ETV Bharat / state

OTM ISSUE: ଜିଲ୍ଲା ପ୍ରଶାସନ ହାତକୁ ଗଲା ଓଟିଏମର ୫୨୧ ଏକର ଜମି

author img

By

Published : Dec 5, 2022, 9:11 PM IST

ଓଡ଼ିଶା ଟେକ୍ସଟାଇଲ ମିଲ(OTM) ପୁନରୁଦ୍ଧାର ପ୍ରସଙ୍ଗ । ଜିଲ୍ଲା ପ୍ରଶାସନ ହାତକୁ ଗଲା ଓଟିଏମର ୫୨୧ ଏକର ଜମି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରକ୍ରିଆ ଆଗେଇ ଚାଲିଛି । ଆସନ୍ତାକାଲି ଅର୍ଥାତ ଡିସେମ୍ବର ୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ

OTM ISSUE: ଜିଲ୍ଲା ପ୍ରଶାସନ ହାତକୁ ଗଲା ଓଟିଏମର ୫୨୧ ଏକର ଜମି
OTM ISSUE: ଜିଲ୍ଲା ପ୍ରଶାସନ ହାତକୁ ଗଲା ଓଟିଏମର ୫୨୧ ଏକର ଜମି

କଟକ: ଓଟିଏମ୍ (Odisha Textile Mills) ପୁନରୁଦ୍ଧାର ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଗେଇ ଚାଲିଛି ପ୍ରକିୟା । ଅଫିସିଆଲ ଲିକ୍ୟିଡେଟରଙ୍କ ଠାରୁ ଓଟିଏମର ୫୨୧ ଏକର ଜମିକୁ ଜିଲ୍ଲା ପ୍ରଶାସନ ନିଜ ଅକ୍ତିଆରକୁ ନେଇଛି । ଗତ ୩ ତାରିଖ ସୁଦ୍ଧା ଏହି ପ୍ରକିୟା ଶେଷ ହୋଇଛି ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆଜି (ଡିସେମ୍ବର ୫) ସୁଦ୍ଧା ଓଟିଏମ ସମ୍ପତ୍ତିକୁ ଦାଖଲ କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଟାଙ୍ଗୀ-ଚୌଦ୍ବାର ତହସିଲଦାର ଏହି ପ୍ରକିୟାକୁ ଆଗେଇ ନେଇଥିବା କହିଛନ୍ତି ଜିଲ୍ଲାପାଳ । ଜମି, ଆସବାବପତ୍ର ଓ ଆବାସିକ କ୍ବାଟରଗୁଡିକୁ ଏହି ପ୍ରକିୟାରେ ସାମିଲ କରାଯାଇଛି । ଇଡକୋକୁ ଦେଖାଶୁଣା ଦାୟିତ୍ବ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ରାଜ୍ୟ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଯାହା ରହିବ ଜିଲ୍ଲା ପ୍ରଶାସନ ସେହି ଅନୁଯାୟୀ ପଦକ୍ଷେପ ନେବ ବୋଲି ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି।

ଏହା ବି ପଢନ୍ତୁ- ଆସନ୍ତା ୫ ସୁଦ୍ଧା OTM ଅକ୍ତିଆରକୁ ନେବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

୫ ତାରିଖ ଅପରାହ୍ନ ସୁଦ୍ଧା ଓଟିଏମକୁ ରାଜ୍ୟ ସରକାର ନିଜ ଅଧୀନକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଆସନ୍ତାକାଲି ଡିସେମ୍ବର ୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଓଟିଏମକୁ ରାଜ୍ୟ ସରକାର ଟେକଓଭର କରନ୍ତୁ ବୋଲି ଆବେଦନକାରୀ ହାଇକୋର୍ଟରେ ଏକ ମାମଲା ଦାୟର କରିଛନ୍ତି । ଗତ ନଭେମ୍ବର ୧୫ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଓଟିଏମ୍ ବିକ୍ରୟ ପ୍ରସଙ୍ଗକୁ ଅନୁମୋଦନ କରିଥିଲେ । ରାଜ୍ୟ କର୍ତ୍ତୃପକ୍ଷଙ୍କ ଉପଯୁକ୍ତ ପ୍ରତିନିଧି ଓଟିଏମ ସମ୍ପତ୍ତି ଅଫିସିଆଲ ଲିକ୍ବିଡେଟରଙ୍କ ଠାରୁ ଦଖଲକୁ ନେବେ ବୋଲି ହାଇକୋର୍ଟ କହିଥିଲେ ।

ଓଟିଏମ ଦଖଲକୁ ନେବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିନିଧି ଯାଇଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ପ୍ରତିନିଧି ବିଭିନ୍ନ କାରଣ ଦର୍ଶାଇ ଓଟିଏମ୍ ହାତକୁ ନେଉନାହାନ୍ତି । ଓଟିଏମ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରାଯିବା ପରେ ସମ୍ପତ୍ତି ଦଖଲକୁ ନିଆଯିବ ବୋଲି ରାଜ୍ୟ ସରକାରଙ୍କ ପ୍ରତିନିଧି ଅଭିଯୋଗ କରିଥିଲେ । ସୂଚନା ଥାଉ କି ୨୦୦୧ରୁ ଓଟିଏମ ମାମଲାର ହାଇକୋର୍ଟରେ ଶୁଣାଣି ଚାଲିଛି ।

ଗତ ଅଗଷ୍ଟ ୨ରେ ହାଇକୋର୍ଟ ଓଟିଏମ ପୁନରୁଦ୍ଧାର ସମ୍ପର୍କିତ ମାମଲାର ଶୁଣାଣି କରି ଏହାର କର୍ମଚାରୀଙ୍କ ଦରମା କେତେ ଓ ଅନ୍ୟାନ୍ୟ ବକେୟା ପ୍ରାପ୍ୟ ଆକଳନ କରିବା ପାଇଁ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଦାୟିତ୍ବ ଦେବାକୁ ଲିକ୍ବିଡେଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ୧୫୦ କୋଟି ଟଙ୍କା ବଦଳରେ ଓଟିଏମକୁ ରାଜ୍ୟ ସରକାର ହାତକୁ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.