରେ ଓଡ୍ରାଫ ଡଙ୍ଗାଟି ଓଲଟି ପଡ଼ିଥିଲା । ଫଳରେ ଅକାଳରେ ଦୁଇ ଅମୂଲ୍ୟ ଜୀବନ ଚାଲି ଯାଇଥିଲା । ଏହି ଦୁର୍ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.