ETV Bharat / state

ଧୋକା ଦେଲା ଫେସବୁକ ପ୍ରେମିକ: ଯୁବତୀଙ୍କୁ ପାଟନା ଡକାଇ ଦୁଷ୍କର୍ମ ଓ ମାଡ଼, ତଦନ୍ତ ଜାରି

ଫେସବୁକରୁ ପ୍ରେମ କରିବା ପଡିଲା ମହଙ୍ଗା । ଯୁବତୀଙ୍କୁ ବ୍ଲାକମେଲ କରି ଦୁଷ୍କର୍ମ କଲା ଫେସବୁକ ଫ୍ରେଣ୍ଡ । ସ୍ପିଡ ପୋଷ୍ଟ ଜରିଆରେ ଥାନାରେ ଅଭିଯୋଗ କଲେ ପୀଡିତା । ଅଧିକ ପଢନ୍ତୁ

ଯୁବତୀଙ୍କୁ ଦୁଷ୍କର୍ମ କଲା ଫେସବୁକ ଫ୍ରେଣ୍ଡ
ଯୁବତୀଙ୍କୁ ଦୁଷ୍କର୍ମ କଲା ଫେସବୁକ ଫ୍ରେଣ୍ଡ
author img

By ETV Bharat Odisha Team

Published : Sep 23, 2023, 8:49 AM IST

Updated : Sep 23, 2023, 9:21 AM IST

ଯୁବତୀଙ୍କୁ ଦୁଷ୍କର୍ମ କଲା ଫେସବୁକ ଫ୍ରେଣ୍ଡ

କଟକ: ଫେସବୁକରେ କାହାକୁ ପ୍ରେମ କରୁଛନ୍ତି କି । ତେବେ ହୋଇଯାଆନ୍ତୁ ସାବଧାନ ! ନଚେତ୍ କେତେବେଳେ ଆପଣ ଫସିଯିବେ ତାହା ନିଜେ ବି ଜାଣି ପାରିବେନି । ବର୍ତ୍ତମାନ ସମାଜରେ ଅନେକ ଯୁବକ ଯୁବତୀ ଫେସବୁକ ଉପରେ ଅଧିକ ବିଶ୍ୱାସ କରିଥାନ୍ତି । ଆଉ ପରେ ସବୁ କିଛି ହରାଇବାକୁ ପଡିଥାଏ । ଏକଥା ବାରମ୍ବାର କୁହାଯାଉଥିଲେ ବି ଯୁବପିଢ଼ି ସଚେତନ ହେଉନାହାନ୍ତି । ଯାହାର କୁପ୍ରଭାବ ଏବେ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି । ଯେତେବେଳେ ନେଡି ଗୁଡ଼ କହୁଣିକୁ ବୋହିଯାଏ, ସେତେବେଳେ ଅଭିଯୋଗ କରୁଛନ୍ତି ଯୁବକ ଯୁବତୀ । ଏପରି କିଛି ଘଟଣା ଘଟିଛି କଟକର ଜଣେ ଯୁବତୀଙ୍କ କ୍ଷେତ୍ରରେ ।

ଏହି ଅଭିଯୋଗର ସତ୍ୟାସତ୍ୟକୁ ନେଇ ତଦନ୍ତ କରୁଛି କଟକ କମିଶନରେଟ ପୋଲିସ । ଯଦିଓ ଏପରି ଫସିଥିବା ଯୁବତୀ ଜଣକ ଥାନାରେ ଉପସ୍ଥିତ ହୋଇ ଅଭିଯୋଗ କରିନାହାନ୍ତି, ତେବେ ସ୍ପିଡ଼ ପୋଷ୍ଟ ଜରିଆରେ ନିଜର ଅଭିଯୋଗ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ଯୁବତୀ ଜଣକ ଅଭିଯୋଗ କରିଥିଲେ ବି ତାଙ୍କର କୌଣସି ଠିକଣା ଦେଇନାହାନ୍ତି କି ନିଜର ଫୋନ ନମ୍ବର ସଠିକ ଦେଇନାହାନ୍ତି । ଯେଉଁଥିପାଇଁ ତଦନ୍ତରେ ସମସ୍ୟା ସୃଷ୍ଟି ହେଉଥିବା କଟକ ଡିସିପି କହିଛନ୍ତି ।

ଏମିତି ଫସିଥିଲେ ଯୁବତୀ:

ଫେସବୁକରୁ ପ୍ରଥମେ ପରିଚୟ ଆରମ୍ଭ ହେଲା । ସମ୍ପର୍କ ବି ବଢ଼ିଲା । ଉଭୟ ପରସ୍ପରକୁ ନିଜର ଅନ୍ତରଙ୍ଗ ଫଟୋ ଓ ଭିଡିଓ ପଠାଇବା ଆରମ୍ଭ କରିଦେଲେ । ତା' ପରେ ଏହି ଅନ୍ତରଙ୍ଗ ଫଟୋ, ଭିଡ଼ିଓକୁ ଅସ୍ତ୍ର କରି ବ୍ଲାକମେଲ କରିବା ଆରମ୍ଭ କଲା ଯୁବକ । ଶେଷରେ ବାରମ୍ବାର ଦୁଷ୍କର୍ମ ଏବଂ ଶାରୀରିକ ନିର୍ଯାତନାର ଶିକାର ହୋଇ ଜୀବନ ବଞ୍ଚାଇ ପଳାଇ ଆସିଲେ ଯୁବତୀ । କଟକ ସହରର ଜଣେ ଯୁବତୀଙ୍କ ସହିତ ଘଟିଛି ଏଭଳି ଅମାନୁଷିକ ଘଟଣା । ବିହାରର ପାଟନାରେ ଏକ ଘରେ ତାଙ୍କୁ ମାଡ଼ ମାରିବା ସହ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ । ସେ ସ୍ପିଡ଼ ପୋଷ୍ଟ କରି କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାକୁ ଗୁରୁତ୍ୱ ଦେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ ।

ଏହାମଧ୍ୟ ପଢନ୍ତୁ: ବର୍ବର ! ସ୍ବାମୀ-ପିଲାଙ୍କ ସାମ୍ନାରେ ୩ ମହିଳାଙ୍କୁ ଗଣଦୁଷ୍କର୍ମ

ମହଙ୍ଗା ପଡିଲା ଅନ୍ତରଙ୍ଗ ଫଟୋ ପଠାଇବା:

ଯୁବତୀ ଜଣକ ସ୍ପିଡ଼ ପୋଷ୍ଟରେ କରିଥିବା ଅଭିଯୋଗ ଅନୁଯାୟୀ, କିଛି ବର୍ଷ ତଳେ ଫେସବୁକରେ ମୁଜାଫରପୁର ଅଞ୍ଚଳର ଜଣେ ଯୁବକ ସହିତ ତାଙ୍କର ପରିଚୟ ହୋଇଥିଲା । ସୋସିଆଲ ମିଡିଆରେ ଉଭୟଙ୍କ ଭିତରେ ନିବିଡ଼ତା ବଢିଥିଲା । ଏହାପରେ ସଂପୃକ୍ତ ଯୁବକ ତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରି ଦେଇଥିଲେ । ଅନ୍ତରଙ୍ଗ ଫଟୋ ଏବଂ ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ଯୁବତୀଙ୍କୁ ପାଟନା ଯିବାକୁ ବାଧ୍ୟ କରିଥିଲେ । ଯୁବତୀ ଜଣକ ଅନ୍ୟ କୌଣସି ଉପାୟ ନ ପାଇ ଗତ ୨୦୨୨ ମସିହା ଜୁନ ମାସରେ କଟକରୁ ପାଟନା ଯାଇଥିଲେ ।

ପାଟନାରେ ପହଞ୍ଚିବା ପରେ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ଘରେ ବନ୍ଦ କରି ନିଶା ଦେଇ କିଛି ଦିନ ବାରମ୍ବାର ଦୁଷ୍କର୍ମ କରିଥିଲେ । ବିରୋଧ କଲେ ମାଡ଼ ମାରୁଥିଲେ ବୋଲି ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି । ଏହାପରେ ଯୁବତୀ ଜଣକ ସେଠାରୁ ଖସି ଆସି ଏକ ରେଳ ଷ୍ଟେସନରେ ପହଞ୍ଚିବା ପରେ କଟକ ଫେରିବାକୁ ସକ୍ଷମ ହୋଇଥିଲେ । ଯୁବତୀ ସ୍ପିଡ଼ ପୋଷ୍ଟ ଜରିଆରେ କରିଥିବା ଲିଖିତ ଅଭିଯୋଗକୁ ପୋଲିସ ଏତଲା ଭାବରେ ଗ୍ରହଣ କରି ଗତ ୧୬ ତାରିଖରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, କଟକ

Last Updated : Sep 23, 2023, 9:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.