ETV Bharat / state

ମାହାଙ୍ଗା ମର୍ଡର: ଅଭିଯୁକ୍ତ ପଞ୍ଚାନନଙ୍କ ପରିବାର ସହ ଆଲୋଚନା କଲା ଦଳିତ ମହାସଙ୍ଘ

ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ଅଭିଯୁକ୍ତ ପଞ୍ଚାନନ ସେଠୀଙ୍କ ପରିବାର ସହ ଆଲୋଚନା କଲା ଦଳିତ ମହାସଙ୍ଘ । ଅଧିକ ପଢନ୍ତୁ...

dalit association visits nrutanga panchayat
ମାହାଙ୍ଗା ମର୍ଡର: ଅଭିଯୁକ୍ତ ପଞ୍ଚାନନଙ୍କ ପରିବାର ସହ ଆଲୋଚନା କଲା ଦଳିତ ମହାସଙ୍ଘ
author img

By

Published : Jan 9, 2021, 9:46 PM IST

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ନୃତାଙ୍ଗ ପଞ୍ଚାୟତରେ ପହଞ୍ଚିଛି ରାଷ୍ଟ୍ରୀୟ ଦଳିତ ମହାସଙ୍ଘ । ସଙ୍ଘ ସେଠାରେ ପହଞ୍ଚି ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀଙ୍କ ପରିବାର ସହ ଆଲୋଚନା କରିଛି । ଯଦି ଆଗାମୀ ଦିନରେ ପଞ୍ଚାନନଙ୍କୁ ନ୍ୟାୟ ନ ମିଳେ ତେବେ ଡିଜି ଅଫିସ ଘେରାଉ କରିବା ସହ ରାଜରାସ୍ତାରେ ଜୋରଦାର ଆନ୍ଦୋଳନ କରିବାକୁ ଦଳିତ ମହାସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ମାହାଙ୍ଗା ମର୍ଡର: ଅଭିଯୁକ୍ତ ପଞ୍ଚାନନଙ୍କ ପରିବାର ସହ ଆଲୋଚନା କଲା ଦଳିତ ମହାସଙ୍ଘ

ଦଳିତ ସଙ୍ଘ ପଞ୍ଚାନନଙ୍କ ମା ମାତାଜି ସେଠୀଙ୍କ ସହ ଆଲୋଚନା କରିଛି । 27 ତାରିଖ ରାତିରେ ଅଭିଯୁକ୍ତ ପଞ୍ଚାନନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ଆଇନ ଉପରେ ପ୍ରଶ୍ନ ଉଠାଇଛି ସଙ୍ଘ । ଅଭିଯୁକ୍ତ ମାଆଙ୍କ ଅଭିଯୋଗ ଅନୁସାରେ, ଗତ 27 ତାରିଖ ରାତିରେ ମୃତ ବିଜେପି ନେତାଙ୍କ ଦୁଇ ପୁଅ ତାଙ୍କ ଘରକୁ ଆସି ଉଭୟ ମାଆ ଓ ପୁଅଙ୍କ ଉପରେ ଆକ୍ରମଣ କରିଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.