ETV Bharat / state

ମହମ୍ମଦଙ୍କ ହାତରେ ମହାଦେବଙ୍କ ବାହୁଙ୍ଗି

author img

By

Published : Jul 21, 2023, 10:12 AM IST

Updated : Aug 22, 2023, 12:10 PM IST

ଶ୍ରଦ୍ଧା ଦେଖେନି ଜାତି ଧର୍ମ । କାଉଡିଆଙ୍କ ପାଇଁ ବେତର ବାହୁଙ୍ଗି ବନାଇ ଚର୍ଚ୍ଚାରେ କଟକର ମହମ୍ମଦ ସରବର । ଦେଖନ୍ତୁ ଏ ରିପୋର୍ଟ

ମୁସଲିମ କାରିଗର ମହମ୍ମଦଙ୍କ ବାହୁଙ୍ଗି ତିଆରି ନିଶା

କଟକ: ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କ ଉପରେ ଜଳାଭିଷେକ କଲେ ଅନେକ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏଣୁ ଅନେକ ଶିବାଳୟରେ ପ୍ରତି ସୋମବାର ଅନେକ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେରେ କାଉଡିଆଙ୍କ ପାଇଁ ବେତର ବାହୁଙ୍ଗି ବନାଇ ଚର୍ଚ୍ଚାରେ କଟକର ମହମ୍ମଦ ସରବର ।

କାଉଡ଼ିଆଙ୍କ ପାଇଁ ଵାହୁଙ୍ଗି ତିଆରି କରୁଛନ୍ତି ମୁସଲିମ କାରିଗର । କାଉଡିଯାତ୍ରା ପାଇଁ ଵାହୁଙ୍ଗି ବ୍ୟବସାୟ ବଢୁଥିବାରୁ କଟକରେ ଓରମାସ୍ ସହାୟତାରେ ସ୍ବୟଂ ସହାୟକ ଗୋଷ୍ଠୀ ତିଆରି କରୁଛନ୍ତି ଵେତର ଵାହୁଙ୍ଗି । ଅନ୍ୟ ରାଜ୍ୟରୁ ବେତ ଆଣି କୁଶଳୀ ମୁସଲିମ କାରିଗର ପ୍ରସ୍ତୁତ କରୁଛନ୍ତି ସୁନ୍ଦର ଵାହୁଙ୍ଗି । ସେ ଏହି କାର୍ଯ୍ୟ ଦୀର୍ଘ ୨୦ ବର୍ଷ ହେବ କରିଆସୁଥିବା ବେଳେ ସେ ରାଞ୍ଚିରୁ ପ୍ରଶିକ୍ଷଣ ନେଇଛନ୍ତି । ତାଙ୍କ ପାଖରେ ୩୦୦ରୁ ଆରମ୍ଭ କରି ୩୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ବାହୁଙ୍ଗି ରହିଛି ।

ଏନେଇ ମାଲିକ କ୍ଷୀତିସ ଚନ୍ଦ୍ର ପତିହାରି କହିଛନ୍ତି, ‘ଏଗୁଡ଼ିକର କୌଣସି କ୍ୟାଟଲକ ନାହିଁ ଯାହା କରନ୍ତି ସେହି ମିସ୍ତ୍ରୀ ତାଙ୍କ ବୁଦ୍ଧି ଓ କୌଶଳରେ ହିଁ କରନ୍ତି । ବେତ ବାହୁଙ୍ଗିର ବର୍ତ୍ତମାନ ଚାହିଦା ଆଗାମୀ ଦିନ ଅପେକ୍ଷା ଅନେକ ବଢ଼ିଛି । କାରଣ ଏଗୁଡ଼ିକ ଦୀର୍ଘାୟୁ ଏବଂ ହାଲୁକା ମଧ୍ୟ । ଆମ ରାଜ୍ୟରେ ଆବଶ୍ୟକ ପରିମାଣର ବେତ ମିଳୁନଥିବାରୁ ଆସାମ, ତ୍ରିପୁରା ଓ ଆଣ୍ଡାମାନରୁ ବେତ ଆଣି ବାହୁଙ୍ଗି ବନାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ- ବାବା ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣୀ ଯାତ୍ରା ଆରମ୍ଭ, କାଉଡିଆଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଅନ୍ୟପଟେ ମୁସଲମାନ କାରୀଗର ମହମ୍ମଦ ସରବର କହିଛନ୍ତି, ‘ତାଙ୍କୁ ଗୋଟିଏ ବହୁଙ୍ଗୀ ତିଆରି କରିବା ପାଇଁ ଗୋଟିଏ ଦିନ ହିଁ ଲାଗିଥାଏ । ସେ ମୁସଲମାନ ହେଲେ ସୁଦ୍ଧା କାଉଡ଼ିଆଙ୍କ ପାଇଁ ବାହୁଙ୍ଗି ତିଆରି କରିବାରେ ତାଙ୍କୁ ଅତ୍ୟନ୍ତ ଆନନ୍ଦ ମିଳିବା ସହ ତାଙ୍କୁ ପୁଣ୍ୟ ମଧ୍ୟ ମିଳିଥାଏ ବୋଲି ସେ ବିଶ୍ୱାସ ରଖନ୍ତି । ତାଙ୍କ ପାଖରେ ବାହୁଙ୍ଗି ଗୁଡ଼ିକର ମୂଲ୍ୟ ୩୦୦ ରୁ ଆରମ୍ଭ କରି ୩୦୦୦ ହଜାର ପର୍ଯ୍ୟନ୍ତ ଅଛି । ଆଗାମୀ ଦିନରେ ରେ ସେ ଆହୁରି ଭଲ ଭଲ ବାହୁଙ୍ଗି ବଜାରରେ ଉପଲବ୍ଧ କରାଇବେ ବୋଲି ଆଶା ରଖିଛନ୍ତି ।’

କାଉଡି ଯାତ୍ରା ପ୍ରତି ଲୋକଙ୍କ ଆଗ୍ରହ ବଢୁଥିବାରୁ ଵାହୁଙ୍ଗି ବେପାର ଵେଶ୍ ବଢ଼ିଛି । ତେଣୁ ଵାହୁଙ୍ଗି ପ୍ରସ୍ତୁତି ଏକ ଵଡ ବ୍ୟବସାୟରେ ପରିଣତ ହେଲାଣି । ବାହାର ରାଜ୍ୟରୁ ପ୍ରଶିକ୍ଷଣ ପାଇ ଏହି ମୁସଲିମ କାରିଗର ସୁନ୍ଦର ସୁନ୍ଦର ଵାହୁଙ୍ଗି ତିଆରି କରୁଛନ୍ତି କାଉଡିଯାତ୍ରା ପାଇଁ । ସେହିପରି ଏଭଳି ପବିତ୍ର କାମ କରି ସେମାନେ କିଛି ଟଙ୍କା ରୋଜଗାର କରିବା ସହ ପୂଣ୍ୟ ମଧ୍ୟ ଲାଭ କରୁଛନ୍ତି ବୋଲି କାରୀଗରମାନେ କହିଛନ୍ତି ।

ଇଟିଭି ଭାରତ, କଟକ

Last Updated : Aug 22, 2023, 12:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.