ETV Bharat / state

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତ କଟକ ଜିଲ୍ଲା ପ୍ରଶାସନ - Cuttack

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କଟକ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆସନ୍ତା 27ରେ ସମସ୍ତ ପୋଲିଂ ପାର୍ଟିଙ୍କୁ ଇଭିଏମ ଓ ଭିଭିପାଟ ମେସିନ ଦିଆଯାଇ ପୋଲିଂ କେନ୍ଦ୍ରକୁ ପଠାଯିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Apr 24, 2019, 9:04 PM IST

କଟକ: ସରିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଆଗକୁ ଅଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଏଥିଲାଗି କଟକ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆସନ୍ତା 27ରେ ସମସ୍ତ ପୋଲିଂ ପାର୍ଟିଙ୍କୁ ଇଭିଏମ ଓ ଭିଭିପାଟ ମେସିନ ଦିଆଯାଇ ପୋଲିଂ କେନ୍ଦ୍ରକୁ ପଠାଯିବ । କିପରି ସୁରୁଖୁରୁରେ ମତଦାନ ଗ୍ରହଣ କରାଯିବ ସେନେଇ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା ସମାପ୍ତ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତୃତୀୟ ପର୍ଯ୍ୟାୟରେ ଶେଷ ହୋଇଥିବା 6ଟି ନିର୍ବାଚନ ମଣ୍ଡଳୀରେ ବେଶ ଅବାଧ ଓ ସ୍ୱଚ୍ଛ ଆଧାରରେ ନିର୍ବାଚନ ସମ୍ପାଦନ ହୋଇଛି । ଏହା ସହିତ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା 3ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ସୁରୁଖୁରୁରେ ନିର୍ବଚନ ସମ୍ପାଦନ ହେବା ନେଇ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।

3ୟ ପର୍ଯାୟରେ ବାରବାଟୀ, ସଦର, ଆଠଗଡ଼, ବଡମ୍ବା, ବାଙ୍କୀ ଓ ଚୌଦ୍ୱାର ନିର୍ବାଚନ ମଣ୍ଡଳୀରେ 69.65 ମତଦାନ ହୋଇଛି । ବାକି ଥିବା ନିଆଳି, ସାଲେପୁର ଓ ମାହାଙ୍ଗା ପ୍ରମୁଖ 3 ବିଧାନସଭା ନିର୍ବାଚନ ମଣ୍ଡଳୀରେ 29 ତାରିଖରେ ମତଦାନ ହେବ।

ଏହାସହିତ 23 ତାରିଖରେ ହେବାକୁ ଥିବା ମତ ଗଣନା ପାଇଁ 3ଟି ସ୍ଥାନ ଚୟନ କରିଛି ଜିଲ୍ଲା ପ୍ରଶାସନ । ସଦର, ବାରବାଟୀ, ଚୌଦ୍ୱାର, ନିଆଳି, ମାହାଙ୍ଗା, ସାଲେପୁର ନିର୍ବଚନ ମଣ୍ଡଳୀର ଭୋଟ ଗଣନା ବୋଷ କଲେଜ ପରିସରରେ କରାଯିବ । ଅନ୍ୟ 3ଟି ନିର୍ବାଚନ ମଣ୍ଡଳୀ ଯେମିତିକି ବାଙ୍କୀର ବାଙ୍କୀ ସ୍ୱୟଂଶାସିତ କଲେଜ ଓ ଆଠଗଡ଼ ବଡମ୍ବାର ଗୋପବନ୍ଧୁ ବିଜ୍ଞାନ କଲେଜରେ ଭୋଟ ଗଣନା କାର୍ଯ୍ୟକ୍ରମ କରାଯିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:Body:

ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ 71. 61 ପ୍ରତିଶତ ମତଦାନ

ଭୁବନେଶ୍ବର: ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଆଉ ଏବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ମୋଟ 71. 61 ପ୍ରତିଶତ ମତଦାନ ହୋଇଛି । ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ 59.60 ପ୍ରତିଶତ ମତଦାନ ହୋଇଛି । 

ସେହିଭଳି ପୁରୀରେ 72.53 ପ୍ରତିଶତ, କଟକରେ 69.65 ପ୍ରତିଶତ, ଢେଙ୍କାନାଳ 74.98ପ୍ରତିଶତ, କେନ୍ଦୁଝର 78. 16 ପ୍ରତିଶତ, ସମ୍ବଲପୁରରେ 76.38 ପ୍ରତିଶତ ମତଦାନ ହୋଇଛି । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ତରଫରୁ ଏହୂ ସୂଚନା ଦିଆଯାଇଛି । 2014ରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ 58.40 ପ୍ରତିଶତ ଭୋଟିଂ ହୋଇଥିଲା ।

ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ସ୍ଥାନରେ ଇଭିଏମ ତ୍ରୁଟି ପାଇଁ ମତଦାନ ବିଳମ୍ବ ହୋଇଥିଲା । ଅନ୍ୟପଟେ ଭୁବନେଶ୍ବରରେ କିଛି ସ୍ଥାନରେ ବିଳମ୍ବିତ ରାତି ଯାଏଁ ଭୋଟିଂ ଚାଲିଥିଲା ବୋଲି ସୂଚନା ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.