ETV Bharat / state

ନୂଆ ରୂପ ପାଇବ କଟକ ରେଳ ଷ୍ଟେସନ, ୩ଶହ ୩କୋଟି ଟଙ୍କାରେ ହେବ ବିଶ୍ବ ସ୍ତରୀୟ

କଟକ ରେଳ ଷ୍ଟେସନ ହେବ ବିଶ୍ବ ସ୍ତରୀୟ । କଟକ ରେଳ ଷ୍ଟେସନର ମୁଖ୍ୟ ଫାଟକଠୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ସବୁ ଦିଗରେ ଚମକିବ । 3 ମହଲା ବିଲ୍ଡିଂ ତଳେ ଯିବ ଟ୍ରେନ । ଅଧିକ ପଢ଼ନ୍ତୁ

author img

By

Published : Apr 14, 2023, 9:38 PM IST

Etv Bharat
Etv Bharat
ଵିଶ୍ବସ୍ତରୀୟ ରେଳ ଷ୍ଟେସନ ହେବ କଟକ, 3 ମହଲା ବିଲ୍ଡିଂଗ ତଳେ ଯିବ ଟ୍ରେନ

କଟକ: ବିଶ୍ବସ୍ତରୀୟ ରୂପରେଖ ପାଇବ କଟକ ରେଳ ଷ୍ଟେସନ । କଟକ ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ପାଇଁ ହୋଇଥିବା ଯୋଜନାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ପରାମର୍ଶ ପରେ ନୂଆ ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି । ପ୍ରାୟ ୩ଶହ ୩କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାମ ଆରମ୍ଭ ହେଵାକୁ ଯାଉଛି । ଚଳିତ ମାସ ଶେଷ ସପ୍ତାହ ଵେଳକୁ ଏହି ପ୍ରକଳ୍ପ କାମ ଆରମ୍ଭ ହେଵ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ଦୁଇ ଵର୍ଷ ଭିତରେ ପ୍ରକଳ୍ପ କାମ ଶେଷ ହେଵ । ପ୍ରକଳ୍ପ କାମ ସରିବା ପରେ କଟକ ରେଳ ଷ୍ଟେସନରେ ଵିମାନ ଵନ୍ଦରର ସୁଵିଧା ମିଳିବ ଵୋଲି ଵିଭାଗ ପକ୍ଷରୁ କୁହାଯାଇଛି ।

ସାଂସଦ ଭର୍ତ୍ତୃହରି ମହତାଵ କହିଛନ୍ତି, ‘‘ଏନେଇ ସବୁ ଦିଗକୁ ସମୀକ୍ଷା କରାଯାଇଛି। ମୁଖ୍ୟ ଫାଟକଠୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ସବୁ ଦିଗରେ ଚମକିବ କଟକ ରେଳ ଷ୍ଟେସନ । 3 ମହଲା ବିଲ୍ଡିଂ ତଳେ ଯିବ ଟ୍ରେନ। ଯେଉଁଟା ପୁର୍ବରୁ କେବଳ ବିଦେଶରେ ଦେଖା ଯାଉଥିଲା । କିନ୍ତୁ ବର୍ତ୍ତମାନ ତାହା କଟକରେ ଦୃଷ୍ଟି ଗୋଚର ହେବ। ତେବେ ଯେଉଁ 3ଡି ଡାଇଗ୍ରାମ ପୂର୍ବରୁ ରେଳବାଇ ବିଭାଗ ପକ୍ଷରୁ ଜାରି କରଯାଇଥିଲା ସେଥିରେ କଟକର କୌଣସି ଛାପ ନଥିବା ହେତୁ ସେଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।’’

ଅଧିକ ପଢ଼ନ୍ତୁ: ସମ୍ବଲପୁରରେ ୧୪୪ ଧାରା ଜାରି: ଜିଲ୍ଲା ପ୍ରଶାସନ ଓ ଗୁଇନ୍ଦା ବିଭାଗ ଅପାରଗତାକୁ ଦାୟୀ କଲା ବିଜେପି

ସେ ଆହୁରି କହିଛନ୍ତି, ‘‘ବର୍ତ୍ତମାନ ଯେଉଁ ଡାଇଗ୍ରାମ ରହିଛି ସେଥିରେ ମା’ କଟକ ଚଣ୍ଡିଙ୍କ ମୁଖ ଦ୍ୱାରର ପ୍ରତିଛବି ରହିଛି । ତେବେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଓଡିଶାରେ ରେଳର ବିକାଶ ପାଇଁ ଏବେ ଫୋକସ ଦେଉଛି । ବିଭାଗ ପକ୍ଷରୁ ଓଡ଼ିଶାକୁ ୧୦ ହଜାର କୋଟି ମିଳିଛି । କଟକ ରେଳ ଷ୍ଟେସନ କି ବିଶ୍ୱ ସ୍ତରୀୟ କରିବା ପାଇଁ 303 କୋଟି ଟଙ୍କା ମଞ୍ଜୁରୀ କରଯାଇଛି । ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଓଡିଶାରେ ବର୍ଷକୁ ନୂଆ ୫୩ କିମି ରେଳ ଧାରଣା ନିର୍ମାଣ ହେଉଥିଲା । କିନ୍ତୁ ୨୦୨୨-୨୩ ବର୍ଷ ପାଇଁ ୪୫୦ କିମି ରେଳ ଲାଇନ କାର୍ଯ୍ୟ ହୋଇଛି । ଯାହା ଏକ ମାଇଲ ଖୁଣ୍ଟ । ଓଡିଶାରେ 57 ଷ୍ଟେସନକୁ ବିଶ୍ୱ ସ୍ତରୀୟ କରିବା ପାଇଁ କେନ୍ଦ୍ର ମଞ୍ଜୁରୀ ପ୍ରଦାନ କରୁଛି । ଯାହାକୁ ନେଇ ଗତ କଟକ ଗସ୍ତରେ ସମୟରେ କହିଥିଲେ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।’’

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.