ETV Bharat / state

କଟକରେ ବାଣ ବିକ୍ରି ଉପରେ ଲାଗିବ କି କଟକଣା ? ଜାଣନ୍ତୁ କଣ କହିଲେ ଡିସିପି - କଟକ ଡିସିପି ପିନାକ ମିଶ୍ର

ଆସନ୍ତା ୧୨ ତାରିଖରେ ଆଲୋକର ପର୍ବ ଦୀପାବଳି । ଏହା ପୂର୍ବରୁ ସାରା ଦେଶରେ ବାଣ ଉପରେ ଲାଗିଛି କଟକଣା । କଟକରେ ବାଣ ବିକ୍ରିକୁ ନେଇ କ'ଣ କହିଲେ ଡିସିପି ଆସନ୍ତୁ ଜାଣିବା । ଅଧିକ ପଢନ୍ତୁ

କଟକରେ ବାଣ ବିକ୍ରି ଉପରେ ଲାଗିବ କି କଟକଣା ! କ'ଣ କହିଲେ ଡିସିପି ?

author img

By ETV Bharat Odisha Team

Published : Nov 8, 2023, 8:57 PM IST

କଟକରେ ବାଣ ବିକ୍ରି ଉପରେ ଲାଗିବ କି କଟକଣା ! କ'ଣ କହିଲେ ଡିସିପି ?

କଟକ: ପାଖେଇ ଆସିଲାଣି ଆଲୋକର ପର୍ବ ଦୀପାବଳି । ଏହାକୁ ନେଇ ବିଭିନ୍ନ ସ୍ଥାନରେ ବାଣ ବିକ୍ରି ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଗତକାଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନାମା ଆସିବା ପରେ ପୋଲିସ ଏନେଇ ଅନୁମତି ଦେଇନପାରେ ବୋଲି ଚର୍ଚ୍ଚା ହେଉଛି । ସହରରେ ବାଣ ବିକ୍ରି ପାଇଁ ଅନୁମତି ନେବାକୁ ପଡିଥାଏ । ପୋଲିସର ବିନା ଅନୁମତିରେ କୌଣସି ଦୋକାନରେ ବାଣ ବ୍ୟବସାୟ ହୋଇ ନଥାଏ । ସହରରେ ବାଣ ଫୁଟିବା ଉପରେ କଟକଣା ଲାଗୁ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଭଳି ସ୍ଥିତିରେ କଟକରେ ବାଣ ବିକ୍ରି ହେବ ନାଁ ନାହିଁ ତାହାର କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର ।

ବିଶେଷକରି ସୁପ୍ରିମକୋର୍ଟଙ୍କ ନିର୍ଦେଶନାମା ପରେ କମିଶନରେଟ ପୋଲିସର କ'ଣ ପଦକ୍ଷେପ ରହିବ ସେନେଇ ସୂଚନା ଦେଇଛନ୍ତି ଡିସିପି । ବାଣ ବ୍ୟବସାୟ ପାଇଁ ପ୍ରାୟ ୪ ଶହରୁ ଅଧିକ ବାଣ ବ୍ୟବସାୟୀ କଟକ ଡ଼ିସିପିଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ସେଥିରୁ ପ୍ରାୟ ୪୧ ଜଣ ବ୍ୟବସାୟୀଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି । ମାତ୍ର ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ବାଣ ବିକ୍ରି ଲାଇସେନ୍ସ ପ୍ରଦାନ ଉପରେ ରୋକ ଲଗାଇଛି ପୋଲିସ । ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ତର୍ଜମା କରିବା ପରେ, ସେନେଇ ପଦକ୍ଷେପ ନିଆଯିବ ବୋଲି ଡ଼ିସିପି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ....SC on Firecrackers: ସାରା ଦେଶରେ ଫୁଟିବନି ବିପଜ୍ଜନକ ବାଣ

ଆସନ୍ତା ୧୨ ତାରିଖରେ ଆଲୋକର ପର୍ବ ଦୀପାବଳି । ଏହି ଦିନ ବଡ଼ବଡୁଆଙ୍କୁ ଡାକିବାପରେ ବାଣ ଫୁଟାଇବାର ପରମ୍ପରା ରହିଛି ।ଏହି ପରମ୍ପରା ଅନୁଯାୟୀ ଘରେ ଘରେ ବାଣ ଫୁଟା ଯାଇଥାଏ ।ତେବେ ଦୀପାବଳି ପାଇଁ ବାଣ ବ୍ୟବସାୟ ବି ଜମିଥାଏ । ଏହି କ୍ରମରେ କଟକ ସହରରେ ବାଣ ବ୍ୟବସାୟ ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ ପ୍ରସ୍ତୁତ କରିଛି କଟକ କମିଶନରେଟ ପୋଲିସ । ବିଶେଷକରି ବାଣ ବ୍ୟବସାୟୀ ମାନେ କେଉଁ କେଉଁ ସ୍ଥାନରେ ବାଣ ବ୍ୟବସାୟ କରିବେ ? କେଉଁ ପ୍ରକାର ବାଣ ବିକ୍ରି କରିପାରିବେ ? ବାଣ ବ୍ୟବସାୟ ପାଇଁ କେଉଁ କେଉଁ ନିୟମକୁ ପାଳନ କରିବାକୁ ପଡିବ ? ଆଦି ସମ୍ପର୍କରେ ବ୍ୟବସାୟୀମାନଙ୍କୁ ସଚେତନ କରିଥିଲା ପୋଲିସ ।

ବାଣ ବିକ୍ରି କରିବା ପାଇଁ ସହରର ୨୧ ଟି ସ୍ଥାନ ଚିହ୍ନଟ କରାଯାଇଥିଲା । ଫାଙ୍କା ଆଉ ମୁକ୍ତ ଆକାଶ ତଳେ ବାଣ ବ୍ୟବସାୟ ପାଇଁ ବିଭିନ୍ନ ସ୍ଥାନ ଚିହ୍ନଟ କରାଯାଇଛି । ଏଥିପାଇଁ ଡିସିପିଙ୍କ କାର୍ଯ୍ୟାଳୟରୁ ବ୍ୟବସାୟୀ ମାନଙ୍କୁ ଅନୁମତି ନେବାକୁ ପଡିବ । ବିଭିନ୍ନ ବିଭାଗରୁ କ୍ଲିଅରାନ୍ସ ଆଣିବା ପରେ ବାଣ ବ୍ୟବସାୟ କରିବାକୁ ଅନୁମତି ମିଳିବ । ସେହିପରି ୧୬୫ ଡେସିବିଲରୁ ଅଧିକ ଶବ୍ଦ ବିଶିଷ୍ଟ ବାଣ ବିକ୍ରୟ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଥିଲା । ଏସବୁ ଯାଞ୍ଚ କରିବାକୁ ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.