ETV Bharat / state

SCB ସଫେଇ କର୍ମଚାରୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ କହିଲେ ଡିସିପି

ଏସସିବି ସଫେଇ କର୍ମଚାରୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ କଟକ ଡିସିପିଙ୍କ ପ୍ରତିକ୍ରିୟା । କହିଲେ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ । ଅଧିକ ପଢନ୍ତୁ

author img

By

Published : May 19, 2023, 10:31 AM IST

cuttack dcp
cuttack dcp
scb medical outsourcing workers rape allegation

କଟକ: ଏସସିବି ବଡ ମେଡିକାଲର ଠିକା କର୍ମଚାରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ତଦନ୍ତ କରାଯାଇ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର । ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଜେନାଙ୍କ ନେତୃତ୍ବରେ ଜାରି ରହିଛି ତଦନ୍ତ ।

ଏହି ଘଟଣାରେ ବୁଧବାର 161 ଧାରାରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ଗତକାଲି(ଗୁରୁବାର) ଜେଏମଏଫସି କୋର୍ଟରେ 164 ଧାରାରେ ବୟାନ ରେକର୍ଡ ହୋଇଛି । ସେପଟେ ପୀଡିତା ଓ ତାଙ୍କ ମାଆ ଗଣମାଧ୍ୟମକୁ ବିସ୍ଫୋରକ ବୟାନ ଦେଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ,"କାମ କରିବାକୁ ପଠାଇ ସୁପରଭାଇଜର ଦୁଷ୍କର୍ମ କରିଥିଲା । ଏନେଇ ଏକ ଘରୋଇ ଠିକା ସଂସ୍ଥାର ମାଲିକ ବଳରାମ ସାହୁଙ୍କୁ ଜଣାଇବା ପରେ ବି ସେ ଘଟଣାକୁ ଚପାଇବାକୁ କରିଥିଲେ ଉଦ୍ୟମ କରିଥଲେ ।" ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଉଥିବା ବେଳେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: SCB ଠିକା କର୍ମଚାରୀଙ୍କୁ ଦୁଷ୍କର୍ମ ! ଅଭିଯୁକ୍ତ ଫେରାର

ଏସସିବି ମେଡିକାଲରେ ଏକ ଘରୋଇ ଠିକା ସଂସ୍ଥା ତରଫରୁ ନିୟୋଜିତ ଜଣେ ମହିଳା କର୍ମଚାରୀଙ୍କୁ ସେହି ସଂସ୍ଥାର ସୁଧୀର ନାମକ ସୁପରଭାଇଜରଙ୍କ ଦ୍ବାରା ଦୁଷ୍କର୍ମର ଶୀକାର ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣା ନେଇ ପୀଡିତା କହିଛନ୍ତି,"ଆଉ ଜଣେ ମହିଳା କର୍ମଚାରୀଙ୍କ ଜରିଆରେ ସୁପରଭାଇଜର ତାକୁ ଏସ.ଆର ହଷ୍ଟେଲକୁ ରୁମ ସଫା କରିବାକୁ ପଠାଇଥିଲା । କାମ ସାରିବା ବେଳକୁ ନିଜେ ସେଠାରେ ପହଞ୍ଚି କବାଟ ଭିତରୁ ବନ୍ଦ କରି ଦୁଷ୍କର୍ମ କରିଥିଲା । ଏହା ପରେ ଘଟଣା ପ୍ରଘଟ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ । ଏ ସଂପର୍କରେ ଠିକା ସଂସ୍ଥାର ମାଲିକଙ୍କ ଜଣାଇଥିଲେ ସୁଦ୍ଧା ସେ କିଛି ବି କରି ନଥିଲେ । ତେଣୁ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଥିଲି ।" ଘଟଣାଟି ଗତ 7 ତାରିଖରେ ଘଟିଥିଲା । ତେବେ ଏହି ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିଲା ବେଳେ ଫେରାର ଅଭିଯୁକ୍ତ ଶୀଘ୍ର ଗିରଫ ହେବା ନେଇ କହିଛନ୍ତି କଟକ ଡିସିପି ।

ଏନେଇ ଡିସିପି କହିଛନ୍ତି, "ଅଭିଯୋଗ କ୍ରମେ ତଦନ୍ତ ଆରମ୍ଭ କରାଯାଇଛି । ପ୍ରଥମେ ଡାକ୍ତରୀ ମାଇନା କରାଯିବା ପରେ ତାଙ୍କର ବୟାନ ରେକର୍ଡ କରାଯାଇଛି । ଯଦି କିଛି ପ୍ରମାଣ ମିଳେ ତାହେଲେ ଉକ୍ତ ସଂସ୍ଥାର ସୁପରଭାଇଜରଙ୍କୁ ମଧ୍ୟ ପଚରାଉଚରା କରିବୁ । ତଦନ୍ତ କରି ଆମେ ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରିବୁ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.