ETV Bharat / state

ଦଳିତ ପରିବାରକୁ ଆକ୍ରମଣ ମାମଲା: ଦୋଷୀଙ୍କୁ ଗିରଫ ଦାବିରେ ଏସପି ଅଫିସ ଘେରାଓ - ଦଳିତ ପରିବାରକୁ ଆକ୍ରମଣ ମାମଲା କଟକ

କଟକ କାନପୁର ଥାନା ଅନ୍ତର୍ଗତ କୁରାଞ୍ଜ ଗ୍ରାମର ଅନୁସୂଚିତ ଜାତିର 2 ପରିବାର ଉପରେ ଆକ୍ରମଣ ଘଟଣାର ଦୋଷୀଙ୍କୁ 48 ଘଣ୍ଟା ମଧ୍ୟରେ ଗିରଫ ଦାବିରେ ଏସପି ଅଫିସ ଘେରାଓ । ଅଧିକ ପଢନ୍ତୁ

ଦଳିତ ପରିବାରକୁ ଆକ୍ରମଣ ମାମଲାର ଦୋଷୀଙ୍କୁ ଗିରଫ ଦାବିରେ ଏସପି ଅଫିସ ଘେରାଓ

author img

By

Published : May 25, 2022, 8:51 PM IST

କଟକ: ଗ୍ରାମଞ୍ଚଳ ଏସପି ଅଫିସ ଘେରିଲା ଜାତୀୟ ଦଳିତ ଆଦିବାସୀ ମହାସଙ୍ଘ । କାନପୁର ଥାନା ଅନ୍ତର୍ଗତ କୁରାଞ୍ଜ ଗ୍ରାମର ଅନୁସୂଚିତ ଜାତିର 2 ପରିବାରର ଘରପୋଡି, ଲୁଟପାଟ, ଆକ୍ରମଣ, ଘଟଣାରେ ଦୋଷୀକୁ 48 ଘଣ୍ଟା ମଧ୍ୟରେ ଗିରଫ ଦାବିରେ ଏସପି ଅଫିସ ଘେରିଛି ମହାସଙ୍ଘ । ତେବେ ପଞ୍ଚାୟତ ନିର୍ବାଚନ ସମୟରେ ଏହି ଘଟଣା ଘଟି ଥିବାବେଳେ ଆଜିଯାଏଁ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ।

ଦଳିତ ପରିବାରକୁ ଆକ୍ରମଣ ମାମଲାର ଦୋଷୀଙ୍କୁ ଗିରଫ ଦାବିରେ ଏସପି ଅଫିସ ଘେରାଓ

ନିର୍ଦ୍ଦିଷ୍ଟ ଏକ ଦଳକୁ ଭୋଟ ଦେବାପାଇଁ ଉଭୟ ଦଳିତ ପରିବାରଙ୍କୁ ବାଧ୍ୟ କରିଥିଲେ ଉକ୍ତ ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି । ଯେତେବେଳ ଉଭୟ ପରିବାର ଭୋଟ ଦେବାପାଇଁ ମନା କରିବାରୁ ଘର ପଡିବା ଓ ତାଙ୍କୁ ଆକ୍ରମଣ କରିଥିଲେ ଉକ୍ତ ବ୍ୟକ୍ତି ସମୂହ । ଏହି ଘଟଣାକୁ 3 ମାସ ପୁରିଥିଲେ ସୁଧା ଏଯାବତ ମିଳିପାରିଲାନି ନ୍ୟାୟ । ଏଥିସହ ପୋଲିସ ଓଲଟା ନିର୍ଯାତିତ ପରିବାରର 4 ଜଣଙ୍କୁ ଗିରଫ କରିଥିବା ଅଭିଯୋଗ କରିଛି ମହାସଙ୍ଘ । ତେବେ ଏହି ଦିଗରେ ଯଦି ଉଚିତ ନ୍ୟାୟ ନମିଳେ ତେବେ ଆଗମୀ ଦିନରେ ପୋଲିସ ଡିଜି ଓ ନିବୀନ ନିବାସ ଘେରାଉ କରାଯିବା ନେଇ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.