ETV Bharat / state

ରାଜଭାଷା ଲାଗୁ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦିଆଯାଇଛି କହିଲେ ଭର୍ତ୍ତୃହରି

author img

By

Published : Aug 8, 2022, 7:15 PM IST

ଦେଶରେ ରାଜଭାଷା ଲାଗୁ ପ୍ରସଙ୍ଗ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଯାବତ୍‌ ୧୦ଟି ରିପୋର୍ଟ ଦିଆଯାଇଛି କହିଲେ କଟକ ସାଂସଦ । ଅଧିକ ପଢନ୍ତୁ

ଦେଶରେ ରାଜଭାଷା ଲାଗୁ ପ୍ରସଙ୍ଗ, ମୋଦିଙ୍କୁ ୧୦ଟି ରିପୋର୍ଟ ଦିଆଯାଇଛି: ଭର୍ତ୍ତୃହରି

କଟକ: ସେପ୍ଟେମ୍ବର ମାସରେ ଗୁଜୁରାଟର ସୁରଟରେ ହେବାକୁ ଯାଉଛି ରାଜଭାଷା ସମ୍ମିଳନୀ । ରାଜଭାଷା ଯୋଜନା ଅନୁସାରେ ଦେଶରେ ସମସ୍ତ ସରକାରୀ ଅନୁଷ୍ଠାନରେ ହିନ୍ଦୀ ଭାଷା କିମ୍ବା ନିଜ ମାତୃଭାଷା ପ୍ରଚଳନ ହେବ । ଏ ବାବଦରେ ବର୍ତ୍ତମାନ ସୁଦ୍ଧା ୧୦ଟି ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ବୋଲି କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ।

ଏ ନେଇ କହିଛନ୍ତି ସେ ଯେ, "ମୁଁ ନିଜେ ଏହି କମିଟିର ଉପାଧ୍ୟକ୍ଷ ଅଛି । ଆଉ ଗୋଟିଏ ରିପୋର୍ଟ ଏବେ ପ୍ରସ୍ତୁତ ହେଉଛି । ରାଜଭାଷାର ବ୍ୟବହାର ହେଲେ ଏହା ସମସ୍ତେ ସହଜରେ ବୁଝି ପାରିବେ । ଏବେ ବି ଇଂରାଜୀ ଭାଷା ବୈଷୟିକ ଶିକ୍ଷା, ମେଡିକାଲ୍ ଶିକ୍ଷାରେ ବ୍ୟବହାର ହେଉଛି । ନ୍ୟାୟାଳୟରେ ବିଦେଶୀ ଭାଷା ବା ଇଂରାଜୀ ଭାଷା ବ୍ୟବହାର ହେଉଛି । ସାରା ଦେଶରେ ରାଜଭାଷା ବ୍ୟବହାର ପୂର୍ବରୁ ସିଲାବସ୍, ଶବ୍ଦକୋଷ ତିଆରି ହେବ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.