ETV Bharat / state

'ଘରେ ଗୁପ୍ତଧନ ଅଛି ପୂଜା ପାଠ କଲେ ମିଳିବ', ଏପରି କହି ଠକି ନେଲେ 62 ଲକ୍ଷ

author img

By

Published : Apr 28, 2023, 6:55 PM IST

Updated : Apr 28, 2023, 9:48 PM IST

ମାତୁଛନ୍ତି ଭଣ୍ଡବାବା । ସାବଧାନ ଘରେ ଭୂତପ୍ରେତ ଥିବା କହି ଆପଣଙ୍କୁ ଭୂଆଁ ବୁଲାଇ ନେଇ ଯିବେ ଲକ୍ଷଲକ୍ଷ ଟଙ୍କା । ଅଧିକ ପଢ଼ନ୍ତୁ

ଲୋକଙ୍କୁ ଭୂଆଁ ବୁଲାଇ ଲକ୍ଷଲକ୍ଷ ଟଙ୍କା କରୁଛନ୍ତି ହଡପ

ସାବଧାନ! ମାତୁଛନ୍ତି ଭଣ୍ଡବାବା

କଟକ: ସାବଧାନ ! ଅନ୍ଧବିଶ୍ବାସର ବଶବର୍ତ୍ତୀ କରାଇ ଲୁଟୁଛନ୍ତି କରୁଛନ୍ତି ଭଣ୍ଡବାବା । ଲୋକଙ୍କୁ ଭୂଆଁ ବୁଲାଇ ଲକ୍ଷଲକ୍ଷ ଟଙ୍କା ହଡପ କରୁଛନ୍ତି । ଏପରି ଏକ ଭଣ୍ଡ ବାବାକୁ ଧରିଛି କଟକ କମିଶନରେଟ୍‌ ପୋଲିସ । ଜଣେ ମହିଳାଙ୍କ ଘରୁ ଭୂତ ବିଦା କରିବା ପାଇଁ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ 62 ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ ଭଣ୍ଡବାବା । ଏପରି ଘଟଣା ଅନ୍ୟ କେଉଁ ଉପାନ୍ତର ଅଞ୍ଚଳରେ ନୁହେଁ ମାତ୍ର ଘଟଣାଟି ଘଟିଛି କଟକ ସହରରେ । ଭୂତ ଭଗାଇବା ନାଁରେ ଜଣେ ମହିଳାଙ୍କଠାରୁ 62 ଲକ୍ଷ ଟଙ୍କା ଠକେଇ ନେବା ଅଭିଯୋଗରେ ମଙ୍ଗଳାବାଗ ପୋଲିସ କୈଫିକ ଖାନ୍‌ ନାମକ ଜଣେ ତାନ୍ତ୍ରିକକୁ ଗିରଫ କରିଛି ।

କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ‘‘ଏହି ଯୁବକ ଜଣଙ୍କ ହେଉଛନ୍ତି କଟକ କେଶରପୁର ଅଞ୍ଚଳର ବାସିନ୍ଦା କୈଫିକ ଖାନ । ମାତ୍ର 27 ବର୍ଷ ବୟସ୍କ କୈଫିକ ନିଜକୁ ଜଣେ ସିଦ୍ଧି ପ୍ରାପ୍ତ ତାନ୍ତ୍ରିକର ପରିଚୟ ଦେଇ କଟକ ମଙ୍ଗଳାବାଗର ଜଣେ ମହିଳାଙ୍କଠାରୁ 62 ଲକ୍ଷ ଟଙ୍କାର ଠକି ନେଇଛି । ଏନେଇ ସମ୍ପୃକ୍ତ ମହିଳା ଜଣକଙ୍କ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିବା ପରେ ତାନ୍ତ୍ରିକ କୈଫିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥି ସହିତ ତା ପାଖରୁ ତନ୍ତ୍ର ସାଧନାରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ, ଠାକୁରଙ୍କ ମୂର୍ତ୍ତି ସହିତ 2 ଲକ୍ଷ 76 ହଜାର ନଗଦ ଟଙ୍କା, ଦୁଇଟି କାର ଗୋଟିଏ ବୁଲେଟ ଓ 70ଟି ମୋବାଇଲ ଫୋନ ଭଳି ବହୁ ସାମଗ୍ରୀ ଜବତ ହୋଇଛି ।’’

ତେବେ ଠକେଇର ଶିକାର ହୋଇଥିବା ମହିଳା ଥାନାରେ କରିଥିବା ଅଭିଯୋଗ ମୁତାବକ ଗତ ବର୍ଷ ଅଗଷ୍ଟ ମାସରେ ସେ ନିଜ ଘରେ କିଛି ଭୌତିକ କାଣ୍ଡ ଘଟୁଥିବା ଅନୁଭବ କରିଥିଲେ । ଏହାପରେ ଜଣେ କେହି କରିବାରୁ ମହିଳା ଜଣଙ୍କ ଠକ କୈଫିକ ପାଖକୁ ଯାଇଥିଲେ । କୈଫିକ ତାଙ୍କ ଘରେ ଭୂତର ସାୟା ଥିବା ସହ ଘରର ଚଟାଣ ତଳେ ହୀରା ଓ କସ୍ତୁରୀ ସହିତ ବହୁତ କିଛି ମୂଲ୍ୟବାନ ସାମଗ୍ରୀ ରହିଥିବା ଦାବି କରିଥିଲା । ତେଣୁ ଭୂତକୁ ଭଗାଇବା ପାଇଁ ବିଭିନ୍ନ ଅନୁଷ୍ଠାନ କରିବା ସହ ଦେଶର ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରକାର ସାମଗ୍ରୀ ଆଣିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ତାଙ୍କଠାରୁ 62 ଲକ୍ଷ ଟଙ୍କା ଠକି ନେଇଛି । ଅନ୍ୟପଟେ ସୈଫିକ ନିଜକୁ ନିର୍ଦ୍ଦୋଶ ବୋଲି କହିଛି ।

ଇଟିଭି ଭାରତ, କଟକ

Last Updated : Apr 28, 2023, 9:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.