ETV Bharat / state

ମୋବାଇଲ୍‌ ଲୁଟେରାକୁ ବାନ୍ଧିଲା କଟକ ଜିଆରପି ପୁଲିସ, ୧୬ ଫୋନ୍‌ ଜବତ - କଟକ ଖବର

ଚଳନ୍ତା ଟ୍ରେନରେ ସେଲ୍ଫି କ୍ରେଜ । ଏହାର ସୁଯୋଗ ନେଉଛନ୍ତି ଲୁଟେରା । ଏହି କ୍ରମରେ ଆଜି ୧୬ଟି ମୋବାଇଲ ସହ ଜଣେ ଅଭିଯୁକ୍ତକୁ ଗିରଫ କରିିଛି କଟକ ଜିଆରପି ଥାନା ପୁଲିସ । ଅଧିକ ପଢ଼ନ୍ତୁ

ମୋବାଇଲ୍‌ ଲୁଟେରାକୁ ବାନ୍ଧିଲା କଟକ ଜିଆରପି ଥାନା ପୁଲିସ, ୧୬ ଫୋନ୍‌ ଜବତ

author img

By

Published : Nov 30, 2022, 11:08 PM IST

କଟକ : ଚଳନ୍ତା ଟ୍ରେନରେ ସେଲ୍ଫି କ୍ରେଜ । ଏହାର ସୁଯୋଗ ନେଉଛନ୍ତି ଲୁଟେରା । ଏହି କ୍ରମରେ ଆଜି ୧୬ଟି ମୋବାଇଲ ସହ ଜଣେ ଅଭିଯୁକ୍ତକୁ ଗିରଫ କରିିଛି କଟକ ଜିଆରପି ଥାନା ପୁଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଲୁଟେରା ଗ୍ୟାଙ୍ଗ ମୁଖ୍ୟ ବିନୋଦ ବେହେରା । ଖାନନଗର ରେଳ ଓଭର ବ୍ରିଜ ଓ ଯୋବ୍ରା ଓଭର ବ୍ରିଜକୁ ଟାର୍ଗେଟ କରୁଥିଲେ ଲୁଟେରା । ଲୁଟେରା ରେଳଧାରଣା କଡ଼ରେ ଛିଡା ହୋଇ ରେଳଯାତ୍ରୀଙ୍କୁ ବାଡ଼ିରେ ପ୍ରହାର କରୁଥିଲା । ରେଳଯାତ୍ରୀଙ୍କ ହାତରୁ ମୋବାଇଲ ଫୋନ ଖସି ପଡ଼ିବା ପରେ ଲୁଟୁଥିଲେ ମୋବାଇଲ । ଏହି ପରି ଭାବେ ଚାଲିଥିଲା ଲୁଟ୍‌ ।

ମୋବାଇଲ୍‌ ଲୁଟେରାକୁ ବାନ୍ଧିଲା କଟକ ଜିଆରପି ଥାନା ପୁଲିସ, ୧୬ ଫୋନ୍‌ ଜବତ

ଗ୍ୟାଙ୍ଗର ମୁଖ୍ୟକୁ ପୁଲିସ୍‌ ଧରିବା ପରେ ଏବେ ଅନ୍ୟ ସଦସ୍ୟଙ୍କୁ ଖୋଜୁଛି ପୋଲିସ । ଏକ ସାମ୍ବାଦିକ ସମ୍ମିଳନୀରେ କଟକ ରେଳବାଇ ଡିଏସପି ରଣଜିତ ନାୟକ ଏନେଇ ସୂଚନା ଦେଇଛନ୍ତି । ତେବେ ଅନେକ ଦିନ ଧରି ଏପରି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିଲା ବିନୋଦ । ଯାହାକୁ ଟ୍ରାକ କରିବା ପାଇଁ ଦୀର୍ଘ ଦିନ ଧରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ରେଳବାଇ ପୁଲିସ । ତେବେ ଆଜି ବିନୋଦକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ପୁଲିସ । ପୂର୍ବରୁ ବିନୋଦ ନାଁରେ କଟକର ବିଭିନ୍ନ ଥାନାରେ ଏକାଧିକ ସଙ୍ଗୀନ ମାମଲା ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.