କଟକ: ଦିନକୁ ଦିନ ଅଶାନ୍ତ ହେଉଛି କଟକ । ସକାଳୁ ଦୁର୍ବୃତ୍ତଙ୍କ ଗୁଳିକାଣ୍ଡ । କଟକ ଜିଲ୍ଲା ସୂତାହାଟ ନ୍ୟୁ କଲୋନୀ ଅଞ୍ଚଳର ରବିଙ୍କ ଘର ଉପରକୁ ଗୁଳିମାଡ ହୋଇଛି । ଆଜି ସକାଳ ସମୟରେ ରବିଙ୍କ ଘର ଉପରେ କିଛି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ଗୁଳିଟି ରୋଷେଇ ଘର କାଚରେ ବାଜିଥିବା ଦେଖିବାକୁ ମିଳିଛି । ଏଥିରେ କାହାର କ୍ଷତି ହୋଇନଥିବା ଜଣାପଡ଼ିଛି ।
ଖବର ପାଇ ଘଟଣା ସ୍ଥଳରେ କ୍ୟଣ୍ଟନମେଣ୍ଟ ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ପୂର୍ବରୁ କାହା ସହ ଶତ୍ରୁତା ନଥିବା ରବି କହିଛନ୍ତି । ତେବେ କିଏ ଓ କାହିଁକି ଏଭଳି ଘଟଣା ଘଟାଇଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ ଅଧିକାରୀ ପକ୍ଷରୁ ସୂଚନା ଦିଆଯାଇଛି ।
ଇଟିଭି ଭାରତ, କଟକ