ETV Bharat / state

ନେମାଳ ଲୁଟ ଓ ମର୍ଡର ଘଟଣା, ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ କହିଲେ ଏସପି - କଟକ ଖବର

ନେମାଳ ଲୁଟ ଓ ମର୍ଡର ଘଟଣା । ନେମାଳ ଲୁଟ ଓ ମର୍ଡର ଘଟଣାର ଖୁବ ଶୀଘ୍ର ପର୍ଦ୍ଦାଫାଶ ହେବ । ଏନେଇ ସାଇଣ୍ଟିଫିକ୍ ଟିମ ତଦନ୍ତ ଜାରି ରଖିଛି । ସେହିପରି ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ । ଅଧିକ ପଢନ୍ତୁ

ନେମାଳ ଲୁଟ ଓ ମର୍ଡର ଘଟଣା, ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ କହିଲେ ଏସପି

author img

By

Published : Dec 9, 2022, 9:50 PM IST

କଟକ: ନେମାଳ ଲୁଟ ଓ ମର୍ଡର ଘଟଣାରେ ତଦନ୍ତ ଆରମ୍ଭ କରିଛି ସାଇଣ୍ଟିଫିକ୍ ଟିମ । କିଏ ଓ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଭିଆଇଛି ତାହା ତଦନ୍ତ ପରେ ଜଣା ପଡିବ ବୋଲି କହିଛନ୍ତି କଟକ ଗ୍ରାମାଞ୍ଚଳ ଏସ୍‌ପି ଯୁଗୋଳ କିଶୋର ।

ନେମାଳ ଲୁଟ ଓ ମର୍ଡର ଘଟଣା, ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ କହିଲେ ଏସପି

ନେମାଳ ଲୁଟ ଓ ମର୍ଡର ଘଟଣା ଉପରୁ ଖୁବ ଶୀଘ୍ର ଉଠିବ ପରଦା । ଏନେଇ ସାଇଣ୍ଟିଫିକ୍ ଟିମ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କଟକ ନେମାଳ ଲେଣ୍ଡର ଭଗବାନପୁର ଗ୍ରାମରେ ଡକାୟତି ହୋଇଛି । ଡକାୟତି ସମୟରେ ପ୍ରତିବାଦ କରିବାରୁ ଦୁବୃର୍ତ୍ତମାନେ ଗୃହକର୍ତ୍ତା ହୃଷିକେଶଙ୍କୁ ହତ୍ୟା କରିବା ସହ ତାଙ୍କ ପତ୍ନୀ କନକଲତା ମୁଦୁଲିଙ୍କୁ ମଧ୍ୟ ଗୁରୁତର ଭାବେ ଆକ୍ରମଣ କରିଥିଲେ । ତେବେ ଡକାୟତି ସମୟରେ ହୃଷିକେଶଙ୍କ ପାଖରେ ରହି ଆସୁ ଥିବା ତାଙ୍କର ଦୁଇ ଜଣ ସମ୍ପର୍କୀୟ ନାତିମାନଙ୍କୁ ଦୁବୃର୍ତ୍ତମାନେ ଆଉ ଏକ ଘରେ ବନ୍ଦ କରି ଦେଇଥିଲେ । ଏହା ପରେ ଆଲମିରା ଖୋଲି ଟଙ୍କା ଓ ଅଳଙ୍କାର ଲୁଟି ନେଇଥିଲେ ଦୁବୃର୍ତ୍ତ । ଏହା ସହିତ ସେମାନେ ଘରେ ନିଆଁ ଲଗାଇ ଦେଇ ଫେରାର ହୋଇ ଯାଇଥିଲେ ।

ଘର ଭିତରୁ ଚିତ୍କାର ଶୁଣିବା ପରେ ସାହି ପଡିଶା ଲୋକେ ସେଠାରେ ପହଞ୍ଚିବା ବେଳକୁ ଘର ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ଏହା ପରେ ଆହତ କନକଲତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଖବରପାଇ ଘଟଣା ସ୍ଥଳରେ କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ ସହ ନେମାଳ ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚିଥିଲା । ତଦନ୍ତ ସମୟରେ ଘରୁ ଲକ୍ଷଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ଜଣାପଡିଛି ।

ତେବେ କଣ ପାଇଁ ଏବଂ କିଏ ଏହି ହତ୍ୟାକାଣ୍ଡ ଭିଆଇଛି, ଘଟଣା ପଛର ରହସ୍ୟ କଣ ତାହା ଅଧିକ ତଦନ୍ତ ପରେ ହିଁ ଜଣାପଡିବ ବୋଲି କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସ୍‌ପି କହିଛନ୍ତି । କଣ ଲୁଟ ହୋଇଛି ତାହାବି ସ୍ପଷ୍ଟ ହୋଇନି ବୋଲି ପୋଲିସ ସୂଚନା ଦେଇଛି । ଅନ୍ୟପଟେ ଏହି ଘଟଣାର ସଠିକ ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ମିଲିବ ବୋଲି କହିଛନ୍ତି କଟକ ଗ୍ରାମାଞ୍ଚଳ ଏସ୍‌ପି ଯୁଗଳ କିଶୋର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.