କଟକ: କଟକ ମହାନଗର ନିଗମ 46 ନମ୍ବର ୱାର୍ଡରେ ଆବାସ ଯୋଜନା କେଳେଙ୍କାରୀ ଘଟଣା । ପୂର୍ବତନ ୱାର୍ଡ କର୍ପୋରେଟରଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଜାରି ରହିଛି ରାଜନୈତିକ ବାକଯୁଦ୍ଧ । ତେବେ ଏହାରି ମଧ୍ୟରେ ହିତାଧିକାରୀଙ୍କ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଲେ ପୂର୍ବତନ କର୍ପୋରେଟର ପ୍ରଳୟା ବେହୁରା ।
ସେ କହିଛନ୍ତି, କିସ୍ତି ଟଙ୍କା ହାତକୁ ଦିଆଯାଏ ନାହିଁ, ଏହା କେବଳ ବ୍ୟାଙ୍କରେ ଆସିଥାଏ । ତେବେ ପ୍ରମିଳା ଦେହୁରୀଙ୍କ ଝିଅ ପୁଷ୍ପଲତା ଦେହୁରୀ ଯେଉଁ ଅଭିଯୋଗ ଆଣି ଥାନାରେ ଏତେଲା ଦାୟର କରିଛନ୍ତି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ । କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରାଯାଉଛି । ବିଜୁ ଜନତା ଦଳକୁ ବଦନାମ କରିବା ପାଇଁ ବିରୋଧୀଙ୍କ ଏହା ଷଢଯନ୍ତ୍ର କରୁଛି ବୋଲି କହିଛନ୍ତି ପ୍ରଳୟା ବେହୁରା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ