କଟକ: ସଟଡାଉନ ପରେ ଆହୁରି ବିଗିଡିଲା ସ୍ଥିତି । ଆଗରୁ ଯାହା ଥିଲା ଏବେ ବଢ଼ିଲା ଫାଇନ ପରିଧି । ବିଶେଷ କରି ସାମାଜିକ ଦୂରତ୍ୱ ଆଇନକୁ ସିଧାସଳଖ ଆଖିଠାର ମାରୁଛନ୍ତି ଅଭ୍ୟାସଗତ ଅମାନିଆ ଓ ସାଧାରଣ ଜନତା ।
ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଏତେ ଥର କହିଲା ପରେ ମଧ୍ୟ କଟକରେ ବଢି ଚାଲିଛି କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ । ଯାହା ଦ୍ବାରା ଫାଇନ ମଧ୍ୟ ଗଣୁଛନ୍ତି । ଗୁରୁବାର ବିନା ମାସ୍କରେ 411 ଜଣ ଫାଇନ ଗଣିଥିଲା ବେଳେ ସାମଜିକ ଦୂରତ୍ୱ ନିୟମ ଉଲଙ୍ଘନ କରି 457 ଜଣ ତଣ୍ଡ ଗଣିଛନ୍ତି । ତେବେ ଯାହା ଜଣାପଡୁଛି ଆଉ କିଛି ଦିନ ଗଲେ ଏହା ହଜାର ପାର ହୋଇଯିବ । କୋରୋନା ସଂକ୍ରମଣ ରକ୍ଷା ପାଇବା ପାଇଁ ହେଲେ ସରାକାରଙ୍କ ନିୟମ ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ ରହିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ