ETV Bharat / state

୧୧ରେ କଟକ ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ଦାୟିତ୍ୱରେ ୨୦ ପ୍ଲାଟୁନ ପୋଲିସ

author img

By

Published : Feb 8, 2023, 10:28 PM IST

୧୧ ତାରିଖରେ କଟକ ଆସି ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର (NRRI)ରେ ଅନୁଷ୍ଠିତ ଦ୍ଵିତୀୟ ରାଇସ କଂଗ୍ରେସକୁ ଉଦ୍‌ଘାଟନ କରିବେ ରାଷ୍ଟ୍ରପତି । ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସୁରକ୍ଷା ଦୃଷ୍ଟିରୁ ପ୍ରସ୍ତୁତ ଥିବା କହିଲେ କଟକ ଡିସିପି ପିନାକ ମିଶ୍ର । ଅଧିକ ପଢ଼ନ୍ତୁ

ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ଡିସିପିଙ୍କ ପ୍ରତିକ୍ରିୟା

କଟକ: ଆସନ୍ତା ୧୧ ତାରିଖରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର (NRRI)ରେ ଅନୁଷ୍ଠିତ ଦ୍ଵିତୀୟ ରାଇସ କଂଗ୍ରେସକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ NRRI ପରିସରରେ ବ୍ୟାପକ ଆୟୋଜନ କରାଯାଉଛି । ଅଡିଟୋରିୟମ ଠାରୁ ଆରମ୍ଭ କରି ହେଲିପ୍ୟାଡ଼ ପର୍ଯ୍ୟନ୍ତ ସବୁଠି ଚାଲିଛି କାମ । ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ୨୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବାକୁ ଥିବାବେଳେ କାର୍ଯ୍ୟକ୍ରମସ୍ଥଳ ସହ ଅନ୍ୟାନ୍ୟ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ବରିଷ୍ଠ ଅଧିକାରୀ ।

ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ହେଉଛି ଜାତୀୟ ଧାନ ଗବେଷଣା କେନ୍ଦ୍ର । ୧୧ ତାରିଖରେ ଭାରତୀୟ ରାଇସ କଂଗ୍ରେସକୁ ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର (NRRI)ରେ ଅନୁଷ୍ଠିତ ୪ ଦିନିଆ ସମ୍ମିଳନୀକୁ ଶନିବାର ଦିନ ଉଦ୍‌ଘାଟନ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସହ ଓଡ଼ିଶାର ରାଜ୍ୟପାଳ, କେନ୍ଦ୍ର କୃଷିମନ୍ତ୍ରୀ ଓ ରାଜ୍ୟ କୃଷିମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏହାଛଡା ରାଇସ କଂଗ୍ରେସରେ ଦେଶ ବିଦେଶରୁ ପ୍ରାୟ ୩୫୦ ଜଣ କୃଷି ବୈଜ୍ଞାନିକ ମଧ୍ୟ ଯୋଗଦେବେ । ସେଥିପାଇଁ NRRI ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । NRRIର ଅଡିଟୋରିୟମରେ ଅନୁଷ୍ଠିତ ହେବ ଏହି ଜାତୀୟ ରାଇସ କଂଗ୍ରେସ । ସେଥିପାଇଁ ଅଡିଟୋରିୟମ ସହ ରାଷ୍ଟ୍ରପତିଙ୍କ ହେଲିପ୍ୟାଡର ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଓ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର । ସେ କହିଛନ୍ତି, "ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ରାଷ୍ଟ୍ରପତିଙ୍କ ବ୍ଲ୍ୟୁ ବୁକ ନିୟମ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ୧୧ ତାରିଖ ସକାଳ ୧୧ଟା ସମୟରେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ଆସି NRRI ପରିସରରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବେ ରାଷ୍ଟ୍ରପତି । ସେଠାରୁ ଅଡିଟୋରିୟମ ଯାଇ କାର୍ଯ୍ୟକ୍ରମରେ ଯୋଗଦେବେ । ସେଥିପାଇଁ ହେଲିପ୍ୟାଡ ଠାରୁ ସଭାସ୍ଥଳରେ କିଭଳି ସୁରକ୍ଷା ଗ୍ରହଣ କରାଯିବ ସେ ନେଇ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରି ଫେରିଛନ୍ତି । NRRIରେ ରାଷ୍ଟ୍ରପତିଙ୍କର ପ୍ରାୟ ୧ ଘଣ୍ଟାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ।" ତେବେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଜାତୀୟ ଧାନ ଗବେଷଣା ସଂସ୍ଥାକୁ ଆସୁଥିବାରୁ ସମସ୍ତେ ବେଶ ଉତ୍ସାହିତ ରହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.