ETV Bharat / state

କଟକ ଟେକ୍ନିସିଆନଙ୍କ ସଫଳତା: ଘରୁ କରିହେବ କୋଭିଡ 19 ସ୍ଲାବ ଟେଷ୍ଟ

ସ୍ଲାବ ଟେଷ୍ଟ ପାଇଁ ଆଉ ମେଡିକାଲ ଯିବାକୁ ପଡିବ ନାହିଁ । ଏବେ ଆପଣଙ୍କ ପାଖରେ ପହଞ୍ଚି ପାରିବ ସ୍ଲାବ ନମୁନା ସଂଗ୍ରହ କେନ୍ଦ୍ର । ବାହାରିଛି ଏପରି ନୂଆ ଆଧୁନିକ କୋଭିଡ ନମୁନା ସଂଗ୍ରହ କିଓସ୍କୋ । ଅଧିକ ପଢନ୍ତୁ...

କଟକ ଟେକ୍ନିସିଆନଙ୍କ ସଫଳତା: ଘରୁ କରିହେବ କୋଭିଡ 19 ସ୍ଲାବ ଟେଷ୍ଟ
କଟକ ଟେକ୍ନିସିଆନଙ୍କ ସଫଳତା: ଘରୁ କରିହେବ କୋଭିଡ 19 ସ୍ଲାବ ଟେଷ୍ଟ
author img

By

Published : Apr 21, 2020, 12:11 AM IST

କଟକ: କୋରୋନା ପାଇଁ ସବୁଠି ଚିନ୍ତା । ସାରା ବିଶ୍ବରେ ପ୍ରଳୟ ମଚାଇଛି ମହାମାରୀ । ଓଡିଶାରେ ମଧ୍ୟ କୋରୋନା ପଜିଟିଭ ବଢିଚାଲିଛନ୍ତି । ତେବେ ଆକ୍ରାନ୍ତଙ୍କ ଚିହ୍ନଟ କେବଳ ସ୍ଲାବ ଟେଷ୍ଟ ମାଧ୍ୟମରେ ହିଁ ହୋଇପାରିବ । ଏଥିପାଇଁ ବିଭିନ୍ନ ମେଡିକାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ହେଲେ ଏହି ଟେଷ୍ଟ କରିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ସବୁ ସ୍ଥାନରେ ପହଞ୍ଚିବାର ଆବଶ୍ୟକତା ରହିଛି । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ କଟକ ଆଇଟିଆଇ କଲେଜର ୪ଟି ବିଭାଗର ଟେକ୍ନିସିଆନମାନେ ପ୍ରସ୍ତୁତ କରିଛନ୍ତି କୋଭିଡ ନମୁନା ସଂଗ୍ରହ କିଓସ୍କୋ ।

କଟକ ଟେକ୍ନିସିଆନଙ୍କ ସଫଳତା: ଘରୁ କରିହେବ କୋଭିଡ 19 ସ୍ଲାବ ଟେଷ୍ଟ

ସ୍ଲାବ ଟେଷ୍ଟ ପାଇଁ ଆଉ ମେଡିକାଲ ଯିବାକୁ ପଡିବ ନାହିଁ । ଏବେ ଆପଣଙ୍କ ପାଖରେ ପହଞ୍ଚି ପାରିବ ସ୍ଲାବ ନମୁନା ସଂଗ୍ରହ କେନ୍ଦ୍ର । ବାହାରିଛି ଏପରି ନୂଆ ଆଧୁନିକ କୋଭିଡ ନମୁନା ସଂଗ୍ରହ କିଓସ୍କୋ । ଏହାଦ୍ବାରା ଘରେ ରହି ସ୍ଲାବ ଦେଇପାରିବେ ବ୍ୟକ୍ତି । ଭୂତାଣୁ ନବ୍ୟାପିବାର ଏଥିରେ ରହିଛି ସମସ୍ତ ପ୍ରକାର ବ୍ୟବସ୍ଥା । ସଂସ୍ପର୍ଶରେ ଆସିବେନି ନମୁନା ସଂଗ୍ରହ କରୁଥିବା ଓ ସ୍ଲାବ ଦେଉଥିବା ବ୍ୟକ୍ତି । କିଓସ୍କୋର ସାମନା ଭାଗକୁ ଉନ୍ନତ ମାନର କାଚରେ କରାଯାଇଛି ସିଲ । ଏହା ମଝି ଭାଗରେ ଥିବା ଦୁଇଟି ହାତ ଗ୍ଲୋବସ ଦ୍ବାରା ସଂଗ୍ରହ ହେବ ନମୁନା । ସବୁଠୁ ବଡ କଥା ଏହି ନମୁନା କେନ୍ଦ୍ର ଭ୍ରାମ୍ୟମାଣ । ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେବା ଆଣିବା ସମ୍ଭବ । ତେବେ ଏହା କୌଣସି ସରକାରୀ ସଂସ୍ଥା ବା ଅନ୍ତର୍ଜାତୀୟ କମ୍ପାନୀ ତିଆରି କରିନାହାନ୍ତି । ଏଭଳି ପ୍ରଶଂସନୀୟ କାର୍ଯ୍ୟକୁ ବାସ୍ତବ ରୂପ ଦେଇଛନ୍ତି କଟକ ଆଇଟିଆଇ କଲେଜର ୪ଟି ବିଭାଗର ଟ୍ରେନିଂ ଅଫିସର ।

କିଓସ୍କୋ ପ୍ରସ୍ତୁତ କରିବା ପାଇଁ ମିଳିଥିଲା ଡିଟିଇଟି ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ । ଆଉ ଏହାପରେ କାର୍ଯ୍ୟରେ ଲାଗିଯାଇଥିଲେ ଆଇଟିଆଇ କଲେଜର କାର୍ପେଣ୍ଟର, ଇଲେକ୍ଟ୍ରିସିଆନ, ଫିଟର ଓ ପେଣ୍ଟର ବିଭାଗର ଟ୍ରେନିଂ ଅଫିସର । ପ୍ରୋଜେକ୍ଟ ପାଇଁ ଚ୍ୟାଲେଞ୍ଜ ଥିଲା ଲକଡାଉନରେ ଆବଶ୍ୟକ ସାମଗ୍ରୀ ସଂଗ୍ରହ । ହେଲେ ହାର ନମାନି ପୂର୍ବରୁ ଥିବା ଅନାବଶ୍ୟକ ସାମଗ୍ରୀ ବ୍ୟବହାର କରିଥିଲେ ଟିମ । ଏହାସହ କିଛି ପରିମାଣରେ ନୂଆ ସାମଗ୍ରୀ ସଂଗ୍ରହ କରିଥିଲେ । ବନାଇବାର ଶୈଳୀ ପାଇଁ ଦକ୍ଷିଣ କୋରିଆର ଅନଲାଇନ ଭିଡିଓରୁ ମିଳିଥିଲା ପ୍ରେରଣା । ଆଉ ସପ୍ତାହେ ମଧ୍ୟରେ ସରିଥିଲା କାମ ।

ଉପଯୁକ୍ତ ସାମଗ୍ରୀ ମିଳିଲେ ଆଗାମୀ ଦିନରେ ଏଭଳି 20ଟି କେନ୍ଦ୍ର ବନାଇବାର ଦୃଢୋକ୍ତି ପ୍ରକାଶ କରିଛନ୍ତି ଟିମର ଟ୍ରେନିଂ ଅଫିସର । ଏହି କିଓସ୍କୋର ଚାରିପାଖରେ କୋରୋନା ସଚେତନତା ଲାଗି ମଧ୍ୟ ଏକ ବାର୍ତ୍ତା ଯୋଡାଯାଇଛି । କୋରୋନା ମୁକାବିଲା ପାଇଁ ସରକାରଙ୍କଠାରୁ ଜନତା ସମସ୍ତେ ଲାଗିଛନ୍ତି । ଏଭଳି ସ୍ଥିତିରେ ସରକାରଙ୍କୁ ସାହାଯ୍ୟର ହାତ ବଢାଇଥିବା ଆଇଟିଆଇ କଲେଜର ପଦକ୍ଷେପ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.