କଟକ: ରଥଯାତ୍ରାକୁ ରହିଲା ଅଳ୍ପ ଦିନ । ଏନେଇ ସମଗ୍ର ସିଲିଭର ସିଟି ଉତ୍ସବମୁଖର । ଯେପରି ଚଳିତବର୍ଷ ରଥଯାତ୍ରା ବେଶ ଶୃଙ୍ଖଳିତ ଢ଼ଙ୍ଗରେ ସମାପ୍ତ ହେବ ସେ ଦିଗରେ ଗୁରୁ ଦାୟିତ୍ୱ ବହନ କରିବ କମିଶନରେଟ ପୋଲିସ ।
ରଥଯାତ୍ରା ପ୍ରସ୍ତୁତି ପାଇଁ ଶୁକ୍ରବାର ସମସ୍ତ ରଥ କମିଟି ସଭାପତିଙ୍କ ସହ ବିଧିବଦ୍ଧ ଭାବେ ଆଲୋଚନା କରିଛନ୍ତି କଟକ ଡିସିପି ଅଖିଳେସ୍ୱର ସିଂ । ଯେପରି ଗୁଣ୍ଡିଚା ଯାତ୍ରାଠୁ ଆରମ୍ଭ କରି ବାହୁଡା ଯାତ୍ରା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପ୍ତ ହେବ ସେନେଇ ଆଲୋଚନା ହୋଇଛି ।
ବିଶେଷକରି ରଥଯାତ୍ରା ସମୟରେ ଟ୍ରାଫିକ ସମସ୍ୟା ଦୃଷ୍ଟି ଗୋଚର ହୋଇଥାଏ । ଯାହା କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି