ETV Bharat / state

ବଢୁଛି ସାଇବର କ୍ରାଇମ, ବରିଷ୍ଠ ନାଗରିକ କିପରି ରହିବେ ସତର୍କ ? ସଚେତନ କଲେ କଟକ ଡିସିପି - ରାଜ୍ୟରେ ବଢୁଛି ସାଇବର କ୍ରଇମ

ମାତୁଛନ୍ତି ସାଇବର ଠକ । ସୋସିଆଲ ମିଡିଆ ମାଧ୍ୟମରେ ଠକୁଛନ୍ତି ଠକ । ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

ମାତୁଛନ୍ତି ସାଇବର ଠକ
ମାତୁଛନ୍ତି ସାଇବର ଠକ
author img

By

Published : Feb 19, 2023, 4:52 PM IST

ମାତୁଛନ୍ତି ସାଇବର ଠକ

କଟକ: ରାଜ୍ୟରେ ବଢୁଛି ସାଇବର କ୍ରାଇମ । ବିଭିନ୍ନ ସୋସିଆଲ ମିଡିଆ ତଥା ଆପ୍ ମାଧ୍ୟମରେ ସାଧାରଣ ଲୋକଙ୍କୁ ଠକିବାରେ ଲାଗିଛନ୍ତି ଠକ । ଡିଜିଟାଲ ଦୁନିଆରେ ମୋବାଇଲ ଏକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀରେ ପରିଣତ ହୋଇଛି । ନିଜଠୁ କ୍ଷଣିଏ ମୋବାଇଲକୁ ଲୋକେ ଦୂରେଇ ରଖିପାରୁନାହାନ୍ତି । ଫଳରେ ବଢୁଛି ସାଇବର ଠକେଇ । ଯାହାକୁ ନେଇ ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଛି କମିଶନରେଟ ପୋଲିସ ।

ବର୍ତ୍ତମାନ ବୟସ୍କ ବ୍ୟକ୍ତି ମାନେ ସୋସିଆଲ ମିଡିଆରେ କ୍ରାଇମର ବେଶି ଶିକାର ହେଉଛନ୍ତି । ବିଶେଷ ଭାବରେ ଜ୍ଞାନ ନଥିବା ହେତୁ ହ୍ୟାକର ଓ ଲୁଟେରାମାନେ ଏହାର ସୁଯୋଗ ନେଇ, ସେମାନଙ୍କ ଟଙ୍କା ଲୁଟିବାରେ ସଫଳ ହେଉଛନ୍ତି । ଏପରି ସ୍ଥଳେ କମିଶନରେଟ ପୋଲିସ ଆରମ୍ଭ କରିଛି ଏକ ଅଭିଯାନ । ସୋସିଆଲ ମିଡିଆର ସଠିକ ଓ ଭୁଲ ଦିଗକୁ ବୟସ୍କ ବ୍ୟକ୍ତିଙ୍କୁ ବୁଝେଇବା ଆରମ୍ଭ କରିଛି କମିଶନରେଟ ପୋଲିସ ।

ଆଜି ଅନୁଷ୍ଠିତ ବୈଠକରେ ବୟସ୍କ ବ୍ୟକ୍ତିମାନେ କିପରି ଏହି କ୍ରାଇମରୁ ରକ୍ଷା ପାଇପାରିବେ ସେନେଇ ଡିସିପି ଦେଇଛନ୍ତି ଗୁରୁମନ୍ତ୍ର । କିପରି ବରିଷ୍ଠ ନାଗରିକମାନେ ସାଇବର ଠକଙ୍କ ଠାରୁ ନିରାପଦ ରହିପାରିବେ ସେନେଇ କମିଶନରେଟ ପୋଲିସ ପକ୍ଷରୁ ସଚେତନତା ବୈଠକ କରାଯାଇଛି । କୋଭିଡ କାରଣରୁ ଦୁଇ ବର୍ଷ ଏହି ସଚେତନତା କାର୍ଯ୍ୟକ୍ରମ ବିଶେଷ ଭାବରେ ହୋଇପାରିନଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଏହି ସଚେତନତା ଦିଗ ବେଶ କ୍ଷୀପ୍ର ଗତିରେ ଆୟୋଜିତ ହେଉଅଛି ।

ଗତ କିଛିଦିନ ତଳେ ସିଡିଏ ଅଞ୍ଚଳ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆଉ ବରିଷ୍ଠ ନାଗରିକଙ୍କ ଉପସ୍ଥିତି ବେଶ ଅଧିକ ରହିଥିଲା । ତେବେ ବିଶେଷକରି ଯେତେବେଳେ ଫେସବୁକ, ହ୍ବାଟସପ ଆପ ବ୍ୟବହାର କରୁଛନ୍ତି ସେହି ସମୟରେ କଣ କରିବା ଆବଶ୍ୟକ ବୋଲି ପୋଲିସ ସମସ୍ତ ବୁଝାଇଛି । ଏହାସହ ବରିଷ୍ଠ ନାଗରିକମାନଙ୍କ ମତାମତ ମଧ୍ୟ ଲୋଡିଛି କମିଶନରେଟ ପୋଲିସ । ବର୍ତ୍ତମାନ ସମୟରେ ଲୋକମାନେ ଅଧିକ ସଚେତନ ରହିବା ଆବଶ୍ୟକ ରହିଛି । କିନ୍ତୁ ତାହା ବାସ୍ତବରେ ପରିଲକ୍ଷିତ ହେଉ ନାହିଁ । ସମସ୍ତେ ସୋସିଆଲ ମିଡିଆରେ ନିଜ ପସନ୍ ର ସାମଗ୍ରୀ ଅର୍ଡର କରୁଛନ୍ତି ହେଲେ ସେଇଠି ହିଁ ହ୍ୟାକର ମାନେ ରହୁଛନ୍ତି ଓ ସବୁ ବ୍ୟାଙ୍କ ଟଙ୍କା ଲୁଟିବାରେ ସଫଳ ହେଉଛନ୍ତି ।

ଯାହାକୁ ନେଇ ବୟସ୍କ ବ୍ୟକ୍ତିମାନେ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି । ଏପରି ସ୍ଥଳେ ଯଦି ଏପରି କୌଣସି ଘଟଣା ଘଟୁଛି ତେବେ ସଙ୍ଗେସଙ୍ଗେ ପୋଲିସର ଦ୍ବାରସ୍ଥ ହେବା ସହ ସଚେତନତା ଅବଲମ୍ବନ କରିବା ଆବଶ୍ୟକ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର । ତେବେ ଆଜି ଅନୁଷ୍ଠିତ ବୈଠକରେ କଟକ ସହରର ଶତାଧିକ ବରିଷ୍ଠ ନାଗରିକ ଯୋଗଦେଇଥିଲେ । ସାଇବର କ୍ରାଇମ ସମ୍ବନ୍ଧୀୟ ଅନେକ ଦିଗ ଉପରେ ଡିସିପି ସମସ୍ତଙ୍କ ସହ ଆଲୋଚନା କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.