ETV Bharat / state

ସହମତି ଥିଲେ ଦୁଷ୍କର୍ମ କୁହାଯିବନି, କିନ୍ତୁ ଜବରଦସ୍ତି ହେଲେ ଦଣ୍ଡ ନିଶ୍ଚୟ: ଆଇନଜୀବୀ ବିଭୂତି ଭୂଷଣ

author img

By

Published : Mar 13, 2023, 7:48 AM IST

କଟକ ଜିମରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଟକର ବରିଷ୍ଠ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ । ସେ କଣ କଣ କହିଛନ୍ତି ଅଧିକ ପଢ଼ନ୍ତୁ

ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଆଭିଯୋଗ

gym rape case

କଟକ: ମୃଦୁ ପାନୀୟରେ ଜିମରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିବା ପରେ କଟକରେ ଚାଞ୍ଚଲ୍ୟ ଖେଳି ଯାଇଛି । ଜିମ ମାଲିକ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ପୀଡିତା । ଏ ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଦୁଷ୍କର୍ମ ମାମଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକର ବରିଷ୍ଠ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ।

ସେ କହିଛନ୍ତି, ‘‘ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ଉଭୟଙ୍କ ସହମତିରେ ସହବାସକୁ ଦୁଷ୍କର୍ମ ବୋଲି କୁହାଯାଇପାରିବ ନାହିଁ । କାରଣ ଉଭୟ ଯୁବକ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ଯଦି ଶାରୀରିକ ସମ୍ପର୍କ ଅଚେତ ଅବସ୍ଥା କିମ୍ବା ବାଧ୍ୟତାମୂଳକ ଭାବରେ ହୋଇଥିବା ତାହା ପୋଲିସ ସ୍ପଷ୍ଟ କରିବ। କିନ୍ତୁ ଯଦି ଉଭୟଙ୍କ ସହମତିରେ ହୋଇଥାଏ ତେବେ ତାହାକୁ ଦୁଷ୍କର୍ମ ବୋଲି କୁହାଯାଇ ପାରିବ ନାହିଁ । ’’

ତେଣୁ ପୋଲିସ ପକ୍ଷରୁ ପୀଡିତାଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ଦଫା ଲଗାଯାଇଛି ଏବଂ ତଦନ୍ତ ସେହି ଢଙ୍ଗରେ କରାଯିବ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ । ତେବେ କଟକ ସିଡିଏ ସେକ୍ଟର 9ରେ ଏକ ଜିମରେ ଏଭଳି ଘଟଣା ହୋଇଥିବା ନେଇ ଗତ ୧୦ ତାରିଖରେ ମର୍କତ ନଗର ଥାନାରେ ଅଭିଯୋଗ ହୋଇଥିଲା ।

161 ଧାରାରେ ଯୁବତୀଙ୍କ ବୟାନ ରେକର୍ଡ ହୋଇଛି । ଅଭିଯୁକ୍ତ ବର୍ତ୍ତମାନ ବାହାରେ ଥିବାରୁ ତାଙ୍କର ବୟାନ ରେକର୍ଡ କରାଯିବ । ଏଫଆଇଆର ପ୍ରତ୍ୟେ ଟି ଦିଗକୁ ତଦନ୍ତ କରାଯାଉଛି । ଯେଉଁ ମୋବାଇଲରେ ଅଶ୍ଲୀଳ ଫଟୋ କି ଭିଡ଼ିଓ ରହିଛି ତାହାକୁ ମଧ୍ୟ ଟ୍ରାକ କରଯାଉଛି । ଯୁବତୀଙ୍କ ଡାକ୍ତରୀ ମାଇନା ମଧ୍ୟ କରାଯିବ ବୋଲି କହିଛି ପୋଲିସ ।

ବର୍ତ୍ତମାନ ସମୟରେ ଅଧିକ ପଚରାଉଚରା ଜାରି ରହିଛି ଆଉ କିଛି ଦିନ ମଧ୍ୟରେ ଏହାର ନିଷ୍କର୍ସ ସାମ୍ନାକୁ ଆସିବ ବୋଲି କହିଛନ୍ତି ମର୍କତନଗର ଥାନା ଅଧିକାରୀ । ତେବେ ଏତଲାରୁ ଜଣାପଡ଼ିଛି ଯେ, ପୀଡିତା ଗତବର୍ଷ ଅର୍ଥାତ 2022 ମାର୍ଚ୍ଚ 2 ତାରିଖରେ ଜିମରେ ଯୋଗ ଦେଇଥିଲେ । ପରେ ଜିମ ମାଲିକ ଚିନ୍ମୟ ସ୍ୱାଇଁଙ୍କ ଯୁବତୀଙ୍କ ନିକଟତର ହୋଇଥିଲେ । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ଗଢି ଉଠିଥିଲା । ତେବେ କିଛି ଦିନର ପ୍ରେମ ସମ୍ପର୍କପରେ ଚିନ୍ମୟ ତାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ ମାତ୍ର ଯୁବତୀ ମନା କରିଥିଲେ । ପରେ ଅଭିଯୁକ୍ତ ଚିନ୍ମୟ ମୃଦୁ ପାନୀୟରେ ନିଶା ଔଷଧ ଦେଇ ଅଚେତ ଅବସ୍ଥାର ଫାଇଦା ଉଠାଇଥିବା ଅଭିଯୋଗ କରିଛନ୍ତି ପୀଡିତା । ଯାହାର ତଦନ୍ତ ଜାରି ରଖିଛି ପୋଲିସ । ଏ ପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରାଯାଇନାହିଁ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.