ETV Bharat / state

ଛାତ୍ରୀଙ୍କୁ ମରାଣାତ୍ମକ ଆକ୍ରମଣ ଘଟଣାରେ ଦୂର ସମ୍ପର୍କୀୟଙ୍କ ହାତ !

ମାନସିଂପାଟଣା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ହାତଗୋଡ ବନ୍ଧି ଘରେ ପୁରାଇ ନିଆଁ ଲଗାଇ ଦେଇଥିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ।

author img

By

Published : Feb 25, 2021, 9:10 PM IST

କଟକ ଡିସିପିଙ୍କ ପ୍ରତିକ୍ରିୟା
କଟକ ଡିସିପିଙ୍କ ପ୍ରତିକ୍ରିୟା

କଟକ: ଆଜି (ଗୁରୁବାର) କଟକର ମାନସିଂପାଟଣା ଅଞ୍ଚଳରେ ଜଣେ ଛାତ୍ରୀଙ୍କ ସହ ହୋଇଥିବା ଅଭାବନୀୟ ଘଟଣାରେ ମୁହଁ ଖୋଲିଲେ କଟକ ଡିସିପି । ମାନସିଂପାଟଣା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ହାତଗୋଡ ବନ୍ଧି ଘରେ ପୁରାଇ ନିଆଁ ଲଗାଇ ଦେଇଥିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି।

ଘଟଣାର ତଦନ୍ତ ପାଇଁ ସ୍ପେଶାଲ ପୋଲିସକୁ ଦାୟିତ୍ବ ଦିଆଯାଇଛି। ତଦନ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପୀଡ଼ିତା ଛାତ୍ରୀ ଜଣକ ସୁସ୍ଥ ଥିବା ଡିସିପି କହିଛନ୍ତି।

କଟକ ଡିସିପିଙ୍କ ପ୍ରତିକ୍ରିୟା

ଛାତ୍ରୀ ଜଣକ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ଦୂର ସମ୍ପର୍କୀୟ ଲୋକଙ୍କର ଏଥିରେ ହାତ ରହିଥିବା ଅନୁମାନ କରାଯାଉଛି। ମରାଣାତ୍ମକ ଆକ୍ରମଣ ରେ ୩ ଜଣ ପୁରୁଷ ଓ ଜଣେ ମହିଳାଙ୍କ ହାତ ଥିବା ଡିସିପି କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.