ETV Bharat / state

ଦହିବାରା ଦିବସରେ ମତୁଆଲା କଟକିଆ, ଡିମାଣ୍ଡରେ ଖଟା-ମିଠା ଦହିବରା - କଟକ ଦହିବରା ଆଳୁଦମ

ମାର୍ଚ୍ଚ ୧ରେ ପାଳିତ ହୁଏ ଦହିବରା ଦିବସ । ଦହିବରା ମଜା ନେବା ପାଇଁ ଦହିବରା ଠେଲା ଆଗରେ ପ୍ରବଳ ଭିଡ଼ । ଅଧିକ ପଢ଼ନ୍ତୁ

ମାର୍ଚ୍ଚ ୧ରେ ପାଳିତ ହୁଏ ଦହିବରା ଦିବସ
ମାର୍ଚ୍ଚ ୧ରେ ପାଳିତ ହୁଏ ଦହିବରା ଦିବସ
author img

By

Published : Mar 1, 2023, 7:38 PM IST

ମାର୍ଚ୍ଚ ୧ରେ ପାଳିତ ହୁଏ ଦହିବରା ଦିବସ

କଟକ: କଟକରେ ପାଳିତ ହେଉଛି ଦହିବରା ଦିବସ । ଦହିବରା ଆଳୁଦମ ଖାଇବାକୁ କିଏ ବା ପସନ୍ଦ ନ କରେ । ବୁଢ଼ାଠାରୁ ଅରମ୍ଭ କରୁ ପିଲା ପର୍ଯ୍ଯନ୍ତ ସମସ୍ତେ ଦହିବରା ଆଳୁଦମ ପାଇଁ ପାଗଳ । ତେବେ ଦହିବରା ନାଁ ଆସିଲେ କଟକ କଥା ମନେପଡେ । ସକାଳ ହେବା କ୍ଷଣି ବାଉନ ବଜାର ତେପନ ଗଳି ମଧ୍ୟରେ ଦହିବରାର ବାସ୍ନା ମହକି ଉଠିଥାଏ । ଆଉ ଏହାକୁ ଖାଇବା ପାଇଁ କଟକ ଲୋକଙ୍କ ଭିଡ ଜମିଥାଏ ।

ତେବେ କେବଳ ଯେ ଦହିବାରା ଦିବସ ରେ ଅଧିକ କ୍ରେଜ ଥାଏ ତାହା ନୁହେଁ ବରଂ କଟକ ରେ ସବୁ ଦିନ ଦେଖିବାକୁ ମିଳେ ଏହି ଖାଦ୍ୟ ର ଥିବା ପାଗଳପଣ । କେବଳ ରାଜ୍ୟ ନୁହେଁ ସାରା ଭାରତରେ କଟକ ଦହିବରା ର ଚାର୍ମ ନିଆରା। ଯିଏ ବି କଟକ ଆସନ୍ତି ସେ ବିନା ଦହିବାରା ନଖାଇ ଯିଆନ୍ତି ନାହିଁ । ତେବେ ପୂର୍ବ ଅପେକ୍ଷା ଦହିବାରାର କ୍ରେଜ ଯୁବକ , ଛାତ୍ରଛାତ୍ରୀ , ବୃଦ୍ଧ ମାନଙ୍କ ମଧ୍ୟରେ ଅଧିକ ବୃଦ୍ଧି ପାଇଛି।

କହିବାକୁ ଗଲେ ବର୍ତ୍ତମାନ ସମୟରେ ମିଠା ଓ ଖଟା ଦହିବରା ବେଶ ଲୋକଙ୍କ ପସନ୍ଦ ହେବାରେ ଲାଗିଛି । ଏହାସହ ଘୁଘୁନି ଓ ଆଲୁଦମ ର ମିଶ୍ରଣ ମଧ୍ୟ ଲୋକ ମାନଙ୍କ ଖାଦ୍ୟ ପ୍ରତି ଥିବା ଭଲ ପାଇବା କୁ ଆହୁରି ଦୁଗୁଣିତ କରିଛି। ପରେ ପରେ ସେଓ ଗାଁଠିଆ ପରେ ଦହିପାଣି ମିଳିଗଲେ କଥା ସରିଲା। ସେ ସକାଳ ଜଳଖିଆ ହେଉ କି ଖରାବେଳ ଖାଇବା କଟକିଆ ଙ୍କୁ ଦହିବରା ମିଳିଗଲେ ପେଟ ଶାନ୍ତି । ତେବେ କଟକ ର ଦହିବରା ରାଜ୍ଯ ବାହାରେ ପରିଚିୟ ହାସଲ କରିଥିବାରୁ ଏହାକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବା କଥା ବୋଲି ପୂର୍ବରୁ ଦାବି ଉଠିଛି। ତବେ ବର୍ତ୍ତମାନ ସମୟରେ ଯେଉଁ ଭଳି ଦହିବରା ଲୋକମାନେ ପସନ୍ଦ କରୁଛନ୍ତି ସେହି ଅନୁସାରେ ଦହିବରା ତାଆରି କରଯାଉଛି ବୋଲି କହିଛନ୍ତି ବ୍ୟବସାୟୀ ।

ମୁଖ୍ୟତ କଟକକୁ ଦହିବରାର ଉତ୍ପତି ସ୍ଥାନ ବୋଲି କୁହାଯାଉଥାଏ। ଭୌଗଳିକ ସୀମା ସରହଦ ପାର କରି ଏହି ସୁସ୍ୱାଦୁ ବ୍ୟଞ୍ଜନ ବର୍ତ୍ତମାନ ସମସ୍ତଙ୍କ ପ୍ରିୟର ଖାଦ୍ୟ ରୂପେ ପ୍ରାୟତଃ ପରିଗଣିତ ହେଲାଣି । କିନ୍ତୁ କଟକ ସହରର ଦହିବରାର ସ୍ୱାଦ ଅନ୍ୟ ଅଞ୍ଚଳ ଅପେକ୍ଷା ସମ୍ପୂର୍ଣ ଭିନ୍ନ ବୋଲି କୁହନ୍ତି ଲୋକେ । ତେବେ ଆଜିର ଏହି ଦହିବରା ଦିବସ ଅବସରରେ କଟକର ବାଉନ ବଜାର ତେପନ ଗଳିରେ ଥିବା ଦହିବରା ଷ୍ଟଲ ଗୁଡିକ ସାମ୍ନାରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.