କଟକ: କଟକରେ ଖସୁଛି କୋରୋନା ମିଟର । ତିନି ଚାରି ଦିନ ହେଲା କଟକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଯେଉଁ ସଂଖ୍ୟା ପ୍ରତ୍ୟେକ ଦିନ ୪ ଶହରୁ ଅଧିକ ରହୁଥିଲା ତାହା ଏବେ ଅଧାରୁ ଅଧିକ ଖସିଆସିଛି । ଅର୍ଥାତ ୩ ରୁ ୪ ଦିନ ହେବ ଜିଲ୍ଲାରେ ୨ ଶହ ରୁ ୨୩୦ ଭିତରେ ରହୁଛି ।
ସେହିପରି ସହରରେ ଯେଉଁମାତ୍ରାରେ ବଢୁଥିଲା ସେଥିରେ ବି ସୁଧାର ଆସିଛି । କଟକ ସହରରେ ଏବେ ଶହେରୁ ୧୨୦ ଭିତରେ ରହୁଛି । ଯାହାକି ପୂର୍ବରୁ ୩ ଶହରୁ ଅଧିକ ରହୁଥିଲା । ତେବେ ଏହା ଏବେ ନିୟନ୍ତ୍ରଣକୁ ଆସିଥିବା କଟକ ଜିଲ୍ଲାପାଳ କହିଛନ୍ତି । ଧୀରେ ଧୀରେ ଏହା ପୁରା ନିୟନ୍ତ୍ରଣକୁ ଆସିବ ଆଉ କଟକ କୋରୋନା ମୁକ୍ତ ଜିଲ୍ଲା ହେବ ବୋଲି ଜିଲ୍ଲାପାଳ ଭବାନୀଶଙ୍କର ଚୟିନୀ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ