ETV Bharat / state

Netaji Bus Terminal: ଉଦଘାଟନୀରେ ସାମିଲ ହେଲେନି ମୋକିମ, ବର୍ଷିଲେ କଟକ ମେୟର

author img

By ETV Bharat Odisha Team

Published : Sep 17, 2023, 1:21 PM IST

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ କଟକ ମେୟରଙ୍କ କଡା ଟାର୍ଗେଟ। ବିଧାୟକ ନେତାଜୀ ବସ ଟର୍ମିନାଲ ଉଦଘାଟନୀ ସମାରୋହରେ ଯୋଗ ନଦେବା ନେଇ ଗଣମାଧ୍ୟମକୁ ଦେଇଥିବା ବାର୍ତ୍ତାକୁ ନେଇ ବର୍ଷିଲେ ମେୟର ସୁବାସ ସିଂ। କହିଲେ ଲୋକଙ୍କୁ ଭୁଆଁ ବୁଲାଇବାକୁ କରୁଛନ୍ତି ଚେଷ୍ଟା ।

cuttack Netaji Bus Terminal cuttack mayor targeted cuttack mla mokim

ମୋକିମ ଉପରେ ବର୍ଷିଲେ କଟକ ମେୟର

କଟକ: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ କଟକ ମେୟରଙ୍କ କଡା ଟାର୍ଗେଟ । ବିଧାୟକ ନେତାଜୀ ବସ ଟର୍ମିନାଲ ଉଦଘାଟନୀ ସମାରୋହରେ ଯୋଗ ନଦେବାକୁ ନେଇ ଗଣମାଧ୍ୟମକୁ ଦେଇଥିବା ବାର୍ତ୍ତାକୁ ନେଇ ବର୍ଷିଲେ ମେୟର ସୁବାସ ସିଂ । ମୋକିମ ଗଣମାଧ୍ୟମକୁ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିବା କହିଛନ୍ତି ମେୟର ।

ଆଉ ମଧ୍ୟ ମୋକିମଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମେୟର । ସେ କହିଛନ୍ତି ଯେ, ମୋକିମ ରାଜ୍ୟବାସୀ ତଥା କଟକ ବାସିନ୍ଦାଙ୍କୁ ଭୂଆଁ ବୁଲାଉଛନ୍ତି । ନେତାଜୀ ଟର୍ମିନାଲ ବସଷ୍ଟାଣ୍ଡ ଠିକାଦାରୀକୁ ହାତେଇବାକୁ ମୋକିମଙ୍କ ବ୍ୟବସାୟିକ ସହଯୋଗୀ ପୀୟୂଷ ମହାନ୍ତି ଚକ୍ରାନ୍ତ କରିଥିଲେ । ହେଲେ ଠିକାଦାରୀ ନ ମିଳିବାରୁ ଏଭଳି ଅପ୍ରପଚାର କରୁଛନ୍ତି ବୋଲି କହିଛନ୍ତି ମେୟର । କଟକର ବିକାଶକୁ ମୋକିମ ଦେଖି ସହି ପାରୁନଥିବା କହିଛନ୍ତି ମେୟର । ଓଡିଶା ସରକାରଙ୍କ ନିୟନ୍ତ୍ରଣାଧିନ ବିଭାଗ ଓବିସିସି ଦ୍ୱାରା ବସ ଟର୍ମିନାଲ କାର୍ଯ୍ୟ ହେଉଥିବା ସେ ସୂଚନା ଦେଇଛନ୍ତି ।

ତେବେ ଗତକାଲି(ଶନିବାର) ନେତାଜୀ ବସ ଟର୍ମିନାଲର ଉଦଘାଟନୀ ଉତ୍ସବରେ ଯୋଗ ଦେବାକୁ ସିଧାସଳଖ ମନା କରିଥିଲେ ବିଧାୟକ ମହମ୍ମଦ ମୋକିମ । ଏଥିସହ ସରକାରଙ୍କୁ ମଧ୍ୟ କଡା ଟାର୍ଗେଟ କରିଥିଲେ । କଟକ ବାସିନ୍ଦାଙ୍କ ବଦଳରେ କେଉଁ କାରଣରୁ ତାମିଲନାଡୁ ଠିକା ସଂସ୍ଥା ଓ ଶ୍ରମିକ ବସଷ୍ଟାଣ୍ଡରେ କାମ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ମୋକିମ । ସବୁ ପ୍ରକଳ୍ପଗୁଡିକୁ ଅଧାପନ୍ତରିଆ ଭାବେ କାମ କରି କଣ ପାଇଁ ତରବରିଆ ଭାବେ ଆରମ୍ଭ କରାଯାଉଛି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ଓଡିଆଙ୍କୁ ଅଣଦେଖା, ନେତାଜୀ ବସ ଟର୍ମିନାଲ ଲୋକାର୍ପଣରେ ସାମିଲ ହେବେନି ମୋକିମ

ତେବେ ନେତାଜୀ ବସ ଟର୍ମିନାଲ କାର୍ଯ୍ୟକୁ ନେଇ ବିବାଦ ଜୋର ଧରିଛି । ରାଜ୍ୟ ବାହାର ଲୋକେ ଏହି କାର୍ଯ୍ୟରେ ନିୟୋଜିତ ଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି । ଯାହାକୁ ମୋକିମ ଜୋରଦାର ବିରୋଧ କରିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କୁ ଅଣଦେଖା କରି ରାଜ୍ୟ ବାହାର ଲୋକେ କାମ କରିବାକୁ ନିନ୍ଦନୀୟ କଥା କହିଛନ୍ତି ମୋକିମ ।

ଏହାମଧ୍ୟ ପଢନ୍ତୁ.. ନେତାଜୀ ବସ୍‌ ଟର୍ମିନାଲ ଲୋକାର୍ପିତ, ଓଡ଼ିଶାର ଗୌରବ ବୃଦ୍ଧି କରିବ କହିଲେ ମୁଖ୍ୟମନ୍ତ୍ରୀ

ଅନ୍ୟପଟେ ଅତ୍ୟାଧୁନିକ ନେତାଜୀ ବସ ଟର୍ମିନାଲର ଗତକାଲି(ଶନିବାର) ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଆଜିକୁ ନୂଆ ବସଷ୍ଟାଣ୍ଡରୁ ଗାଡି ଗଡିଛି । ତେବେ ଏହି ଟର୍ମିନାଲରେ 52ଟି ଦୂରଗାମୀ ରାତ୍ରିକାଳୀନ ବସ ରହିବାର ବ୍ୟବସ୍ଥା କରାଯାଇଛି । ଏଥିସହ 20ଟି ମୋ ବସ ସହ ପାଖାପାଖି 200 ବସ ରହିପାରିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.