ETV Bharat / state

ବଜେଟ ଆଗତ କଲା CMC, ସ୍ବଚ୍ଛ କଟକର ସ୍ବପ୍ନ ପୂରଣ ଲକ୍ଷ୍ୟ

author img

By

Published : Mar 2, 2023, 10:26 PM IST

Updated : Mar 3, 2023, 8:46 AM IST

ଆସନ୍ତା ୨୦୨୩-୨୪ ବର୍ଷ ପାଇଁ ୧୦୦ କୋଟି ବର୍ଦ୍ଧିତ ବଜେଟ ଆଗତ କଲା କଟକ ମହାନଗର ନିଗମ । ଅଧିକ ପଢନ୍ତୁ

CMC budget
CMC budget
ବଜେଟ ଆଗତ କଲା CMC

କଟକ: ଆସନ୍ତା ୨୦୨୩-୨୪ ବର୍ଷ ପାଇଁ କଟକ ମହନାଗର ନିଗମରେ ଆଗତ ହୋଇଛି ବଜେଟ । ୫ ଶହ ୮୭ କୋଟି ୫୬ ଲକ୍ଷ ୫୭ ହଜାର ଟଙ୍କା ଏହି ବଜେଟ କାଉନସିଲ ବୈଠକରେ ଆଗତ ହୋଇଛି। ଆଜି ଅନୁଷ୍ଠିତ ଏହି ବଜେଟ ବୈଠକରେ ସମସ୍ତ କର୍ପୋରେଟର ବିଭିନ୍ନ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ମେୟର କମିଶନର ଏହି ବଜେଟ ଉପସ୍ଥାପନ କରିଥିଲେ। ବିଗତ ବର୍ଷ ଅପେକ୍ଷା ଚଳିତବର୍ଷ ୧୦୦ କୋଟି ଅଧିକ ଆୟ ବ୍ୟୟ ବଜେଟ ଅଧିକ ଆଗତ କରାଯାଇଛି ।

ଆସନ୍ତା ୯ ତାରିଖ ଦିନ ଏହି ବଜେଟର ପୂର୍ଣ୍ଣାଙ୍ଗ ରୂପ ଧାର୍ଯ୍ୟ ହୋଇ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ । ଗତବର୍ଷ ଏହା ୪ ଶହ ୮୯ କୋଟି ବଜେଟ ରହିଥିଲା । ସ୍ବାସ୍ଥ୍ୟ , ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ, ବସ୍ତିର ବିକାଶ, ଡ୍ରେନେଜ ନବୀକରଣ, ଅଳିଆ ଆବର୍ଜନା ସଫା ଦିଗ ପ୍ରମୁଖ ଏହି ବଜେଟରେ ରଖାଯାଇଛି । ଏକ ସ୍ବଚ୍ଛ କଟକର ସ୍ବପ୍ନ ଏହି ବଜେଟ ମଧ୍ୟରେ ରହିଛି । ଏହାସହ ଆଗମୀ ୩ଦିନ ମଧ୍ୟରେ ଯଦି ଆଉ କିଛି ପ୍ରସ୍ତାବ ରହିଛି ତାହାକୁ ଦୃଷ୍ଟିଗୋଚରକୁ ଆଣିଲେ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ।

ଏହା ବି ପଢନ୍ତୁ- ପ୍ରାକୃତିକ ଦୁର୍ବିପାକ ମୁକାବିଲା କରିବେ ସ୍କ୍ୱାଉଟ ଗାଇଡ ଛାତ୍ରଛାତ୍ରୀ

ତେବେ ବୈଠକରେ ମେୟର କହିଛନ୍ତି, "ବିଗତ ଦିନର ବଜେଟକୁ ଆଲୋଚନା ପରିସରଭୁକ୍ତ କରାଗଲେ କଟକ ମହାନଗର ନିଗମ ଅଧୀନରେ ଥିବା ୫୯ଟି ୱାର୍ଡର ସାମୁହିକ ବିକାଶ ହୋଇପାରିବ । ସେଥିପାଇଁ ଟିକସ ଦିଗକୁ ବେଶୀ ଧ୍ୟାନ ଦେବାକୁ ପଡିବ । କାରଣ କଟକ ସହରରେ ହୋଡିଂ ଟିକସ ବକେୟା ହୋଇପଡ଼ିଛି । ବିଭିନ୍ନ ବଡ଼ ଛୋଟ ମାର୍କେଟ କମ୍ପ୍ଲେସ ଦୀର୍ଘ ବର୍ଷ ଧରି ଭଡା ପୈଠ ନକରିବା ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଅତି କଠୋରର ସହ ପାଳନ କରାଯାଇ ସିଏମସିର ଆୟ କିପରି ଦ୍ବିଗୁଣିତ ହେବ ସେନେଇ ସିଏମସି ପ୍ରୟାସ ଜାରି ରଖିଛି। କାରଣ ଆୟ ଆସିଲେ ସିନା ବ୍ୟୟ ଧାର୍ଯ୍ୟ ହେବ। ତେଣୁ ସିଏମସି ବର୍ତ୍ତମାନ ଏହି ତମାମ ଦିଗ ଉପରେ ଧ୍ୟାନ ଦେଉଛି । "

ତେବେ ଏହି ୧୦୦ କୋଟି ବର୍ଦ୍ଧିତ ବଜେଟ ଆଗତ ହେବା ପରେ କିଛି କର୍ପୋରେଟର ପ୍ରଶ୍ନ କରିଥିଲେ । ପରିଶେଷରେ ସମସ୍ତଙ୍କ ଅନୁମତି କ୍ରମରେ ଏହି ବଜେଟ ଆଗତ କରାଯାଇଛି । ଆସନ୍ତା ୯ ତାରିଖ ଦିନ ଏହି ବଜେଟ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, କଟକ

Last Updated : Mar 3, 2023, 8:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.