ETV Bharat / state

ବ୍ୟାଙ୍କରୁ ଲୁଟ ଉଦ୍ୟମ ଘଟଣା, ଖୁବଶୀଘ୍ର ନିଆଯିବ କାର୍ଯ୍ୟାନୁଷ୍ଠାନ: ଡିସିପି - ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ ଉଦ୍ୟମ

କଟକରେ ଏକ ବ୍ୟାଙ୍କରେ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ ଘଟଣା । ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

looters attempted to rob at bank in cuttack
ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ ଉଦ୍ୟମ
author img

By

Published : Apr 7, 2023, 4:25 PM IST

ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ ଉଦ୍ୟମ

କଟକ: ତ୍ରିଶୂଳିଆ ଫକୀରପଡ଼ାରେ ଥିବା ଏକ ବ୍ୟାଙ୍କରୁ ଲୁଟ ଉଦ୍ୟମ ଘଟଣାରେ ସ୍ଥାନୀୟ ଅପରାଧୀଙ୍କ ହାତ ରହିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ସେମାନଙ୍କ ପରିଚୟ ମିଳିପାରି ନଥିଲେ ମଧ୍ୟ ପୋଲିସ ଏହାର ତନାଘନା ଜାରି ରଖିଛି । ବିଶେଷକରି କିଏ ଏହି ୩ ଅପରାଧୀ ଏବଂ ଏମାନଙ୍କ ଅପରାଧିକ ଫର୍ଦ୍ଦ କଣ, ଆଦି ତମାମ ଦିଗକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ କରୁଛି । ଖୁବଶୀଘ୍ର ଏମାନଙ୍କୁ ଧରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।

ଏନେଇ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇ କହିଛନ୍ତି, "ପ୍ରାଥମିକ ତଦନ୍ତରୁ ଏମାନେ ସ୍ଥାନୀୟ ଅପରାଧୀ ବୋଲି ଜଣାପଡିଛି । ହେଲମେଟ ପିନ୍ଧି ବ୍ୟାଙ୍କ ଭିତରୁ ଲୁଟ କରିବାକୁ ଉଦ୍ୟମ କରିଥିବାରୁ ସେମାନଙ୍କ ପରିଚୟ ମିଳିବାରେ ଟିକେ ସମସ୍ୟା ହୋଇଛି । ତଥାପି ଖୁବଶୀଘ୍ର ଏମାନଙ୍କୁ ଚିହ୍ନଟ କରାଯିବ ଏବଂ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ: ଫେଲ୍‌ ମାରିଲା ଲୁଟ୍‌ ଉଦ୍ୟମ: ବ୍ୟାଙ୍କ ଭିତରେ ବନ୍ଧୁକ ଦେଖାଉଥିଲେ, ସାଇରେନ ବାଜିବାରୁ ଚମ୍ପଟ ମାରିଲେ

ପ୍ରକାଶ ଥାଉକି, ଗୁରୁବାର ଦିନ ଦ୍ୱିପ୍ରହରରେ ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୂଳିଆ ଫକୀରପଡା ଠାରେ ଥିବା ଏକ ଘରୋଇ ବ୍ୟାଙ୍କରୁ ଲୁଟ ଉଦ୍ୟମ ହୋଇଥିଲା । ବ୍ୟାଙ୍କ ଖୋଲିବା ସମୟରେ ତିନି ଜଣ ଦୁର୍ବୃତ୍ତ ହେଲମେଟ ପିନ୍ଧି, ବନ୍ଧୁକ ଦେଖାଇ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ । ପ୍ରଥମେ ରିସେପସନରେ ବସିଥିବା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇଥିଲେ । ଏହାପରେ ବ୍ୟାଙ୍କରେ ଅନ୍ୟ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଡରାଇଥିଲେ । କିଛି ସମୟ ପାଇଁ ବ୍ୟାଙ୍କ ମଧ୍ୟରେ ଆତଙ୍କର ବାତାବରଣ ଖେଳି ଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଗଞ୍ଜାମକୁ ନଂ-1 ଜିଲ୍ଲା କରିବା ପାଇଁ ମିଳୁଥିବା ପ୍ରତିଶ୍ରୁତି ପୂରଣ ହୋଇନି: ବିଜୟ ପଟ୍ଟନାୟକ

ଏହା ଦେଖି ବ୍ୟାଙ୍କ କର୍ମଚାରୀ ନିଜ ଉପସ୍ଥିତ ବୁଦ୍ଧିର ଖଟାଇ ସାଇରନ ବଜାଇ ଦେଇଥିଲେ । ଫଳରେ ଲୁଟ କରିବା ପାଇଁ ଆସିଥିବା ଦୁର୍ବୁତ୍ତମାନେ ଭୟରେ ଫେରାର ହୋଇ ଯାଇଥିଲେ । ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ବାରଙ୍ଗ ଥାନାରେ ମାମଲା ରୁଜୁ କରିଥିଲେ । ତେବେ ବାରଙ୍ଗ ଥାନା ପୋଲିସ ବ୍ୟାଙ୍କରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଘଟଣାର ତଦନ୍ତ କରୁଛନ୍ତି । ଯଦିଓ ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି, ତଥାପି ବ୍ୟାଙ୍କ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଧରଣର ଲୁଟ୍‌କୁ ରୋକା ଯାଇପାରିଥିବା ଜଣାପଡିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.