ETV Bharat / state

ରାଜଧାନୀ ପରେ କଟକରେ ଚଢାଉ, ବିକଟାଳ ଶବ୍ଦ କରୁଥିବା ଗାଡି ଜବତ

କଟକରୁ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା 20 ବୁଲେଟ ମୋଟର ସାଇକେଲ ସହ 5 ଦୋକାନ ଉପରେ ଚଢାଉ କରି 62ଟି ଅତ୍ୟାଧୁନିକ ସାଇଲେନ୍ସର ଗାଡି ପାର୍ଟ ଜବତ କଲା ପୋଲିସ । ଅଧିକ ପଢନ୍ତୁ

author img

By

Published : Mar 18, 2022, 6:28 AM IST

ଉତକଟ ଶବ୍ଦ କାରୀ ଗାଡି ଜବତ କଲା କଟକ ଟ୍ରାଫିକ ପୋଲିସ

କଟକ: ରାଜଧାନୀ ଭୁବନେଶ୍ବର ପରେ ଏବେ କଟକ ସହରରେ ଜୋରରେ ଶବ୍ଦ କରୁଥିବା ମୋଟର ସାଇକେଲକୁ ଜବତ କରୁଛି ଟ୍ରାଫିକ ପୋଲିସ । ସୂଚନାନୁସାରେ କଟକରୁ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା 20ଟି ବୁଲେଟ ମୋଟର ସାଇକେଲ ଜବତ କରିଛି ପୋଲିସ । ଏହାସହ 5 ଦୋକାନ ଉପରେ ମଧ୍ୟ ଚଢାଉ କରି 62ଟି ଅତ୍ୟାଧୁନିକ ସାଇଲେନ୍ସର ଗାଡି ପାର୍ଟ ପୋଲିସ ଜବତ କରିଛି ।

ପୌର ନିର୍ବାଚନ ପାଇଁ କମିଶନରେଟ ପୋଲିସ ବେଶ ସଜାଗ ରହିଥିଲା ବେଳେ ସହରରେ ବିକଟାଳ ଶବ୍ଦ କରୁଥିବା ବାଇକ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି । ଏହି କ୍ରମରେ କଟକରେ ଗୁରୁବାର ବିପୁଳ ପରିମାଣର ବୁଲେଟ ସହ ସାଇଲେନ୍ସର ଜବତ କରିଛି ଟ୍ରାଫିକ ପୋଲିସ । ଏହି ନିୟମ ଭୁବନେଶ୍ୱରରେ ଆରମ୍ଭ ହେବାପରେ କଟକରେ ମଧ୍ୟ କଡାକଡି ଭାବରେ ବିକଟାଳ ଶବ୍ଦ ବାହାରୁ ଥିବା ଗାଡିକୁ ଜବତ କରିଛି ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.